ଦୈନିକ ରାଶିଫଳ: 19 ମାର୍ଚ୍ଚ 2023, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚ ମାସ ୧୯ ତାରିଖ, ରବିବାର, ମୀନମାସ ୫ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ଦିବା ୮ ଟା ୭ ମିନିଟ୍ ପରେ ତ୍ରୟୋଦଶୀ ତିଥି, ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର । ସିଦ୍ଧ ଯୋଗ ରାତ୍ରି ୮ଟା ୬ ମିନିଟ ପରେ ସାଧ୍ୟ ଯୋଗ । ତୈତିଳ କରଣ ଦିବା ୮ଟା ୦୭ମିନିଟ୍ ପରେ ଗର କରଣ । ମେଷ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର ଦିବା ୧୧ଟା ୧୬ ମିନିଟ ପରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ନିଷିଦ୍ଧ ଖାଦ୍ୟ- ପୋଇ, ମସୁରଡାଲି ନ ଖାଇଲେ ଭଲ ଦିବା ୮ଟା ୦୭ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ଦିବା ୦୮ଟା ୦୭ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ତ୍ରୟୋଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୨୪ମିନିଟ୍ ରୁ ୧ଟା ୨୪ମିନିଟ୍, ରାତି ୧ଟା ୨୪ମିନିଟ୍ ରୁ ୨ଟା ୫୪ମିନିଟ୍ । ଶୁଭସମୟ- ସକାଳ ୫ଟା ୫୫ମିନିଟ୍ ରୁ ୯ଟା ୫୫ ମିନିଟ୍, ଦିବା ୧ଟା ୨୪ମିନିଟ୍ ରୁ ୧ଟା ୫୪ମିନିଟ୍, ସନ୍ଧ୍ୟା ୬ଟା ୪୧ମିନିଟ ରୁ ୯ଟା ୫ମିନିଟ, ରାତ୍ର ୧୨ଟା ୧୮ମିନିଟ୍ ରୁ ୧ଟା ୨୪ମିନିଟ୍, ରାତ୍ର ୨ଟା ୫୪ମିନିଟ୍ ରୁ ରାତ୍ର ୩ଟା ୩୦ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ମିତ୍ରମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଟଙ୍କାର ଆବଶ୍ୟକତା ପୂରଣ ହୋଇ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ଆଧ୍ୟାତ୍ମିକ ଓ ବୌଦ୍ଧିକ ଭାବନାରେ ଉନ୍ନତି ହେବ । ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ସଂଘର୍ଷ ଦ୍ଵାରା ସଫଳତା ମିଳିବ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆଶା ପୂରଣ ହେବ । ପରିବାରରେ କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ ଓ ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ମନକୁ ଆଘାତ ଲାଗିଲାଭଳି କଥାଶୁଣି ପାରନ୍ତି । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ । ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ । ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ବ୍ୟବସାୟ ବଢାଇବାରେ ସମର୍ଥ ହେବେ ଓ ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟୀକ ସଫଳତା ଆତ୍ମସନ୍ତୋଷ ବଢେଇବ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଶତୃ ଓ ବିରୋଧିମାନେ ଜଣାପଡି ଅପଦସ୍ଥ ହେବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଯୋଗୁ ଉପଯୋଗ କରିପାରିବେ ନାହିଁ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେକୃତକାର୍ଯ୍ୟ ହେବେ । ଦାମ୍ପତ୍ୟ ସୁଖରେ ବାଧା ଉପୁଜି ପାରେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:-ଅଧା ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ପାରିବାରିକ କ୍ଷେତ୍ରରେ ଆର୍ଥିକ ଉନ୍ନତି ହେବା ସହ ଶତୃ ପରାଜିତ ହେବେ । ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ ଓ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:-ସବୁଥିରେ ସଫଳତା ମିଳିବା ଯୋଗେ ମାନସିକ ଶାନ୍ତି ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବା ସହ ଶାରିରୀକ ଅସୁସ୍ଥତା ଦୂରହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ସାହିତ୍ୟ, କଳାକ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ ଓ ଟଙ୍କାର ଆବଶ୍ୟକତା ପୂରଣ ହେବ । ଶାରିରୀକ ଅସୁସ୍ଥତା ଦୂରହୋଇ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଜମିବାଡ଼ି ନେଇ କେତେକ ସମସ୍ୟା ସମାଧାନ ହେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ବୁଝି ବିଚାରି କାର୍ଯ୍ୟ କଲେ ପାରିବାରିକ ଜୀବନ ଆନନ୍ଦମୟ ହେବ । ଉଚିତ୍ ପନ୍ଥା ଗ୍ରହଣ ନକଲେ ନିଜ ଲୋକମାନେ ମନମୋଟିଆ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମକର:-ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ଉଚିତ ପନ୍ଥା ଗ୍ରହଣ କରି ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ପାରିବେ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରି ସଫଳତା ଅର୍ଜନ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସୁସମ୍ବାଦ ପ୍ରାପ୍ତି ହେବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇ ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ ଓ ନୂତନବନ୍ଧୁଙ୍କ ଆଗମନ ହେବ । ଜାଗାଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂରଣ ହୋଇପାରେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!