ବୁଧ ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି, ଜାଣିବା ପାଇଁ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୁଧ ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣକରିବେ ଅଶୁଭ ବୁଧଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୁଧ ଗୋଚର ଫଳ ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ବୁଧ ଗ୍ରହଙ୍କୁ ବୁଦ୍ଧିମତା, ବାଣୀ, ଚେତନା, ବ୍ୟାପାର ତଥା ପ୍ରଖରତାର ସ୍ୱାମୀ ବୋଲି କୁହାଯାଏ । ଯେଉଁ ଗ୍ରହଙ୍କ ସହିତ ବୁଧ ଯୁକ୍ତ ହୁଅନ୍ତି ସେହି ଅନୁସାରେ ଫଳ ପ୍ରାପ୍ତି ହୁଏ । ସେହି କାରଣରୁ ଏହି ଗ୍ରହଙ୍କୁ ବିଶେଷ ମହତ୍ୱ ଦିଆଯାଏ । ଏହି ଗ୍ରହ ପ୍ରତ୍ୟେକ ରାଶିରେ ୧୮ଦିନ ପର୍ଯ୍ୟନ୍ତ ଅବସ୍ଥିତ ହୁଅନ୍ତି । ଯଦି ବୁଧ ଶୁଭ ସ୍ଥାନରେ ଅବସ୍ଥିତ ହୁଅନ୍ତି ତେବେ ବ୍ୟକ୍ତିର ବୁଦ୍ଧି ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ସଫଳତା ପ୍ରାପ୍ତି ହୁଏ । ଯଦି ଅଶୁଭ ସ୍ଥାନରେ ଅବସ୍ଥିତ ହୋଇଥାନ୍ତି ତେବେ କେତେ ପ୍ରକାର ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିଥାଏ । ଏହି ଗ୍ରହ ସର୍ବଦା ରବି ଗ୍ରହଙ୍କ ନିକଟବର୍ତ୍ତି ହୋଇ ରହିଥାନ୍ତି । ଯଦି କୌଣସି ଗ୍ରହ ରବିଙ୍କ ସହିତ ସ୍ଥିତ ଥାନ୍ତି ତାକୁ ଅସ୍ତ ବୋଲି କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେହିପରି ବୁଧ ୧୪ଡିଗ୍ରୀ ବା ତାଠାରୁ କମ୍‌ ଡିଗ୍ରୀରେ ଅବସ୍ଥାନ କରନ୍ତି ତେବେ ମଧ୍ୟ ଅସ୍ତ ବୋଲି କୁହାଯାଏ । କିନ୍ତୁ ରବି ଗ୍ରହଙ୍କ ସହିତ ଯୁକ୍ତ ହୋଇଥିବାରୁ ବୁଧ ଗ୍ରହଙ୍କୁ ଅସ୍ତର ଦୋଷ ଲାଗେ ନାହିଁ ଓ ଅସ୍ତ ହେବାର ପରିଣାମରେ ମଧ୍ୟ ଅଧିକ ଅନ୍ତର ଦେଖାଯାଏ ନାହିଁ । ଏହା ଯୁକ୍ତ ହୋଇଥିବାରୁ ବୁଧାଦିତ୍ୟ ଯୋଗ ସୃଷ୍ଟି ହୁଏ । ବୁଧଗ୍ରହ ଗଣିତଜ୍ଞ, ଲେଖକ, ଜ୍ୟୋତିଷ, ବ୍ୟାପାର, କମ୍ୟୁନିକେଶନ, ଇଲେକ୍ଟ୍ରୋନିକ୍ସ ଉପକରଣ, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଟ୍ରେଡ୍‌ ବା ଇଣ୍ଡଷ୍ଟ୍ରି, ବିତ୍ତ, ବ୍ୟାଙ୍କ, ଉଦ୍ୟୋଗ, ଟେକ୍ନୋଲୋଜି, ଅଭିନେତା, ଶୋଧକର୍ତ୍ତା, ପ୍ରଶିକ୍ଷକ, ମାର୍କେଟିଙ୍ଗ୍‌ ବିଜ୍‌ନେସ୍‌, ବିଜ୍ଞାପନ, ନେଟୱାର୍କ, ଇଂଜିନିୟର ବିଦ୍ୟାର ପ୍ରତିନିଧିତ୍ୱ କରିଥାନ୍ତି । ଅନୁସନ୍ଧାନ, ପ୍ରଶିକ୍ଷଣ, ପ୍ରକାଶନସଂସ୍ଥା, ଲେଖନସାମଗ୍ରୀ, ସମ୍ପାଦନ, ଖବର ସଂଗ୍ରହ, ପତ୍ରକାରିତା, ଶୋସିଆଲ୍‌ ମିଡିଆ, ବ୍ୟାଙ୍କିଙ୍ଗ୍‌ ଇତ୍ୟାଦି କ୍ଷେତ୍ରରେ ବୁଧଗ୍ରହ ଯୁକ୍ତ ହୋଇଥାନ୍ତି । ବ୍ୟାପାର ବାଣିଜ୍ୟ କାରକ ବୁଧଗ୍ରହ

ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ । ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ । ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତି ଫଳ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ବୁଧଜନ୍ମ ହେଲେ ମାନ ଧନହାନୀ ପୁଣି ବନ୍ଧନର ଭୟ ଦ୍ୱିତୀୟରେ ଧନପ୍ରାପ୍ତି ହୁଏଜାଣ ସବୁକ୍ଷେତ୍ରରେ ବିଜୟ ତୃତୀୟରେ ଅର୍ଥ ଅଯଥାରେ ନାଶ ଶିକ୍ଷାକ୍ଷେତ୍ରେ ଅପମାନ ଚତୁର୍ଥରେ କାର୍ଯ୍ୟସିଦ୍ଧି ହୋଇବଟି ଅନେକ ମିଳଇ ଧନ ପଞ୍ଚମରେ ଶତୃଭୟ ଅତିଦୁଃଖ ତିଳେ ନମିଳଇ ସୁଖ ଷଷ୍ଠବୁଧହେଲେ ଶୁଭସ୍ଥାନପ୍ରାପ୍ତି ଘୂଞ୍ଚିଯାଏ ସବୁ ଦୁଃଖ ସପ୍ତମରେ ଦେହପୀଡ଼ା ଉପୁଜଇ କଷ୍ଟରେ କଟଇଦିନ ଅଷ୍ଟମରେ ଯଶକୀର୍ତ୍ତି ଲାଭ ହେବ ହଠାତ୍ ମିଳାଇ ଧନ ନବମରେ ମହାକ୍ଲେଶ ହୁଏଜାତ ଉଦାସୀନ ମହାକ୍ଷୋଭ ଦଶମରେ ନାନାସୁଖ ଜାତକରେ କର୍ମୋନ୍ନତି ନିଶ୍ଚେହେବ ଏକାଦଶେ ଆୟ ବୃଦ୍ଧିଯେ ହୋଇବ ନାଶ ହୋଇଯିବ ରୁଣ ଦ୍ୱାଦଶରେ ମତିସ୍ଥିର ହେବଜାଣ ବିତ୍ତପ୍ରାପ୍ତିଟି ପ୍ରମାଣ ଦ୍ଵିତୀୟ, ଚତୁର୍ଥ, ଷଷ୍ଠ ଯେ ଅଷ୍ଟମ, ଦଶମ, ଦ୍ଵାଦଶ ଗୃହେ । ଜନ୍ମରାଶି ଠାରୁ ବୁଧ ଏକାଦଶେ ନିଶ୍ଚେ ଶୁଭଫଳ ଦିଏ । ନବଗ୍ରହଙ୍କର ଗୋଚର ଫଳ ଏ ପାରାଶର ଲେଖିଛନ୍ତି । ଦଶା ଶୁଭଥିବ ଗୋଚରେ ଶୁଭଯେ ବିଚାରିବେ ଭାବିଛିନ୍ତି । ଦଶା ଶୁଭଥିବ ଗୋଚରେ ଅଶୁଭ ଥିବେ ଯଦି ଗ୍ରହଗଣ । ଶୁଭଫଳ ସବୁ ନଷ୍ଟ ହୋଇଯାଏ ମିଳଇ ବହୁ କଷଣ ।

ବୁଧଙ୍କ ଗୋଚର ଫଳ:- ବୁଧ ଜନ୍ମହେଲେ ବନ୍ଧନ ଭୟ, ରୋଗର ସାମ୍ନା କରିବାକୁ ପଡିଥାଏ । ଦ୍ୱିତୀୟରେ ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯାତ୍ରା କଲେ ଆର୍ଥିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହେବ । ତୃତୀୟରେ କଷ୍ଟ ଓ ଶତ୍ରୁଭୟ ଦେଖା ଦିଏ, ଚତୁର୍ଥରେ ଅର୍ଥଲାଭ ଆୟରେ ବୃଦ୍ଧି ଓ ପଦୋନ୍ନତି ହୋଇଥାଏ, ପଞ୍ଚମରେ ମାନସିକ ଦୁଶ୍ଚିନ୍ତା, ପୁରାତନ ରୋଗର ପ୍ରକୋପ ସହିତ ଉଦର ପୀଡ଼ା ଦେଖାଦେବ । ଷଷ୍ଠରେ ଶରୀରସୁସ୍ଥ, ନୂତନସ୍ଥାନଲାଭ ହେବ । ସପ୍ତମରେ ଦେହପୀଡା, ସ୍ନାୟୁ ଦୁର୍ବଳତା ଆଦି ରୋଗମାନ ଦେଖା ଦେଇ ପାରେ । ଅଷ୍ଟମରେ ଧନଲାଭ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ ଜନିତ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । ନବମରେ ରୋଗ ଓ ଋଣର ଶୀକାର ହୋଇ ପାରନ୍ତି । ଦଶମରେ ଅତ୍ୟନ୍ତଶୁଭ, ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ଏକାଦଶରେ ଅର୍ଥଲାଭ, ଧନଧାନ୍ୟ, ଗୋସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହେବ । ଦ୍ୱାଦଶରେ ଭାଗ୍ୟଶାଳୀ, ଜାଗା, ଜମି, ଗୃହଆଦି ପ୍ରାପ୍ତି ହେବ ଓ ବିତ୍ତଲାଭ ହେବ ।

