ଗୁରୁ ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ? Astrology

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୁରୁ ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣ କରିବେ ଅଶୁଭ ଗୁରୁଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଗୁରୁଗୋଚର ଫଳ ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ଗୁରୁଗ୍ରହ ସବୁଠାରୁ ଶୁଭଗ୍ରହ ଅଟନ୍ତି । ଗୁରୁଗ୍ରହ ସନ୍ତାନ, ଧନ, ଜ୍ଞାନ ତଥା ନ୍ୟାୟର ପ୍ରତୀକ ବୋଲି କୁହାଯାଏ । ଗୁରୁଗ୍ରହ ପ୍ରଭାବିତ ଜାତକ ବହୁତ ଜ୍ଞାନୀ ହୋଇଥାନ୍ତି । ଯଦି ଗ୍ରହ ଅଶୁଭରେ ଅବସ୍ଥିତ ହୋଇଛନ୍ତି ତେବେ ଧନହାନୀ, ଆର୍ଥିକ କ୍ଷତି, ସନ୍ତାନ ସୁଖରେ ବିଳମ୍ବ ବା ଝିଅମାନଙ୍କ ବିବାହ ହୋଇପାରେ ନାହିଁ । ନବଗ୍ରହରେ ବୃହସ୍ପତିଙ୍କୁ ଗୁରୁଙ୍କ ଉପାଧି ପ୍ରାପ୍ତ ହୋଇଛି । ମାନବ ଜୀବନରେ ବୃହସ୍ପତିଙ୍କ ମହତ୍ୱପୂର୍ଣ୍ଣ ପ୍ରଭାବ ପଡେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃହସ୍ପତି ସର୍ବଦା ଆପଦ ବିପଦରେ ରକ୍ଷା କରି ଥାନ୍ତି । ବୃହସ୍ପତି ଦଶା ଶେଷ ହେଲେ ଜାଣିବାକୁ ହେବ ଯେ ଶରୀରରୁ ଆତ୍ମା ଅଲଗା ହେବା ସହିତ ସମାନ । ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ । ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ । ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତି ଫଳ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ବୃହଷ୍ପତି ଜନ୍ମହେଲେ ସ୍ଥାନନାଶ ଆବର ମନରେ ଭୟ ଧନଜନ ମାନଯଶ ପରାପତ ଦ୍ୱିତୀୟେ ଜାଣ ନିଶ୍ଚୟ ମିଥ୍ୟା ଅପବାଦ କଳହାଦି ଯେତେ ତୃତୀୟରେ ଉପୁଜଇ ଚତୁର୍ଥରେ ଧନହାନି ପ୍ରାଣପୀଡ଼ା ବିଦ୍ୟାବୁଦ୍ଧି ନାଶଯାଇ ପଞ୍ଚମରେ ସୁତ ଅର୍ଥ ପରାପତ ସର୍ବ ମଙ୍ଗଳ ହୁଅଇ ଷଷ୍ଠଗୁରୁ ନିଶ୍ଚେକଷ୍ଟ ଫଳଦେବେ ଧନନାଶ ହୋଇଥାଇ ସପ୍ତମ ହୋଇଲେ ବୃହସ୍ପତି ଜାଣ ସୁଖଧନ ଯେ ଅପାର ଅଷ୍ଟମରେ ନାନାରୋଗ ହୁଏଜାତ ଧନନାଶ ଯେ ଆବର ନବମେ ସୁଖ ସୌଭାଗ୍ୟ ସନ୍ତାନ ନିତି ପ୍ରଫୁଲ୍ଲିତ ମନ ଦଶମରେ ମହାଶଙ୍କଟ ପଡ଼ଇ ପ୍ରାଣପୀଡ଼ା କ୍ଷୟଧନ ଏକାଦଶେ ଯଶସମ୍ପଦ ମିଳଇ ନୃପତି ସମାନ ଜାଣ ଦ୍ୱାଦଶରେ ବହୁବ୍ୟୟ ହୋଇଥାଏ ଶରୀରେ ପୀଡା ପ୍ରମାଣ । ନବଗ୍ରହଙ୍କର ଗୋଚର ଫଳ ଏ ପାରାଶର ଲେଖିଛନ୍ତି ଦଶା ଶୁଭଥିବ ଗୋଚରେ ଶୁଭଯେ ବିଚାରିବେ ଭାବିଛିନ୍ତି ଦଶା ଶୁଭଥିବ ଗୋଚରେ ଅଶୁଭ ଥିବେ ଯଦି ଗ୍ରହଗଣ ଶୁଭଫଳ ସବୁ ନଷ୍ଟ ହୋଇଯାଏ ମିଳଇ ବହୁ କଷଣ

ବୃହସ୍ପତି ଜନ୍ମହେଲେ ଭୟ, ଦ୍ୱିତୀୟରେ ଅର୍ଥଲାଭ, ତୃତୀୟରେ ଶରୀରପୀଡ଼ା, ଚତୁର୍ଥରେ ଅର୍ଥନାଶ, ପଞ୍ଚମରେ ସର୍ବଶୁଭ, ଷଷ୍ଠରେରୋଗ, ସପ୍ତମରେ ରାଜପୂଜା, ଅଷ୍ଟମରେ ଧନନାଶ, ନବମରେ ଧନବୃଦ୍ଧିଃ, ଦଶମରେ ଦାମ୍ପତ୍ୟହାନୀ, ଏକାଦଶରେ ସ୍ଥାନ ଓ ଧନଲାଭ, ଦ୍ୱାଦଶରେ ଶରୀରପୀଡ଼ା ଓ ମାନସିକ ଅଶାନ୍ତି ହେବ ।

ପ୍ରତିକାର:- ଜନ୍ମ ଗୁରୁହେଲେ ୧- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ । ଦ୍ଵିତୀୟ ଗୁରୁ ହେଲେ୨-ମାଆ ବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ ଓ ନିଜ ପାଖରେ ହଳଦୀ ରଙ୍ଗର ରୁମାଲ ରଖନ୍ତୁ । ତୃତୀୟ ଗୁରୁ ହେଲେ୩-ଗୁରୁବାର ଦିନ କଳଦୀଗଛ ମୂଳରେ ପାଣି ଢ଼ାଳନ୍ତୁ । ଚତୁର୍ଥଗୁରୁ ହେଲେ ୪-ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ । ପଞ୍ଚମ ଗୁରୁହେଲେ ୫-ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ ।

ଷଷ୍ଠ ଗୁରୁ ହେଲେ ୬-ଗୁଡ଼, କଦଳୀ, ବୁଟଡାଲି, ହଳଦୀ, ଲଡୁ, ହଳଦିଆ ବସ୍ତ୍ର ବିଷ୍ଣୁ ମନ୍ଦିରରେ ଦାନ ଦେବେ । ସପ୍ତମ ଗୁରୁ ହେଲେ ୭- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ । ଅଷ୍ଟମ ଗୁରୁ ହେଲେ ୮- ବିଷ୍ଣୁ ମନ୍ଦିରରେ ହଳଦିଆ ଦ୍ରବ୍ୟ, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ । ନବମ ଗୁରୁହେଲେ ୯- ଅଷ୍ଟଗନ୍ଧ ତିଳକ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ । ଦଶମ ଗୁରୁ ହେଲେ ୧୦- ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ । ଏକାଦଶ ଗୁରୁହେଲେ ୧୧- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ । ଦ୍ଵାଦଶ ଗୁରୁ ହେଲେ ୧୨- ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!