ବର୍ଷାରମ୍ଭରେ ରବି, ଶନି ପଞ୍ଚମ ଭାବରେ। ଚନ୍ଦ୍ର, ଶୁକ୍ର ତୃତୀୟ ଭାବରେ। ମଙ୍ଗଳ ଅଷ୍ଟମ ଭାବରେ। ବୁଧ, ଗୁରୁ ଚତୁର୍ଥ ଭାବରେ। ରାହୁ ବ୍ୟୟଭାବରୁ ଏକାଦଶ ଭାବକୁ ଓ କେତୁ ଷଷ୍ଠଭାବରୁ ପଞ୍ଚମ ଭାବକୁ ଯାଇ ବର୍ଷ ପୂରଣ କରିବେ।
ବାର୍ଷିକ ଶୁଭ ଫଳ:-
ଏବର୍ଷ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ। ସୁଖ-ସୌଭାଗ୍ୟ ବୃଦ୍ଧି ହେବ। ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ। ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷା, ବିଦେଶ ଯାତ୍ରାର ମନସ୍କାମନା ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ। ସେୟାର, ଲଟେରୀ ଆଦିରେ ଅଧିକ ଲାଭ ହେବ। ନୂତନ ଉଦ୍ୟୋଗରେ ପଇସା ଖଟେଇବେ। ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ। ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳ ବିଭାଗର ଟିକେଟ ବିକ୍ରି, ଭୂ-ଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାଡୱାର, ମହମବତୀ ଓ ଶ୍ରମିକ ବ୍ୟବସାୟରେ ଅତ୍ୟଧିକ ଲାଭ ପାଇବେ। ଉଚ୍ଚଶିକ୍ଷା ପାଇଁ ଜର୍ଜ, ମେଡିକାଲ ଆଦିରେ କର୍ମପାଇବେ। ରାଜନୀତି କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ହୋଇପାରିବେ। ସମସ୍ତ ପ୍ରକାର ପ୍ରତିଯୋଗିତାରେ ସଫଳ ହେବେ। ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଉତ୍ସାହ ଉଦ୍ଦୀପନା ଯୁକ୍ତ ହୋଇ ପାରିବାରିକ କ୍ଷେତ୍ରରେ ପ୍ରମୁଖତା ଗ୍ରହଣ କରିବେ। ବସ୍ତ୍ରାଳଙ୍କାର ବା ଉପଢୌକନର ବିଳାସ-ପ୍ରଚୁର୍ଜ୍ୟ ମିଳିଯିବ। ଶୁଭକାର୍ଯ୍ୟର ପଦଧ୍ଵନି ଶୁଣିବାକୁ ପାଇବେ। ଅତି ସାଧାରଣ ଜୀବନ ଯାପନ କରି ପରିବାର, ବନ୍ଧୁ-କୁଟୁମ୍ବରେ ବେଶ୍ ପ୍ରଶଂସିତ ହେବେ। ଅଧିକ ଆଶାବାଦୀ ଓ କଳ୍ପନାବିଳସୀ ହେଲେ ମଧ୍ୟ ଉଦାର, ପରୋପକାର କରି ପ୍ରଶଂସା ପାଇବେ। ଭଦ୍ର, ଶୃଙ୍ଖଳିତ, ବିଶ୍ଵସ୍ତ, ଆଦର୍ଶବାଦି ରୂପେ ବହୁ ଜନପ୍ରିୟ ଓ ବନ୍ଧୁପ୍ରିୟହେବେ। ରୂପରେ ଯେମିତି ଗୁଣରେ ମଧ୍ୟ ତତୋଧିକ ଯୁବତୀ ସହ ବିବାହ ସଂମ୍ପନ୍ନ ହେବ। ନିମ୍ନବର୍ଗଙ୍କୁ ଆୟତ୍ତ କରି ପତିଆରା ଦର୍ଶାଇ ପାରିବେ। ଉଚ୍ଚ ଭାବମୂର୍ତ୍ତି ମଳିନ ପଡିବ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତିର, ରାଜନୈତିକ କ୍ଷେତ୍ରରେ ପଦବୀ ଲାଭ ଓ ନୂତନ ଗୃହନିର୍ମାଣ ଯୋଗ ଆଦି ରହିଛି।
ସନ୍ତାନ ସନ୍ତତି ମାନଙ୍କ ପାଇଁ ବର୍ଷ ଫଳ ଉତ୍ତମ ଅଟେ। ଅତି ନିକଟର ବନ୍ଧୁବାନ୍ଧବଙ୍କସହ ପ୍ରିୟତା ସୃଷ୍ଟିହେବ। ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ। ମଇ ଜୁନ ଏଇ ଦୁଇମାସରେ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ପାରିବାରିକ ଜୀବନ ସୁଖରେ କାଟିବେ ଅତି ନିକଟତର ବନ୍ଧୁବାନ୍ଧବଙ୍କସହ ପ୍ରିୟତା ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ସୃଷ୍ଟି ହେଇ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିବା ମଧ୍ୟରେ ଅତୀବ କଠିନ କାର୍ଯକୁ ସହଜ ସରଳରେ ସମାଧାନ କରିପାରିବେ। ପୂର୍ବରୁ ଥିବା ଭୁଲ ବୁଝାମଣା କଟିଯାଇ ମାନସମ୍ମାନ ବୃଦ୍ଧିହେବ। ନିମ୍ନବର୍ଗୀୟଙ୍କ ମେଳରେ ଉଚ୍ଚ ମନୋବୃତ୍ତିର ଶିକାର ହୋଇ ବହୁ ହିତୈଷୀଙ୍କ ସହାନୁଭୂତି ପାଇବେ। ଗତାନୁଗତିକ ଅର୍ଥୋପାର୍ଜନରେ କିଛି ବିଶ୍ରୂଙ୍ଖଳା ଘଟିବାର ନାହିଁ। ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ ଓ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଏବଂ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ଓ ସ୍ଥାନାନ୍ତର ନହୋଇ ଥିଲେ, ବର୍ଷର ଆରମ୍ଭରେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ। ଚାଷରେ ସବୁବେଳେ ଆଗେଇ ରହିବେ। ଯେ କୌଣସି କାର୍ଯ୍ୟ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ। ଯେକୌଣସି ନୂତନ ପ୍ରକାର ବ୍ୟବସାୟ କିମ୍ବା ଅଭିବୃଦ୍ଧି ଯୋଜନା ଲାଭଦାୟକ ହେବ। ଏପରିକି ନୂତନ ବ୍ୟାପାର କ୍ଷେତ୍ରରେ ଅର୍ଥ ଓ ଶ୍ରମ ଲଗାଣ କଲେ, ତାହା ଭରପୁର ଲାଭ ଦେବ। ପୁରୁଣା ବା ଗତାନୁଗତିକ କାରବାର ଦିଗରୁ ବିଶେଷ ଚିନ୍ତାର କାରଣ ନାହିଁ। ସେଥିପାଇଁ ଅଧିକ ପରିଶ୍ରମ ଅନାବଶ୍ୟକ। କେବଳ ଜଗିରଖି ସ୍ଥିତି ସହ ହାତମିଳାଇ ପାରିଲେ, ସ୍ଵାଭାବିକ ଗତିରେ ବ୍ୟବସାୟ ଚଳାଇ ଆଶାତୀତ ଲାଭ କରି ହେବ।
ଅଶୁଭ ଫଳ:-
ଆବଶ୍ୟକତାରୁ ଅଧିକ ପ୍ରାପ୍ତିର ଆସକ୍ତି କାରଣରୁ ଆଦର୍ଶ ଓ ନୀତି ବହିର୍ଭୂତ ହେବା ସମ୍ଭବ। ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଅନେକ ସମୟରେ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ପାଇଁ ଅଧିକରୁ ଅଧିକ ସତର୍କ ରହିବା ଆବଶ୍ୟକ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ନେଇ ପ୍ରାୟ ସମୟ ଚିନ୍ତିତ ରହିବେ। ସେପ୍ଟେମ୍ବର ମାସ ଠାରୁ ଘରଠୁ ବାହାରେ ଅଧିକାଂଶ ସମୟ ବିତାଇବେ, ଅଥବା ଘରେ ଥାଇ ନଥିବା ଭଳି ଗୁରୁତ୍ଵହୀନ ସ୍ଥିତିର କବଳିତ ହେବେ। ଅନେକ ସମ୍ପର୍କ ହ୍ରାସ ପାଇବ। ଅନେକ ଈର୍ଷାକାତରତାରେ କିମ୍ବା ସ୍ଵାର୍ଥ ସିଦ୍ଧି ନ ହେବା ଆଶଙ୍କ।ରେ ମଧ୍ୟ ଛାଏଁ ଦୂରେଇଯିବେ। ମୁଣ୍ଡ ଉପରେ ଗୁରୁ ଦାୟିତ୍ଵର ବୋଝ ଭାରି ହୋଇ ଯିବ। ବହୁ କ୍ଷେତ୍ରରେ ଅପ୍ରିୟତା ଏବଂ ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ କ୍ଷତିଗ୍ରସ୍ତ କରାଇବ ଓ ଭ୍ରାତୃ ବିବାଦର ଆଶଙ୍କା ରହିଛି। ଭ୍ରାତୃ ବିରୁଦ୍ଧ କାରଣ ନେଇ ଦୁଶ୍ଚିନ୍ତାରେ ପଡିବେ। କର୍ମର ଜଞ୍ଜାଳରେ ବାନ୍ଧି ହୋଇ ସମୟର ଭୀଷଣ ଆଭାବ ପରିଲକ୍ଷିତ ହେବ। ନିଜ ଲୋକ କେହି ବିଭ୍ରାଟ କରି ପାରନ୍ତି କିମ୍ବା ସମସ୍ୟା ସୃଷ୍ଟି କରି ଅସ୍ଥିରତାକୁ ଡାକି ଆଣିପାରନ୍ତି। ରାଜନୀତି କ୍ଷେତ୍ରରେ ବହୁ ପ୍ରକାର ମାୟା ସୃଷ୍ଟି ହେବ ଓ ଜନସଂପର୍କ ସୀମିତ ହୋଇଯିବ।
ମହିଳା ମାନଙ୍କ ପାଇଁ:-
