ବିବାହ ପରେ କନ୍ୟା ଗୋଡରେ ପାଉଁଜି ଓ ଗୋଡମୁଦି ପିନ୍ଧିଥାଏ କାହିଁକି ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୋଡରେ ପାଉଁଜି ରୂପା ହୋଇଥିବାରୁ ବହୁତ ଶୁଭ କୁହାଯାଏ । କଦାପି ପାଉଁଜିକୁ ସୁନାରେ କରିବା ନାହିଁ । ବିବାହ ସମୟରେ ମାଆଙ୍କ ଦ୍ଵାରା କନ୍ୟାକୁ ଗୋଡରେ ପାଉଁଜି ପିନ୍ଧାଯାଏ । ଏହିପରି ବିବାହିତ ମହିଳାମାନେ ଗୋଡର ଆଙ୍ଗୁଠିରେ ମୁଦି ମଧ୍ୟ ପିନ୍ଧନ୍ତି । ଏହା ମଧ୍ୟ ରୂପାରେ ତିଆରି ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପାଉଁଜି ଓ ଗୋଡମୁଦି ପିନ୍ଧିବାର ମହତ୍ଵ-

ବିବାହିତ ମହିଳାମାନଙ୍କର ଗୋଡରେ ପାଉଁଜି ସୁଖସମ୍ପନ୍ନତାର ପ୍ରତୀକ ହୋଇଥାଏ । ଘରର ବୋହୁକୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ ।  ସେଥିପାଇଁ  ଘରେ ସୁଖସମ୍ପନ୍ନତା ଲାଗିରହିବା ପାଇଁ ମହିଳାମାନଙ୍କୁ ପାଉଁଜି ପିନ୍ଧାଯାଏ ।

କନ୍ୟା ପାଇଁ  ଗୋଡର ଆଙ୍ଗୁଠିରେ ମୁଦି ପିନ୍ଧିବା ଶୁଭ ଓ ଆବଶ୍ୟକତା ମନାଯାଏ । ବିବାହିତ ମହିଳାମାନେ ଗୋଡ ମୁଦି ପିନ୍ଧିଲେ ସ୍ୱାସ୍ଥ୍ୟ ଭଲ ରୁହେ ଓ ଘରେ ସୁଖସମ୍ପନ୍ନତା ମିଳିଥାଏ ।

ବୈଜ୍ଞାନିକଙ୍କ ମାନ୍ୟତା ଅନୁସାରେ ରୂପାର ପାଉଁଜି ମହିଳାମାନଙ୍କ ହାଡ ଦରଜରୁ ମୁକ୍ତି ମିଳିଥାଏ । ଏହା ସହିତ ପାଉଞ୍ଜିର ଘୁଙ୍ଗୁରର ଶବ୍ଦରେ ନକରାତ୍ମକ ଊର୍ଜା ଦୂର ହୋଇଯାଏ ।

ଏହିପରି ପାଦର ଆଙ୍ଗୁଠିର ସିରା ପ୍ରଶିରା ଗର୍ଭାଶୟ ସହିତ ଜଡିତ ହୋଇଥାଏ । ତେଣୁ ଗୋଡ ମୁଦି ପିନ୍ଧିଲେ ଗର୍ଭାବସ୍ଥାରେ ସବୁ ସମସ୍ଯାରୁ ରକ୍ଷା କରେ । ମହିଳାମାନଙ୍କର ବ୍ଲଡ଼ ପ୍ରେସର ମଧ୍ୟ ନିୟନ୍ତ୍ରିତ ରହିଥାଏ ।