ପ୍ରତିକାର:- ଜନ୍ମ ବୁଧହେଲେ ୧- ନିଜର କଥା ପ୍ରତି ସଂଯମ ରଖନ୍ତୁ ଓ ଦେଇଥିବା କଥାକୁ ପୂରଣ କରନ୍ତୁ । ଶୁଆ, ମଇଁଷି, ଛେଳି ଆଦି ପାଳନ କରନ୍ତୁ ନାହିଁ । ସବୁଜରଙ୍ଗ ବ୍ୟବହାର କରନ୍ତୁ । ଦ୍ଵିତୀୟ ବୁଧ ହେଲେ୨- ମିଛ କଥା କୁହନ୍ତୁ ନାହିଁ । ଶ୍ବଶୁର ଘରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ ଓ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ତୃତୀୟ ବୁଧ ହେଲେ୩- ଏକ ନୂଆ ମାଟି ହାଣ୍ଡି ଜଳରେ ପ୍ରବାହିତ କରନ୍ତୁ । ଷ୍ଟିଲର ମୁଦି ମଝି ଆଙ୍ଗୁଠିରେ ଧାରଣ କରନ୍ତୁ । ଚତୁର୍ଥବୁଧ ହେଲେ ୪- ଲୋକମାନଙ୍କୁ ସମ୍ମାନ ଦିଅନ୍ତୁ ଓ ସେମାନଙ୍କର ଭାବନାକୁ ପ୍ରଶଂସା କରନ୍ତୁ । ଯଦି ତୁମେ ସଚ୍ଚୋଟ ପଣକୁ ଛାଡିଦି ତେବେ ଶୁଭର ପ୍ରଭାବ ଦୂର ହୋଇଯିବ । ପଞ୍ଚମ ବୁଧ ହେଲେ ୫- ଫିଟିକିରିରେ ଦାନ୍ତ ସଫା କରନ୍ତୁ । ବୁଧବାର ଦିନ ଗାଈ କୁ କଞ୍ଚା ଘାସ ଖାଇବାକୁ ଦିଅନ୍ତୁ । ଷଷ୍ଠ ବୁଧ ହେଲେ ୬- ମାଙ୍କଡମାନକୁ ଗୁଡ ଖାଇବାକୁ ଦିଅନ୍ତୁ । ଗର୍ବ କରନ୍ତୁ ନାହିଁ ଓ ମିଛ କଥା କୁହନ୍ତୁ ନାହିଁ ।

ସୁନା ବା ରୂପାର ଚେନ୍ ଧାରଣ କରନ୍ତୁ । ସପ୍ତମ ବୁଧ ହେଲେ ୭- ମଙ୍ଗଳବାର ରାତିରେ ମୁଗ ବତୁରାଇ ବୁଧବାର ସକାଳେ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ । ଅଷ୍ଟମ ବୁଧ ହେଲେ ୮- ସବୁ ପ୍ରକାର ନିଶା ଠାରୁ ଦୂରେଇ ରୁହନ୍ତୁ । ପିଲାମାନଙ୍କର ଯତ୍ନ ନିଅନ୍ତୁ । ନବମ ବୁଧହେଲେ ୯- ଗାଈର ସେବା କରନ୍ତୁ । କନ୍ୟାମାନଙ୍କୁ ଖାଇବାକୁ ଦିଅନ୍ତୁ । ତମ୍ବା ପଇସାରେ କଣା କରି ଧଳା ସୂତାରେ ଗୁନ୍ଥି ଗଳାରେ ଧାରଣ କରନ୍ତୁ । ଦଶମ ବୁଧ ହେଲେ ୧୦- ନିଜ ଲୋକଙ୍କ ସହିତ ବିରୋଧୀ ହୁଅନ୍ତୁ ନାହିଁ । ନିଜ ଇଛାରେ କାର୍ଯ୍ୟ କରନ୍ତୁ ନାହିଁ । ଝିଅ, ଭଉଣୀ, ମାଉସୀ ଙ୍କୁ ସମ୍ମାନ ଦିଅନ୍ତୁ । ଏକାଦଶ ବୁଧହେଲେ ୧୧-‘ଓଁ ନମୋ ଭଗବତେ ବାସୁଦେବାୟ’ ଏହି ମନ୍ତ୍ରକୁ ଜପ କରନ୍ତୁ । ବୁଧବାର ଦିନ ଗୋମତାକୁ କଞ୍ଚାଘାସ ଖାଇବାକୁ ଦିଅନ୍ତୁ । ଦ୍ଵାଦଶ ବୁଧହେଲେ ୧୨- ଯେ କୌଣସି ନିଶା ଦ୍ରବ୍ୟ ଖାଆନ୍ତୁ ନାହିଁ । ଜ୍ଞାନକୁ ଷଠିକ୍ ଭାବରେ ବ୍ୟବହାର କରନ୍ତୁ । ମିଛ କଥା କୁହନ୍ତୁ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!