ନିଜ ରାଶି ଅନୁସାରେ ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ଉପାୟ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନିଜ ରାଶି ଅନୁସାରେ ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ଉପାୟ

ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ। ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ। ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ଗ୍ରହଣ ସମୟରେ ଶ୍ଵେତ ଚନ୍ଦନ ମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ- 

ଓଁ ଐଂ ହ୍ରୀଂ ଶଶାଙ୍କାୟ ନମଃ।

ବୃଷ-

ଓଁ ଐଂ ହ୍ରୀଂ ସୋମାୟ ନମଃ।

ମିଥୁନ-

ଓଁ ଐଂ ହ୍ରୀଂ ମୃଗାଙ୍କାୟ ନମଃ।

କର୍କଟ-

ଓଁ ଐଂ ହ୍ରୀଂ ଚନ୍ଦ୍ରମାୟ ନମଃ।

ସିଂହ-

ଓଁ ହ୍ରୀଂ ଐଂ ହ୍ରୀଂ ହିମାଂଶୁ ଶେଖରାୟ ନମଃ।

କନ୍ୟା-

ଓଁ ଐଂ ହ୍ରୀଂ ବିଧୁ ଦେବାୟ ନମଃ।

ତୁଳା-

ଓଁ ଐଂ ହ୍ରୀଂ ଶଶାଲାଞ୍ଛନାୟ ନମଃ।

ଆହୁରି ପଢନ୍ତୁ: ଚନ୍ଦ୍ର ଗ୍ରହଣ ୨୦୧୮: ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟ ଓ କେମିତି କରିବେ ପାଳନ?

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ବିଛା-

ଓଁ ଐଂ ହ୍ରୀଂ ଶୀତରଶ୍ମୀ ଦେବାୟ ନମଃ।  

ଧନୁ-

ଓଁ ଐଂ ହ୍ରୀଂ ରୋହିଣୀନାଥାୟ ନମଃ।

ମକର-

ଓଁ ଐଂ ହ୍ରୀଂ ନିଶାକରାୟ ନମଃ।       

କୁମ୍ଭ-

ଓଁ ହ୍ରୀଂ ଐଂ ହ୍ରୀଂ ଇନ୍ଦୁଦେବାୟ ନମଃ। 

ମୀନ-

ଓଁ ହ୍ରୀଂ ଐଂ ହ୍ରୀଂ ରାହୁରିପୁୟାୟନମଃ।

ବିଶେଷତଃ:-

ଗ୍ରହଣ ସମୟରେ ମନ୍ତ୍ର ଜପ କରିବା ଦ୍ଵାରା ଶହେଗୁଣ ଫଳ ପ୍ରାପ୍ତି ହେବ।

ଗ୍ରହଣ ସମୟରେ ଭୋଜନ କିମ୍ବା ଦର୍ଶନକଲେ ସର୍ବୌଷଧି ଜଳରେ ସ୍ନାନ କରିଦାନ ଦକ୍ଷିଣାଦେଇ ଶାନ୍ତି କରିବେ। ଯେଉଁଦ୍ରବ୍ୟ ମିଶିଲେ ସର୍ବୌଷଧି ହେବ ତାହା ଜାଣି ରଖିବା ନିତ୍ୟାନ୍ତ ଆବଶ୍ୟକ। ୧-ଶ୍ଵେତ ସୋରିଷ, ୨- ହରିଦ୍ରା, ୩-ଜଟାମାଂସୀ ୪-ପ୍ରିୟଙ୍କୁ, ୫-ବେଣା, ୬-ଲୋଧ୍ର, ୭-ବଚ, ୮-ମୁଥା, ୯-ଦାରୁ, ଓ ୧୦-ଧନିଆ ଏହିସବୁ ଦ୍ରବ୍ୟ ୧୦ ଗ୍ରାମ୍ ହିସାବରେ ଏହି ଦଶଦ୍ରବ୍ୟ ସମ ପରିମାଣ ଗୁଣ୍ଡ କରି ଜଳପୂର୍ଣ୍ଣ ମାଟି ମାଠିଆରେ ରାତିରେ  ପକେଇ ଦେବ। ପରଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠିବ ମାଠିଆରେଥିବା ଜଳରେ ସ୍ନାହାନ କରିବ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଗ୍ରହଣ ସମୟରେ ଭୋଜନ କିମ୍ବା ଦର୍ଶନକଲେ ମାତୃକଷ୍ଟ, ମାନସିକ ବିକୃତି, ଦୁର୍ବଳତାଯୋଗେ ଶରୀର କ୍ଷୀଣ। ବଡରୋଗ, ଅର୍ଥାଭାବ, ଥଣ୍ଡାଜ୍ଵର ଆଦି ରୋଗରେ ପୀଡିତ ହେବେ। ରୂପାର ଅର୍ଦ୍ଦଚନ୍ଦ୍ରାକୃତି କରି ନଦୀଜଳରେ ପକାଇଲେ ପ୍ରତିକାର ହୋଇଯିବ। ପାଣି କିମ୍ବା ଦୂଧପୂର୍ଣ୍ଣ ପାତ୍ର ମୁଣ୍ଡଊପରେ ଶୋଇଲାବେଳେ ସାତରାତି ରଖିବେ ପରଦିନ ଶେଜରୁ ଉଠି ଜଳ କ୍ଷୀର ନେଇ କ୍ଷୀର କୋଳି ଗଛମୂଳେ ଢାଳିଦେବେ। ଯେଉଁ ମାନଙ୍କ ଜାତକ ଲଗ୍ନରେ ପାପଚନ୍ଦ୍ର ଥିବ ସେମାନଙ୍କର ନିଶ୍ଚୟ ସ୍ୱାସ୍ଥ୍ୟ ଖରାପ ହେବ।

