୨୦୧୯ ମସିହା କେମିତି ରହିବ କନ୍ୟା ରାଶି ପାଇଁ, ଏହି ନୂତନ ବର୍ଷ କଣ ପରିବର୍ତ୍ତନ ଆଣିବ? ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ଚତୁର୍ଥ ଭାବରେ। ଚନ୍ଦ୍ର, ଶୁକ୍ର ଦ୍ଵିତୀୟ ଭାବରେ। ମଙ୍ଗଳ ସପ୍ତମ ଭାବରେ। ବୁଧ, ଗୁରୁ ତୃତୀୟ ଭାବରେ। ରାହୁ ଏକାଦଶରୁ ଦଶମ ଭାବକୁ ଓ କେତୁ ପଞ୍ଚମ ଭାବରୁ ଚତୁର୍ଥ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଏ ବର୍ଷ ଆପଣ ସର୍ବାଧିକ ଭାଗ୍ୟଶାଳୀ ହେବେ। ବିଶେଷ କରି ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ। ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ଯେକୌଣସି ଯାଗାରୁ ଧନ ଉପାର୍ଜନ କରିପାରିବେ। ଏହି ସମୟରେ ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାରିତ କରିବାପାଇଁ ସକ୍ଷମ ହେବେ ଏବଂ ସଂପତ୍ତି କ୍ରୟ କରିବାପାଇଁ ଅତ୍ୟନ୍ତ ଶୁଭ ସମୟ। ସନ୍ତାନଠାରୁ ସୁଖପ୍ରାପ୍ତି ହେବ। ପୁତ୍ରରତ୍ନ ପ୍ରାପ୍ତି ହେବ। କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ଇଂରାଜୀ ପ୍ରଫେସର, ଅଭିନେତା ଓ ଅଭିନେତ୍ରୀ, ସଙ୍ଗୀତଜ୍ଞ, ଉଚ୍ଚ ଅଧିକାରୀ ପଦରେ ପହଞ୍ଚି ପାରିବେ। ରାଜନିତୀ କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ। ଶତୃମାନେ ତଳମୁହାଁ ହେବେ। ମାଲିମକଦ୍ଦମାରେ ବିଜୟଲାଭ ହେବ।

ସମସ୍ତ ସମସ୍ୟା ଧିରେ ଧିରେ ଅପସରି ଯିବ। ପାରିବାରିକ ସୁଖ-ସଂପନ୍ନତା, ସାମାଜିକ କ୍ଷେତ୍ରରେ ପତିଆରା ବୃଦ୍ଧି ପାଇବ।  ଯାନବାହନ ଓ ବିଳାସ ବ୍ୟଶନ ଦିଗରୁ ବି ଉପକୃତ ହେବେ।  ବଚନ କୁଶଳତା ଯୋଗେ ଆଦୃତି ଓ ପ୍ରତିଷ୍ଠା ବଢିବ।  ଧନ-ସମ୍ପଦ ଦୃଷ୍ଟିରୁ କ୍ଷତି ଘଟିବାର ମଧ୍ୟ ଆଶଙ୍କା ନାହିଁ।  ପ୍ରତ୍ୟକ୍ଷ ଶତ୍ରୁପୀଡା  ରହିବ ନାହିଁ।  ବୁଦ୍ଧି ବିବେକ କଳ କୌଶଳରେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ। ଆୟ ଉତ୍ତମ ହେବ; ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିଷ୍ଠା ମିଳିବ ଓ ନେତୃତ୍ଵ ଲାଭ ଯୋଗ ରହିଛି।  ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ ଓ ସୁଖଲାଭ ଓ ସୁଖ ସମ୍ମାନଦାୟକ ହେବ। ଅତି ଶୁଭ ସମୟ ହେଲା ଯୁନ୍ ମାସ ପହିଲା ରୁ ଅଗଷ୍ଟ୧୫ ତାରିଖ ଏହି ସମୟରେ ନୂତନ କର୍ମ ସଂସ୍ଥାନ, ଅର୍ଥଲାଭ, ପାରିବାରିକ ଉନ୍ନତି ଓ ବିବାହୋତ୍ସବ କରାଇବ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ଯୋଗ ମଧ୍ୟ ରହିଛି। ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବ। ଦାମ୍ପତ୍ୟ  ଜୀବନ ସୁଖରେ କଟିବ, କୌଣସି ଅଭାବ ରହିବ ନାହିଁ। ସନ୍ତାନ ସନ୍ତତିଙ୍କର ଉନ୍ନତିରେ ଆନନ୍ଦ ଅନୁଭବ କରିବେ। କେତେବେଳେ ଅର୍ଥାଭାବ ରହିବ ନାହିଁ। ବିଭିନ୍ନ ସୂତ୍ରରୁ ଆୟର ଯୋଗ ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି। କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ପରିବାରରେ ଶୃଙ୍ଖଳା ବଜାୟ ରହିବ। ପ୍ରତ୍ୟେକ ବ୍ୟକ୍ତି ନିଜର ଇଚ୍ଛାକୁ ପ୍ରମୁଖତା ଦେବାଦ୍ଵାରା

