ଘରେ ପ୍ରବେଶ କରିପାରିବ ନାହିଁ କୌଣସି ରୋଗ, ବାସ କରନ୍ତୁ ଏହି ସହଜ ଉପାୟ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ମା-ହା-ମା-ରୀ କ-ରୋ-ନା ରୋ-ଗ ସମୟରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହୁ ମା ମଙ୍ଗଳାଙ୍କ ନିକଟରେ କାମନା କରୁଛି । ପ୍ରତ୍ୟେକ ଦିନ ଆମ ଅଜଣାତରେ ଗୃହରେ ବସ୍ତୁ ଦୋ-ଷ କିଛିନା କିଛି ସୃଷ୍ଟି ହେଉଛି । ଯାହା ଫଳରେ ରୋ-ଗ ଜୀବାଣୁ ଗୃହରେ ପ୍ରବେଶ କରୁଛନ୍ତି ତେଣୁ ରୋ-ଗ ଭଲ ହେବା ପାଇଁ ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା କିଛି ଉପାୟକୁ ବ୍ୟବହାର କରିପାରିଲେ ଶରୀର ସୁସ୍ଥ ରହିବା ସହ ସୁଖ ଶାନ୍ତି ବଜାୟ ରହିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଓ ଘର ଭିତରକୁ ରୋ-ଗ ପ୍ରବେଶ ନ କରିବା ପାଇଁ କିଛି ସରଳ ଉପାୟ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।ଯଦି ଘରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଲାଗିରହୁଛି ତେବେ ଏହାର କାରଣ ସେହି ଘରେ ବାସ୍ତୁଦୋ-ଷ ଥାଇପାରେ । ଘରର ମୁଖ୍ୟ ଦ୍ଵାରରେ ହିଁ ନକରାତ୍ମକ ଊର୍ଜା ପ୍ରବେଶ କରିଥାଏ । ତେଣୁ ଘରର ମୁଖ୍ୟଦ୍ଵାର ସଫା ସୁତୁରା ରଖିବା ସହ ଝରକା ଇତ୍ୟାଦିକୁ ଧ୍ୟାନ ଦେବା ଉଚିତ୍ ।

ଘରର ମୁଖ୍ୟଦ୍ଵାର ଭଙ୍ଗା ଫଟା ନ ହୋଇଥିବା ଆବଶ୍ୟକ, ଏଥିରେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ଘର ଭିତରେ ବୁଢିଆଣୀ ଜାଲ ନ ହେବା ଉଚିତ୍ । ଏହା ମାନସିକ ଚିନ୍ତାକୁ ବଢାଇ ଥାଏ । ଘରର ମୁଖ୍ୟଦ୍ଵାରରେ ସ୍ଵାସ୍ତିକ ଚିହ୍ନ କରନ୍ତୁ । ଘରର ପ୍ରବେଶ ଦ୍ଵାରରେ ସଙ୍ଗୀତମୟ ଘଣ୍ଟି ବା ବେଲ୍ ଲଗାନ୍ତୁ । ଘରର ମଧ୍ୟ ଭାଗକୁ ସର୍ବଦା ଖାଲି ରଖନ୍ତୁ । ଘରର ବିମ୍ ତଳକୁ କଦାପି ଶୁଅନ୍ତୁ ନାହିଁ ।

ଗରିବମାନଙ୍କୁ ନିଜର ସକ୍ଷମ ଅନୁଯାଇ କିଛି ଦାନ କରନ୍ତୁ । ସବୁବେଳେ ଭଲ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ । ଶୋଇବା ବେଳେ ମୁଣ୍ଡ ଦକ୍ଷିଣ ଦିଗକୁ ଓ ଗୋଡ ଉତ୍ତର ଦିଗକୁ କରି ଶୋଇବେ । ପ୍ରତି ଶନିବାର ଦିନ କଳା ବିରି ଓ ସୋରିଷ ତେଲ ଅସହାୟଙ୍କୁ ନିଶ୍ଚୟ ଦାନ କରନ୍ତୁ । ପବିତ୍ର ମନରେ ଶ୍ରୀ ହନୁମାନଙ୍କର ଚାଳିଶା ପାଠ କରନ୍ତୁ । ଏଥିରେ ଶ୍ରୀ ହନୁମାନଙ୍କର କୃପା ପ୍ରାପ୍ତ ହେବ । ଯାହା କି ଆମକୁ ସବୁ କ୍ଷେତ୍ରରେ ରକ୍ଷା କରିବେ ।

ଘରର ଦକ୍ଷିଣ ଦିଗରେ ଶ୍ରୀ ହନୁମାନଙ୍କର ଫଟୋ ଲଗାନ୍ତୁ । ବାସ୍ତୁଦୋ-ଷକୁ ଦୂର କରିବା ପାଇଁ ଘରେ ୯ଦିନ ପର୍ଯ୍ୟନ୍ତ ଅଖଣ୍ଡ ରାମାୟଣ ପାଠ କରନ୍ତୁ । ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଘରେ କର୍ପୁର ଆଳତି ନିଶ୍ଚୟ କରନ୍ତୁ । ଘରେ କଣ୍ଟାଯୁକ୍ତ ଗଛ କଦାପି ଲଗାନ୍ତୁ ନାହିଁ । ଘର ଭିତରକୁ ପ୍ରକୃତିକ ଆଲୋକ ଓ ପବନ ଆସିବାକୁ ବାଟ ରଖନ୍ତୁ । ସବୁ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର କିରଣ ଗ୍ରହଣ କରିବା ସହ ଚନ୍ଦ୍ରଙ୍କର ପୂଜା ଆରାଧନା କରନ୍ତୁ ।

ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!