ଯେଉଁ ମାନଙ୍କ ଜାତକରେ ଅଷ୍ଟମ ଚନ୍ଦ୍ରଦୋଷ ଥିବ ସେମାନେ ଗ୍ରହଣସମୟରେ ଚାଉଳ, ଜଳ, ରୂପା, ଶ୍ଵେତଲୁଗା, ଗାଈକ୍ଷୀର ବ୍ରାହ୍ମଣଙ୍କୁ ଦାନ ଦେଇ ଦକ୍ଷିଣାଦେବେ। ସବୁଠାରୁ କଷ୍ଟରିଷ୍ଟ ହୋଇଥିବାରୁ ମଶାଣି କୂଅରୁ ପାଣିଆଣି ଘରେ ରଖିଲେ ରିଷ୍ଟ ଭୋଗ କରିବାକୁ ପଡିବ ନାହିଁ।

ଔଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମାୟ ନମଃ।

ଗୋମୁତ୍ରରେ ଦାନ୍ତଘଷି ସଫା କରିବ। ଗ୍ରନ୍ଥିରୋଗ ଦେଖାଦେଲେ ଗୋମୁତ୍ର ଓ ଫିଟିକିରି ବୋତଲ କିମ୍ବା ଟିଣ ଡବାରେ ମୁହଁ ବନ୍ଦକରି ଶୋଇବା ଗୃହରେ ରଖିବ। ଅଚଳ ପଇସା ଚଣ୍ଡାଳକୁ ଦେବ। ଗ୍ରହଣ ସମୟରେ ଶ୍ଵେତ ଚନ୍ଦନ ମାଳରେ ନିମ୍ନୋକ୍ତ ମନ୍ତ୍ରକୁ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ  ସୌଭାଗ୍ୟ ପ୍ରାପ୍ତିହେବ।

ଔଁ ଭ୍ରା ଭ୍ରିଂ ଭ୍ରୌଂ ସଃ ରାହବେ ନମଃ।

  • ୧। ଗ୍ରହଣ ସମୟରେ କୁକୁରକୁ ଖାଦ୍ୟ ଦେଲେ ପୁତ୍ରର ବାଧାବିଘ୍ନ ଦୂର ହେବ।
  • ୨। ସ୍ତ୍ରୀ ରୁଗୁଣ ହୋଇ ଥିଲେ ଗ୍ରହଣ ସମୟରେ ସ୍ତ୍ରୀ ଓଜନର ଗୋଖାଦ୍ୟ ଦାନକଲେ ଦୋଷ ଶାନ୍ତିହେବ।
  • ୩। ଚନ୍ଦ୍ର ରାହୁଯୁକ୍ତ ହେଲେ ରାହୁ ଶାନ୍ତି ପାଇଁ ଗ୍ରହଣ ସମୟରେ ଚନ୍ଦନ, ଅରୁଆ ଚାଉଳ କର୍ପୁର, ରାଶିତେଲ, ଧଲାଲୁଗା ଶକ୍ତି ଅନୁସାରେ ଦାନ କରିବେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!