ସ୍ଥିତିର ମୁହୁର୍ମୁହୁ ପରିବର୍ତ୍ତନ ଘଟିବ ଓ ସୁନ୍ଦର ବାତାବରଣ ମଧ୍ୟେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଥିବାରୁ ବାହାରକୁ ଫୁଟି ବାହାରିବ ନାହିଁ କିମ୍ବା ବୈଷୟିକ କ୍ଷୟକ୍ଷତି ଘଟାଇବ ନାହିଁ।   ଆର୍ଥିକ ସମସ୍ୟା ବର୍ଷର ଅଧିକାଂଶ ସମୟ ସାଧାରଣ ସ୍ଵଚ୍ଛଳତା ତଥା ସମ୍ପନ୍ନତାର ସ୍ଥିତି ବଜାୟ ରହିବ। ବ୍ୟବସାୟୀମାନଙ୍କ ପାଇଁ ବର୍ଷଟି ଅତ୍ୟନ୍ତଶୁଭ ଦାୟକ। କାରବାରରେ ଚାହିଦା ପୂରଣ କ୍ଷେତ୍ରରେ ତ୍ଵରାନ୍ନିତ ହେତୁ ପ୍ରତିଦ୍ଵନ୍ଦ୍ଵୀମାନଙ୍କ ପାଇଁ ତାହା ହତୋତ୍ସାୟ ସାବ୍ୟସ୍ତ ହେବ। କିଛି ଦ୍ରବ୍ୟ ବିନିମୟରେ ଅନେକ ପ୍ରାପ୍ତି ସମ୍ଭବ ହେବ।  ଶ୍ରମିକ ଓ କର୍ମଚାରୀ ଶୃଙ୍ଖଳିତ ହେବେ। ଅଭିବୃଦ୍ଧିର ପ୍ରଚେଷ୍ଟା ସୁଫଳପ୍ରଶୁ  ହୋଇ ପାରିବ ଓ ଆର୍ଥିକ ବ୍ୟବସ୍ଥା କ୍ରମଶଃ ପ୍ରଭାବ ବିସ୍ତାର କରିବ।  ଧନ-ମାନ ଦିଗରୁ ସବଳ ରହି ନିମ୍ନବର୍ଗ ଓ ଉଚ୍ଚବର୍ଗ ମଧ୍ୟଭାଗରେ ରହିବେ। ପ୍ରତିଦ୍ଵନ୍ଦୀ ବ୍ୟବସାୟୀମାନେ ପଛରେ ପଡି ରହିବେ। କରଜ ଭାରରୁ ମୁକ୍ତି ମିଳିବ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ଚାକିରିରେ ପ୍ରତିଷ୍ଠିତ ହେବେ। ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ। ପଦୋନ୍ନତି ପାଇ ମାନସମ୍ମାନ ବଜାୟ ରହିବ। କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଓ  କଣ୍ଟ୍ରାକ୍ଟରମାନଙ୍କ ପାଇଁ ଏ ବର୍ଷର ଫଳ ଅତି ଉତ୍ତମ ଅଟେ। ଚାଷ କାର୍ଯ୍ୟରେ ଉତ୍ପାଦନ ବୃଦ୍ଧି ପାଇବ। ନିଜର ଚେଷ୍ଟାରେ ବହୁ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ। ଗୁଡ ତଥା ଝୋଟ ଚାଷିମାନେ ଯଥେଷ୍ଟ ଲାଭ  ଉଠାଇବେ।

