ଚନ୍ଦ୍ର ଗ୍ରହଣ ୨୦୧୮: ଏ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୩୧ ଜାନୁୟାରୀ ଦିନ ଦୃଶ୍ୟ ହେବ। ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟ ଓ କେମିତି କରିବେ ପାଳନ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟ ହେତୁ ପାଳନୀୟ

ତା ୩୧-୦୧-୨୦୧୮ରିଖ, ମାଘ ପୂର୍ଣ୍ଣିମା, ବୁଧବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ ମକର ଦି୧୮ନ ମାଘ ପୂର୍ଣ୍ଣିମା ବୁଧବାର ଦିନ ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଏହି ଚନ୍ଦ୍ରଗ୍ରହଣର ଆରମ୍ଭ ଦୃଶ୍ୟ ଆସାମ, ଅରୁଣାଚଳପ୍ରଦେଶ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଏବଂ ପଶ୍ଚିମବଙ୍ଗର ପୂର୍ବଭାଗରେ ଚନ୍ଦ୍ରୋଦୟ ଆରମ୍ଭ ସମୟରେ ଦୃଶ୍ୟ ହେବ। ଓଡିଶାରେ ଏହି ଗ୍ରହଣ ଗ୍ରସ୍ତୋଦୟ ହେବ। ଅର୍ଥାତ୍ ଆମରାଜ୍ୟର ପ୍ରତ୍ୟେକ ସ୍ଥାନକୁ ଚନ୍ଦ୍ରୋଦୟ ଆରମ୍ଭ ପୂର୍ବରୁ ଗ୍ରାସ ଆରମ୍ଭ ହୋଇଯାଇଥିବ। ପୁରୀକୁ ସଂଧ୍ୟା ଘ.୫|୩୧ ମି. ରେ ସ୍ୱଳ୍ପଗ୍ରାସ ଅବସ୍ଥାରେ ଚନ୍ଦ୍ର ଉଦୟ ହେବେ। ଅଦ୍ୟ ଦିନ ଦିନାର୍ଦ୍ଧ ଦ୧୩|୫୫, ନିଶାର୍ଦ୍ଧ ଦ୧୬|୦୫, ନିଶାମାନ ଦ୩୨|୧୦, ପର୍ବଦଣ୍ଡ ଦ୩୧|୨୫, ସ୍ଫୁଟସ୍ପର୍ଶ ଦ୨୭|୧୦ ଲିତାକୁ।

ପୁରୀକୁ ଭାରତୀୟ ସାଧାରଣ ସମୟାନୁସାରେ ଚନ୍ଦ୍ରଗ୍ରହଣର ବିବରଣୀ

ପୁରୀକୁ ଚନ୍ଦ୍ରୋଦୟ:- ସଂଧ୍ୟା ଘ.୫|୩୧|୧୫ ସେ. ସମୟେ ସୂର୍ଯ୍ୟାସ୍ତ ସଂଧ୍ୟା ଘ.୫|୩୩|୫୭ ସେ.

ଚନ୍ଦ୍ର ଉପଛାୟାରେ ପ୍ରବେଶ:- ଦିବା ଘ.୪|୧୯|୨୭ ସେ. ସମୟେ (ଅଦୃଶ୍ୟ)

ଗ୍ରହଣ ସ୍ପର୍ଶ:- ସଂଧ୍ୟା ଘ.୫|୧୭|୪୭ ସେ. ସମୟେ, ପୂର୍ବବ୍ୟାପି ଆଗ୍ନେୟକୋଣେ (ଅଦୃଶ୍ୟ)

ନିମିଳନ:– ରାତ୍ରି ଘ.୬|୨୧|୩୦ ସେ. ସମୟେ (ଦୃଶ୍ୟ)।

ଗ୍ରହଣ ମଧ୍ୟ:- ରାତ୍ରି ଘ.୬|୫୯|୫୦ ସେ. ସମୟେ (ଦୃଶ୍ୟ)।

ଉନ୍ମୀଳନ:- ରାତ୍ରି ଘ.୭|୩୮|୨୨ ସେ. ସମୟେ (ଦୃଶ୍ୟ)।

ସର୍ବମୋକ୍ଷ:- ରାତ୍ରି ଘ.୮|୪୧|୩୬ ସେ. ସମୟେ । ପଶ୍ଚିମବ୍ୟାପି ବାୟବ୍ୟକୋଣେ (ଦୃଶ୍ୟ)।

ଚନ୍ଦ୍ର ଉପଛାୟାରୁ ମୁକ୍ତ:- ରାତ୍ରି ଘ.୯|୪୦|୫ ସେ. ସମୟେ (ଦୃଶ୍ୟ)।

ଗ୍ରହଣାଦ୍ୟନ୍ତ କାଳ:-

ଘ.୩|୨୩ ମି. ମାତ୍ର, ଗ୍ରାସମାନ ୧.୩୧୬, ଚନ୍ଦ୍ର ମଣ୍ଡଳକୁ ସଂପୂର୍ଣ୍ଣ ଗ୍ରାସକରି ଆକାଶରୁ ୫ବିଶ୍ଵା ୫ଗଣ୍ଡା ଗ୍ରାସକରିବ। ଏହି ଗ୍ରହଣ ଭାରତ ବ୍ୟତୀତ ଆମେରିକା, ଉତ୍ତରପୂର୍ବ ଆମେରିକାରେ ଚନ୍ଦ୍ରାସ୍ତ ପୂର୍ବରୁ ଗ୍ରହଣ ସମାପ୍ତ ହେବ। ଉତ୍ତରପୂର୍ବ ୟୁରୋପ, ଏସିଆ ଓ ହିନ୍ଦ୍ ମହା ସାଗରରେ ଗ୍ରସ୍ତୋଦୟ ଗ୍ରହଣରୂପେ ଦୃଶ୍ୟ ହେବ। ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡରେ ଏହି ଚନ୍ଦ୍ରଗ୍ରହଣ ସଂପୂର୍ଣ୍ଣ ଦେଖାଯିବ।

ଆହୁରି ପଢନ୍ତୁ: ନିଜ ରାଶି ଅନୁସାରେ ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ଉପାୟ ?