ମହିଳାମାନଙ୍କ ପାଇଁ ବର୍ଷଟି ଶୁଭଦାୟକ ହେବ। ମନୋବଳ ଏକାଠି କରି ନିଜର ପ୍ରତିଷ୍ଠା ରକ୍ଷାର ପ୍ରଚେଷ୍ଟା ଜାରି ରଖିବେ। ଶରୀର ସୁସ୍ଥ ରହିବ ପୁରୁଣା ରୋଗର ପ୍ରକୋପରୁ ତ୍ରାହିପାଇବେ। ବାରମ୍ବାର ଯାତ୍ରାର ଶିକାର ହୋଇ ଅବ୍ୟବସ୍ଥିତ ଜୀବନଚର୍ଯ୍ୟାର ଅଧୀନ ହେବେ। କୁମାରୀ ବା ଯୁବତୀମାନେ ପାରିବାରିକ କ୍ଷେତ୍ରକୁ ସଜାଡିବାରେ ନିଷ୍ଠା ରଖିବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ଓ ପ୍ରେମସମ୍ବନ୍ଧ ବିବାହର ରୂପ ନେବ। କର୍ମଜୀବିନୀମାନେ କଠିନ ପରିଶ୍ରମ ମଧ୍ୟରେ ଯଶମାନର ଅଧିକାରିଣି ହେବେ ଓ କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁଁ ଶାନ୍ତି ପାଇବେ। ବିଳାଶ ବ୍ୟେଶନ ଉପରେ ଗୁରୁତ୍ଵ ଦେଇ ସଂସାର ଚକ୍ରରେ ଘୁରି ବୁଲିବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଅଚାନକ ଧନପ୍ରାପ୍ତି, ଜାଗା, ଜମି ବାସଗୃହ ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବାର ସୁବିଧା ପାଇବେ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଆୟ ଉପାର୍ଜନ ବୃଦ୍ଧି ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ।
ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-
ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷଫଳ ଅତ୍ୟନ୍ତ ଶୁଭ ଦାଯକ। ସମସ୍ତ ପ୍ରକାର ବାଧାବିଘ୍ନକୁ ଆଡେଇଦେଇ ଅଶାକରୁଥିବା ନମ୍ବରପାଇ ଉଚ୍ଚବିଦ୍ୟା ଅଧ୍ୟୟନର ସୁବିଧା ସୁଯୋଗ ପାଇ ଖୁସି ହେବେ। ଲକ୍ଷ୍ୟସ୍ଥାନ ପ୍ରାପ୍ତ ହେବାରେ ସହଜ ହେବ। ସତର୍କ ଚାଲିଚଳନ ଓ ସଙ୍ଗତ ବାକ୍ୟାଳପ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିବ। ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ-ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଆଗ୍ରହ ବଢିବ। ଭ୍ରମଣ, ରାଜନୀତି, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ।
ସ୍ଵାସ୍ଥ୍ୟ:-
ଦେହ ବର୍ଷସାରା ପ୍ରାୟ ଭଲ ରହିବ। କାନ୍ଧ ଓ ହାତରେ ସାମାନ୍ୟ ଧରଣର ପୀଡା ଅନୁଭବ କରିବେ। କ୍ଳାନ୍ତି ଓ ଅବସନ୍ନତା କାରଣରୁ, ସାମୟିକ ଚକ୍ଷୁ- ଦାନ୍ତ- ଛାତିରେ ପୀଡା ଓ ଜ୍ଵରାଦିର ଉପସର୍ଗ ଘଟିବ। ଯଦିଚ ଆତ୍ମଶକ୍ତି କେନ୍ଦ୍ରିତ କରି ସେ ସବୁକୁ ଆତିକ୍ରମ କରିବାକୁ ପଡିବ। ବର୍ଷାରମ୍ଭରେ ସ୍ଵାସ୍ଥ୍ୟହାନିର ଆଶଙ୍କା ରହିଛି।
ପ୍ରତିକାର:-
୧- ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର କରିବା ଆବଶ୍ୟକ। ୨- ରବିବାର ଓ ମଙ୍ଗଳବାରରେ ମାଦକଦ୍ରବ୍ୟ ଓ ଆମିଷ ନଖାଇବା ଉଚିତ୍। ୩- ରବିବାର ଦିନ ବେଲଗଛର ପୂର୍ବଦିଗରୁ ଚେର ଆଣି କମଳା ରଙ୍ଗର ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ। ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତିଙ୍କ କବଚ ଧାରଣ କରିବେ। ୫- ପ୍ରତ୍ୟେକ ଦିନ ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ଓ ଅସହାୟା ମାନଙ୍କୁ ସାହାଯ୍ୟ କରିବେ।