ଶୁଭ କାର୍ଯ୍ୟ କରିବାକୁ ଯିବା ସମୟରେ ମିଠାଦହି ଖାଇ କାହିଁକି ଯାଆନ୍ତି ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁବେଳେ ଘରର ଗୁରୁଜନମାନେ କହିଥାନ୍ତି ଯେ ବାହାରକୁ ଯିବାବେଳେ ମିଠାଦହି ଖାଇ ବାହାରକୁ ଯାଅ । ଯଦି କୌଣସି ଶୁଭ କାମ କରିବାକୁ ଯାଉଥାଉ କିମ୍ବା ପରୀକ୍ଷା ଦେବାକୁ ଯିବା ସମୟରେ, ଚାକିରୀ ପାଇଁ ଇଣ୍ଟରବ୍ୟୁ ଦେବାକୁ ଯିବା ସମୟରେ କିମ୍ବା କୌଣସି ବିଦେଶ ଜାଗାକୁ ଯିବା ସମୟରେ ମିଠା ଦହି ଖାଇ ଯିବାକୁ କହିଥାନ୍ତି । ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ନିର୍ଦେଶ ଅଛି କୌଣସି ଶୁଭକାମକୁ ଗଲେ ମିଠାଦହି ଖାଇ ଯାତ୍ରାକଲେ ବା ବାହାରକୁ ଗଲେ ଶୁଭଫଳ ମିଳିଥାଏ ଓ କାର୍ଯ୍ୟରେ ଦେଖାଯାଉଥିବା ବାଧା ଦୂର ହୁଏ ଏବଂ କାର୍ଯ୍ୟ ଭଲରେ ପୂରଣ ହୋଇଥାଏ । ଆସନ୍ତୁ ଜାଣିବା ଶୁଭ କାର୍ଯ୍ୟରେ ଯିବାବେଳେ ମିଠାଦହି ଖାଇ ଘରୁ ବାହାରିଲେ ତାର କଣ ଉପକାର ମିଳିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୁଆଡେ ଯାଉଛୁ ଯାଆ ମିଠାଦହି ଟିକେ ଖାଆ ଶୁଭ କାମ ପାଇଁ ମିଠାଦହି ଖାଇ ଘରୁ ବାହାରିବାର ଏହି ମାନ୍ୟତା ଅଛି-

ମିଠାଦହିର ରଙ୍ଗ ଦେଖିବାକୁ ସାମାନ୍ୟ ମାଟିଆ ବା ଘିଅ ରଙ୍ଗ କିମ୍ବା  ଧଳା ହୋଇ ଥିବାରୁ ଏହି ଦୁଇଟିର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହିତ ଜଡିତ ଅଛି । ଚନ୍ଦ୍ର ଗ୍ରହ ଆମ ମନକୁ ନିୟନ୍ତ୍ରିତ କରିଥାନ୍ତି । ମିଠାଦହି ଖାଇଲେ ଆମ ମନକୁ ଥଣ୍ଡା ଓ ପାଚନତନ୍ତ୍ର ଶାନ୍ତ ରହିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ସାମାନ୍ୟ ମିଠାଦହି ଖାଇ ଘରୁ ବାହାରିଲେ ଶୁଭଫଳ ମିଳିଥାଏ ।

ଶୁଭ କାମ ପାଇଁ ମିଠାଦହି ଖାଇ ଘରୁ ବାହାରିବାର ଏହି ସତ୍ୟତା ଅଛି ଯେ-

୧- ଦହିରେ ବହୁତ ଭିଟାମିନ୍ ଓ ମୀନରଲ୍ସ ଭରପୁର ରହିଥାଏ ।

୨- ଯେତେବେଳେ ଆମେ କୌଣସି ଜରୁରୀ କାର୍ଯ୍ୟ କରିବାକୁ ଯାଉ ସେତେବେଳେ ଆମ ମନରେ ଅନେକ ପ୍ରଶ୍ନ ଆସିଥାଏ ଓ ମନ ବିଚଳିତ ହୋଇଯାଏ । ଯାହା କି ଆମ ସ୍ୱାସ୍ଥ୍ୟ ଓ ପାଚନତନ୍ତ୍ର ଉପରେ ପ୍ରଭାବ ପଡିଥାଏ । ଏହି କାରଣରୁ ଆମକୁ ଏସିଡିଟି ବା ଗ୍ୟାସରୋ-ଗ ଆରମ୍ଭ ହୋଇଯାଏ । ଯାହା ଦ୍ଵାରା ଦେହ ଅସୁସ୍ଥ ହେବାର ଅନୁଭବ କରିଥାଉ । ତେଣୁ ବାହାରକୁ ଯିବା ବେଳେ ମିଠାଦହି ଖାଇଲେ ତାହା ଆମର ପାଚନତନ୍ତ୍ରକୁ ସାହାଯ୍ୟ କରିଥାଏ ।

୩- ସେହିପରି ମିଠା ଆମ ଶରୀରର ସୁଗାର ଲେବୁଲ୍ କୁ କଣ୍ଟ୍ରୋଲ କରିଥାଏ । ଯଦି ଶରୀରର ପାଚନତନ୍ତ୍ର ଓ ସୁଗାର ଲେବୁଲ୍ ଠିକ୍ ଥାଏ ତେବେ ଆମ ଶରୀରରେ ଊର୍ଜା ସୃଷ୍ଟି ହୋଇଥାଏ । ତେଣୁ କାମ କରିବା ପାଇଁ ମନ ଲାଗେ । ସେଥିପାଇଁ ଘରର ଗୁରୁଜନମାନେ ଘରୁ ବାହାରିବା ସମୟରେ ପ୍ରଥମେ ଦହି ଓ ମିଠା ବା ମିଠାଦହି ଖାଇ ଯିବାକୁ କୁହନ୍ତି ।

ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ କହବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!