ଅଶୁଭ ଫଳ:-

ଅଯଥା ଭ୍ରମଣ କରିବା ଫଳରେ ଦେହ ଅସୁସ୍ଥି ରହିବ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଓ କଠିନ ପରିଶ୍ରମ ହେତୁ ଶାରିରୀକ ଏବଂ ମାନସିକ କଷ୍ଟ ଭୋଗିବେ। ବେଳେବେଳେ  ଶରୀର ଅସୁସ୍ଥ ରହିବ। ଛାତ୍ର ଓ ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରିବେ।

ମହିଳା ମାନଙ୍କ ପାଇଁ:-

ମହିଳାମାନେ ଦୂରବନ୍ଧୁଙ୍କଠାରୁ ଶୁଭସମ୍ବାଦପାଇ ଖୁସୀହେବେ।  ନିକଟ ସମ୍ପର୍କୀୟମାନେ ସାହାଯ୍ୟ ସହଯୋଗ କରିବେ। ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ। ରାଜନୀତି, କଳା, ସାହିତ୍ୟ ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ସତକଥା କହି ପ୍ରଶଂସିତ ହେବେ। ସର୍ବଦା ସନ୍ତୁଷ୍ଟା ହେବେ। ବୈଷୟିକ ଶିକ୍ଷାନୁଷ୍ଠାନରେ ଯୋଗଦେଇ ପାରନ୍ତି। କୁମାରୀମାନେ ବର୍ଷଟି ସୁଖ ଶାନ୍ତିରେ କାଟିବେ। ବିବାହୋତ୍ସବ ବା ମାଙ୍ଗଳିକ ଊତ୍ସବ ସୁରୁଖୁରୁରେ ସମ୍ପନ୍ନ ହେବ। ସ୍ଥଳବିଶେଷେ  ଭବିଷ୍ୟତ ସ୍ଵପ୍ନକୁ ସାକାର କରିବା ନିମନ୍ତେ ଆଶିର୍ବାଦ ଯୁକ୍ତା ହେବେ।  ଆଦୃତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଗୋଷ୍ଠୀସ୍ଵାର୍ଥକୁ ବ୍ୟକ୍ତିଗତ  ଅଧିକ ମଣି ମହାନତା ଦର୍ଶାଇବେ।  କର୍ମଜୀବିନୀ ମାନେ ନିଜ କ୍ଷେତ୍ରରେ ଅଧ୍ୟବସାୟର ସୁଫଳ ପାଇ ଖୁସିହେବେ। ସ୍ଵାମୀ ସୋହାଗିନୀ ହେବା ସଙ୍ଗେସଙ୍ଗେ ଉତ୍ତମ ଗୃହିଣୀ ଭାବରେ ସ୍ଵନାମ ଅର୍ଜନ କରିବେ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବା ଯୋଗ ରହିଛି। ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିବେ। ପାରିବାରିକ ଜୀବନରେ ଅବହେଳା ଓ ସ୍ଵେଛାଚାରୀତା ଦେଖାଦେବ।