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ପାଳନ ବିଧି –

ଅଦ୍ୟ ଦିନ ସୂର୍ଯ୍ୟଦୟ ପୂର୍ବରୁ ନିଶାନ୍ତ ଏକ ପ୍ରହର ଅର୍ଥାତ୍ ପୂର୍ବଦିନ ମଙ୍ଗଳବାର ରାତ୍ରି ଘ.୩|୨୦ ମି. ଠାରୁ  ଅଦ୍ୟ ଦିନ ବୁଧବାର ସୂର୍ଯ୍ୟଦୟ ମଧ୍ୟରେ ଦେବନୀତି କରଣୀୟ। ସୂର୍ଯ୍ୟଦୟଠାରୁ ଅର୍ଥାତ୍ ପ୍ରାତଃ ଘ.୬|୨୫|୫୭ ସେ. ଠାରୁ ଦେବନୀତି, ପାକ ଏବଂ ଅନ୍ନଭୋଜନ ନିଷେଧ। ଗ୍ରହଣ ସର୍ବମୋକ୍ଷ ଅର୍ଥାତ୍ ରାତ୍ରି ଘ.୮|୪୧|୩୬ ସେ. ପରେ ମହାସ୍ନାନ କରି ଦେବନୀତି, ପାକପ୍ରସ୍ତୁତି ଏବଂ ଅନ୍ନଭୋଜନ କରଣୀୟ। ଶିଶୁ, ବୃଦ୍ଧ ଓ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କ ପକ୍ଷେ ଉପରୋକ୍ତ ନିୟମ ଲଂଘନୀୟ। ଏହି ଦିନ ଶ୍ରାଦ୍ଧ ପଡିଲେ ଆମ ଶ୍ରାଦ୍ଧ (ପକ୍ଵାନ୍ନ ବର୍ଜିତ) ବା ହେମ ଶ୍ରାଦ୍ଧ କରଣୀୟ।

ଗ୍ରହଣ ପାଳନ ପ୍ରମାଣ:–

ଗ୍ରସ୍ତୋଦୟେ ନିଶାନାଥେ ଗ୍ରସ୍ତାସ୍ତେ ଚ ଦିବାକରେ।

ଆଦୌ ରାତ୍ରି ତ୍ରିଯାମାନ୍ତେ ପ୍ରାତଃ ପୂଜା ବିଧିୟତେ ॥

 ଗ୍ରହଣ ସୂତକ ଓ ଗ୍ରହଣକାଳ ମଧ୍ୟରେ ମୂର୍ତ୍ତିସ୍ପର୍ଶ, ଅନ୍ନଭୋଜନ ଏବଂ ମୈଥୁନ ପ୍ରଭୃତି କର୍ମ ବର୍ଜନୀୟ।

ଗ୍ରହଣ ଦର୍ଶନେ ଚନ୍ଦ୍ର ଅଶୁଦ୍ଧି:–

ମେଷ, ସିଂହ ଓ ଧନୁ ରାଶିମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ। ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଗ୍ରହଣ ଦର୍ଶନେ ଶୁଭ।

ଗ୍ରହଣ ଦର୍ଶନେ ତାରାଶୁଦ୍ଧି:–

ଅଶ୍ୱିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭ। କୃତ୍ତିକା, ମୃଗଶିରା, ପୁନର୍ବସୁ, ଉତ୍ତରାଫାଲଗୁନୀ, ଚିତ୍ରା, ବିଶାଖା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ।

ଗ୍ରହଣସ୍ପର୍ଶେ ସ୍ନାନ ମନ୍ତ୍ର –

ସ୍ଵସ୍ଥାନଂ ଗମ୍ୟତାଂ ରାହୋ ତ୍ୟଜ୍ୟତାଂ ଚନ୍ଦ୍ରସଙ୍ଗମଃ ।

କର୍ମଚଣ୍ଡାଳ ଯୋନେ ତ୍ଵଂ ହି ମମ ପାପକ୍ଷୟଂ କୁରୁ ॥  

ଗ୍ରହଣ ମୋକ୍ଷ ସ୍ନାନ ମନ୍ତ୍ର –

ଯଥାପଦୋ ବିମୁକ୍ତୋସି ରାହୋ ର୍ବଦନ ସଙ୍କଟାତ୍ ।

ନିଶାନାଥ ତଥା ତ୍ଵଂ ହି ଆପଦୋ ମାଂ ବିମୋଚୟ ॥

ଅର୍ଘ୍ୟ ଦାନ ମନ୍ତ୍ର –

ନିଶାନାଥ ନାମସ୍ତୁଭ୍ୟ ରାହୁଗ୍ରହରିପୋ ପ୍ରଭୋ !

 ଅର୍ଘ୍ୟ ଦଦାମି ଦେବେଶ ରାହୁଗ୍ରହବିମୋଚନାତ୍ ॥

 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!