ଦୈନିକ ରାଶିଫଳ: 20 ମାର୍ଚ୍ଚ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି 2ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚମାସ ୨୦ ତାରିଖ, ସୋମବାର, ମୀନମାସ ୬ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥି, ଶତଭିଷା ନକ୍ଷତ୍ର, କୁମ୍ଭରାଶିରେ ଚନ୍ଦ୍ର। ସାଧ୍ୟ ଯୋଗ। ବିଷ୍ଟି କରଣ ଦିବା ୩ଟା ୨୦ମିନିଟ୍ ପରେ ଶକୁନି କରଣ। ମିଥୁନ ରାଶିର ଘାତବାର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ନିଷିଦ୍ଧ ଖାଦ୍ୟ- ବିରି, ତୈଳ ନ ଖାଇଲେ ଭଲ। ଯୋଗିନୀ- ପଶ୍ଚିମେ ରାତ୍ରି ୧ଟା ୪୭ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଚାତୁର୍ଦ୍ଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ସକାଳ ୭ଟା ୨୪ମିନିଟ୍ ରୁ ୮ଟା ୫୪ମିନିଟ୍, ଦିବା ୨ଟା ୫୪ମିନିଟ ରୁ ୪ଟା ୨୪ମିନିଟ, ରାତ୍ରି ୧୦ଟା ୨୩ମିନିଟ୍ ରୁ ୧୧ଟା ୫୩ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୫୪ମିନିଟ୍ ରୁ ୭ଟା ୨୪ମିନିଟ୍, ଦିବା ୧୦ଟା ୪୨ ମିନିଟ୍ ରୁ ୧ଟା ୦୬ମିନିଟ୍, ଦିବା ୪ଟା ୨୪ ମିନିଟ ରୁ ୫ଟା ୬ମିନିଟ, ସନ୍ଧ୍ୟା ୬ଟା ୪୧ମିନିଟ୍ ରୁ ୯ଟା ୦୫ମିନିଟ୍, ରାତ୍ର ୧୧ଟା ୫୩ମିନିଟ୍ ରୁ ରାତ୍ର ୨ଟା ୪୧ମିନିଟ୍। ପର୍ବଦିନ- ଶରଣ, ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମ ସୁରୁଖୁରୁରେ ହୋଇଯିବ। ଜାଗାଜମି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। କାରବାରରେ ସୁଧାର ଆସିବା ଫଳରେ ମନ ଭଲ ରହିବ। କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। କୌଣସି ଶୁଭ ସମାଚାର ଶୁଣି ହସଖୁସିରେ ସମୟ ବ୍ୟତୀତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବାସହ ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ। ବ୍ୟବସାୟ ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବାସହ ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ। ଭାଇ ଭଉଣୀ ଓ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ବେଶ୍ ଆନନ୍ଦ ପାଇବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ଆବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ। ଭାଗୀଦାରି କ୍ଷେତ୍ରରେ ଆଖିବନ୍ଦ କରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ଅମନଯୋଗୀ, ଅଯଥାରେ ଶତୃବୃଦ୍ଧି, ଆର୍ଥିକ କ୍ଷେତ୍ରରେ ବିଫଳତା ଦେଖା ଦେବ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସାମାଜିକ ପତିଆରା ଅମଳିନ ରହିବ। ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ। ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧି ପାଇବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆଗ୍ରହ ବଢିବ। ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ସରକାରୀ କାମରେ ସଫଳତା ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ଶୁଭ ସମ୍ବାଦପାଇ ଖୁସିହେବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ତୁଳା:-ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟି କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ବ୍ୟବସାୟିକ ସ୍ଥିତି ସୁଦୃଢ ହେବା ସହ ଉତ୍ତମ ରୋଜଗାର କରି ପାରିବେ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ କରିବାକୁ ଚେଷ୍ଟିତ ହେବେ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ଖେଳକୁଦରେ ବିଜୟୀ ହେବେ।ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ପାଇ ଉଚ୍ଚ ଆଶାରେ ଆଗେଇବେ। କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବାସହ ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆୟ ବୃଦ୍ଧି ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ଧନୁ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ ବ୍ୟବସାୟ ବଢାଇବାରେ ସମର୍ଥ ହେବେ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, ବାସସ୍ଥାନ ବା ଯାନବାହାନର ନବୀକରଣ କରି ପାରନ୍ତି। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସ୍ଥିର ହେବ। ଅନେକକାର୍ଯ୍ୟରେ ସଫଳତା ମିଳିବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମକର:-ଦୂରଯାତ୍ରାରେ ଆକସ୍ମିକ ଧନଲାଭ ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ଉତ୍ତମ ରୋଜଗାର କରିପାରିବେ। ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ପିଲାଙ୍କସହ ଖୁସିରେ ରହିବେ। ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଆର୍ଥିକସ୍ଥିତି ପୂର୍ବପରି ରହିବ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ। ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ନିର୍ମାଣମୂଳକ ଯୋଜନାରେ ଆଗେଇବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ପ୍ରତିକାର- ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମୀନ:-ବିଦ୍ୟା କ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!