ସ୍ଵାସ୍ଥ୍ୟ:-

ହାଡ ସମ୍ବନ୍ଧୀୟ ରୋଗ, ଗ୍ୟାସ ସମ୍ବନ୍ଧୀୟ ରୋଗ, ଦୁର୍ଘଟଣା ଜନିତ ପୀଡା, ଦୈହିକ ଦୁର୍ବଳତାରେ ମନୋବିକାର, ମଧୁମେହ, ରକ୍ତଚାପର ପ୍ରକୋପ ଓ ଅବସନ୍ନତା ବଢିଯିବ। ସତର୍କ ନ ହେଲେ  ପୁରୁଣା ରୋଗ ମଧ୍ୟ ଦେଖାଦେବ।  ମନୋବଳକୁ ଦୃଢ କରି ନିଜର ସ୍ଥିତିରେ ଆଶାବାଦୀ ହୋଇ ସନ୍ତୁଷ୍ଟ ରହିପାରିଲେ ନିଜର କର୍ମ କ୍ଷେତ୍ରରେ ତିଷ୍ଠି ପାରିବେ ଏବଂ ଲକ୍ଷ୍ୟ ହାସଲ ଦିଗରେ କ୍ଷିପ୍ର ଗତିରେ  ଆଗେଇ ଚାଲିବେ। ଦେହ ପ୍ରାୟ ଭଲ ରହିବ। କଲିକ ରୋଗୀମାନେ ତଥା ବହୁମୂତ୍ର ରୋଗୀ ମାନେ ବଡ ଯନ୍ତ୍ରଣା ଭୋଗ କରିବେ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-

ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷ ଫଳ ବେଶ ଉତ୍ତମ। ପଢାପଢିରେ ଅଗ୍ରଗତି ଘଟିବ। ବିଭିନ୍ନ ସ୍ଥାନ ଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ରାଜନୀତି, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରତିଦ୍ୱୋନ୍ଦିତାରେ ଜୟଯୁକ୍ତ ହେବେ। ଶେଷବର୍ଷର ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ କରି ଉତ୍ତୀର୍ଣ୍ଣ ହେବେ। ଫେଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ସମୟ ଆସିଯାଇଛି। ଶିକ୍ଷାର୍ଥୀମାନେ ବହୁ ଦିଗରୁ ସୁବିଧା ସୁଯୋଗ ପାଇ ସମସ୍ତ ପ୍ରକାର  ବାଧାବିଘ୍ନକୁ ଆଡେଇ ଦେଇ ଗତି କରିବା ସତ୍ତ୍ୱେ ସ୍ଵାଭିମାନ ଓ ଉଚ୍ଚାକାଂକ୍ଷ।  ବଳବତ୍ତର ରହିବ।  ସମୟର ସ୍ରୋତରେ ବର୍ଷ ଆରମ୍ଭ ଭାଗରୁ ଏହି ପ୍ରକାର ସ୍ଥିତି କ୍ରମଶଃ ଆଖିଦୃଶିଆ ହୋଇପାରିବ।

ପ୍ରତିକାର:-

୧- ବିଷ୍ଣୁଙ୍କ ନିକଟରେ ବୁଧବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୨- ବୁଧବାର ଦିନ କିନ୍ନରଙ୍କୁ ସବୁଜ ଦ୍ରବ୍ୟ ଦାନଦେବେ। ୩- ବୃଦ୍ଧଦାରୁଙ୍କ ଚେର ବା ଅପାମାର୍ଗ ଚେର ବୁଧବାର ଦିନ ସଂଗ୍ରହ କରି ସବୁଜସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳା ମାନେ ବାମବାହୁରେ ବାନ୍ଧନ୍ତୁ। ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତିଙ୍କ କବଚ ଧାରଣ କରିବେ। ୫- ପ୍ରତ୍ୟେକ ଦିନ ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ଓ ଅସହାୟା ମାନଙ୍କୁ ସାହାଯ୍ୟ କରି ସେବାକରିବା ଆବଶ୍ୟକ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!