ବିବାହ ପରେ ମହିଳାମାନେ ଚୁଡି କାହିଁକି ପିନ୍ଧନ୍ତି-

ବିବାହ ପରେ ମହିଳାମାନେ ଚୁଡି ପିନ୍ଧିବା ସବୁଠାରୁ ମହତ୍ବପୂର୍ଣ୍ଣ ଶୃଙ୍ଗାର ଅଟେ । ମହିଳାମାନେ ବହୁତ ଆଗ୍ରହରେ ଚୁଡି ପିନ୍ଧନ୍ତି । ଚୁଡି କାଚ, ଲାଖା, ସୁନା ଓ ରୂପାରେ ତିଆରି କରାଯାଏ । ଚୁଡି ପିନ୍ଧିବା ଦ୍ଵାରାଅନେକ ଧାର୍ମିକ ଓ ବୈଜ୍ଞାନିକ ଲାଭ ମିଳିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ମହିଳାମାନଙ୍କର ଭାଗ୍ୟ ଓ ସମ୍ପନ୍ନତାର ପ୍ରତୀକ ହୋଇଥାଏ । ଏହି ଚୁଡି ମହିଳାମାନଙ୍କର ବିହାହ କରିବାର ପ୍ରତୀକ ବୋଲି କୁହାଯାଏ ।

ଲାଲ୍ ଓ ଶାଗୁଆ ରଙ୍ଗର ଚୁଡି ବହୁତ ଶୁଭ ହୋଇଥାଏ । ଲାଲ୍ ରଙ୍ଗ ପ୍ରେମର ପ୍ରତୀକ ଅଟେ ଓ ମହିଳାମାନଙ୍କୁ ଆଦି ଶକ୍ତିରେ ଯୋଡି ଥାଏ । ସେହିପରି ଶାଗୁଆ ରଙ୍ଗ ପ୍ରକୃତିର ରଙ୍ଗ ମନାଯାଏ । ଯେଉଁପରି ପ୍ରକୃତି ଆମ ଜୀବନରେ ଖୁସି ଆଣିଥାଏ, ସେହିପରି ଶାଗୁଆ ରଙ୍ଗ ବୈବାହିକ ଜୀବନରେ ମଧ୍ୟ ଖୁସି ଦେଇଥାଏ । ମହିଳାମାନଙ୍କର ସ୍ଵାମୀଙ୍କର ଆୟୁଷ ବୃଦ୍ଧି ଓ ଭଲ ସ୍ୱାସ୍ଥ୍ୟ ପାଇଁ ସର୍ବଦା ଚୁଡି ପିନ୍ଧିବାକୁ କୁହାଯାଏ । ଏହି ଚୁଡିର ସମ୍ବନ୍ଧ ଚନ୍ଦ୍ର ସହିତ ମଧ୍ୟ ଥାଏ ।

ବୈଜ୍ଞାନିକଙ୍କ ମାନ୍ୟତା ଅନୁସାରେ ଚୁଡିର ଶବ୍ଦ ମହିଳାମାନଙ୍କ ହାଡକୁ ମଜବୁତ କରିବାକୁ ସାହାଯ୍ୟ କରିଥାଏ । ବ୍ଲଡ଼ ସରକୁଲେସନରେ ମଧ୍ୟ ସହାୟକ ହୋଇଥାଏ । ଆୟୁର୍ବେଦ ଆନୁସାର ସୁନା ଓ ରୂପାର ଭସ୍ମ ଶରୀର ପାଇଁ ବଳବର୍ଦ୍ଧକ ହୋଇଥାଏ, ସେଥିପାଇଁ ସୁନା ବା ରୂପାରେ ତିଆରି ଚୁଡି ପିନ୍ଧିଲେ ମହିଳାଙ୍କୁ ବଳ ପ୍ରଦାନ କରିଥାଏ । ଯାହାଦ୍ୱାରା ମହିଳାମାନେ ସ୍ଵସ୍ଥ ରୁହନ୍ତି ।

ବିଜ୍ଞାନ ମତରେ କାଚର ଚୁଡିର ଶବ୍ଦରେ ବାତାବରଣରେ ଥିବା ନକରାତ୍ମକ ଊର୍ଜା ନଷ୍ଟ ହୋଇଯାଏ ଓ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!