ସମସ୍ତ କଷ୍ଟରୁ ମୁକ୍ତି ପାଇଁ ରାଶି ଅନୁଯାଇ କରନ୍ତୁ ଏହି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନ ଥିଲେ ଦୁଃଖ କଷ୍ଟ ତ ନିଶ୍ଚିନ୍ତ ଅଛି କିନ୍ତୁ ସେ ଦୁଃଖ କଷ୍ଟରୁ ଆମେ ମୁକ୍ତି ପାଇପାରିବା । ତେବେ ସେଇଥିପାଇଁ ଆଜି ଆମେ ଆପଣଙ୍କୁ ରାଶି ଅନୁଯାଇ କିଛି ଉପାୟ ବା ପ୍ରତିକାର କହିବାକୁ ଯାଉଛୁ ଯାହା କରିଲେ ଆପଣଙ୍କୁ ଆଶାତୀତ ଲାଭ ମିଳେ ଓ ସବୁ କଷ୍ଟରୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା ରାଶି ଅନୁଯାଇ ଉପାୟ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ-

ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଉପାୟ ହେଲା, ଘରୁ ବାହାରିବା ସମୟରେ ଘରର ଦକ୍ଷିଣ ଭାଗରେ କିଛି ଗୁଡ ରଖି ଦିଅନ୍ତୁ। କାର୍ଯ୍ୟରେ ଉନ୍ନତି ହେବା ସହ ଯାତ୍ରା ମଧ୍ୟ ସଫଳ ହେବ। ଯେବେବି କିଛି ଜରୁରୀ କାମରେ ଘରୁ ଭରିବେ ତେବେ ଏହି ଉପାୟ ନିଶିନ୍ତ କରିବେ ।

ବୃଷ-

ବୃଷ ରାଶିର ବ୍ୟକ୍ତି ଯଦି କୌଣସି ଧଳା ଗାଇକୁ କଞ୍ଚା ଚାଉଳ ଖୁଆନ୍ତି ତେବେ ନିଶ୍ଚିନ୍ତ ଧନ ଲାଭ ହେବ। ଶୁକ୍ରବାର ଠାରୁ ଆରମ୍ଭ କରି ପ୍ରତ୍ଯେକ ଦିନ ଏହି ଉପାୟ କରନ୍ତୁ। ଚାଉଳର ମାତ୍ରା ନିଜ ଅଞ୍ଜୁଳାରେ ହେବା ଭଳି ହୋଇଥିବା ଆବଶ୍ୟକ। ଏହି ଉପାୟ ଆପଣଙ୍କ ପାଈଁ ଧନ ମିଳାବର ସ୍ଥିତି ନିର୍ମାଣ କରିବ।

ମିଥୁନ-

ଏହି ରାଶିର ବ୍ୟକ୍ତି ବୁଧବାର ଦିନ ଗୋଟା ମୁଗ ଦାନ କରନ୍ତୁ। କୌଣସି ଏକ ସଧବା ନାରୀକୁ ଶଙ୍ଖା, ସିନ୍ଦୁର ଦାନ କରନ୍ତୁ। ନିୟମିତ ଧଳା ଗାଇକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହା ଦ୍ଵାରା ପରିବାରରେ ଥିବା ସବୁ ଦୋଷ ଦୂର ହେବ।

କର୍କଟ-

ଗୃହର ପଶ୍ଚିମ ଭାଗରେ ପାରା ମାନଙ୍କୁ ଦାନା ଖାଇବାକୁ ଦେବା ଉଚିତ। ଏହା ଦ୍ଵାରା ନକାରାତ୍ମକ ଊର୍ଜା ସମାପ୍ତ ହୋଇ ପରିବାରରେ ଶାନ୍ତି ବିରାଜ ମାନ କରେ।

ସିଂହ-

ଏହି ରାଶିର ବ୍ୟକ୍ତି ତମ୍ବା ପତ୍ରରେ ପାଣି ଭାରି ଗୃହର ପୂର୍ବ ଭାଗରେ ସେ ପାଣି ଛିଞ୍ଚି ଘର ପବିତ୍ର କରାନ୍ତୁ। ଏହା ଦ୍ଵାରା ଶୁଭ ସମ୍ବାଦ ପ୍ରାପ୍ତି ହେବ। ଘରର ବୃଦ୍ଧ ଲୋକଙ୍କର ସ୍ୱାସ୍ଥ୍ୟ ଠିକ ରହିବ।

କନ୍ୟା-

ଏହି ରାଶିର ବ୍ୟକ୍ତି ନିୟମିତ ଭାବରେ ନିଜ ଘରର ଉତ୍ତର ଦିଗରେ ଗାଇକୁ ଘାସ ଖାଇବାକୁ ଦିଅନ୍ତୁ। ଅସହାୟ ଲୋକଙ୍କୁ ଗୋଟା ମୁଗ ଓ ଗୁଡ ଦାନ କରନ୍ତୁ। ଏହା ଦ୍ଵାରା ଧନ ପ୍ରାପ୍ତି ହେବ।

ତୁଳା-

ତୁଳା ରାଶିର ବ୍ୟକ୍ତି ଯଦି ଶୁକ୍ରବାରର ସକାଳୁ ଘରର ପଶ୍ଚିମ- ଉତ୍ତର ଦିଗରେ ଧଳା କପଡାରେ କିଛି ଚାଉଳ ବାନ୍ଧି ଟାଙ୍ଗି ଦିଅନ୍ତି ତେବେ ଗୃହରେ ଶୁଭକାର୍ଯ୍ୟ ହେବାର ସମ୍ଭାବନା ଦେଖା ଦେବ ଏବଂ ବୈବାହିକ ଜୀବନରେ ଥିବା ଆସନ୍ତି ଦୂର ହେବ।

ବିଛା-

ଏହି ରାଶିର ଲୋକଙ୍କୁ ନିଜ ଘରର ଦକ୍ଷିଣ-ପୂର୍ବ କୋଣରେ ଜଅକୁ ନାଲି କପଦରେ ବାନ୍ଧି ରଖିବା ଆବଶ୍ୟକ। ଏହା ଦ୍ଵାରା ଖରାପ ଶକ୍ତି ଗୃହରେ ପ୍ରବେଶ କରିବେ ନାହିଁ।

ଧନୁ-

ଏହି ରାଶିର ବ୍ୟକ୍ତି ଗୃହର ଐଶାନ୍ୟକୋଣରେ ସାଧନା କରିବା ଉଚ୍ଚିତ। ଏହି ସ୍ଥାନରେ ଭଗବାନଙ୍କର ୧୦୦ ନାମାବଳିର ପାଠ କରିଲେ ରୋଗ ଏବଂ ଦୋଷରୁ ମୁକ୍ତି ମିଳିବ।

ମକର-

ଘରର ପଶ୍ଚିମ ଭାଗରେ ତୁଳସୀ ଗଛ ଲଗାଇ ନିୟମିତ ଜଳ ଅର୍ପଣ କଲେ ଅତିକି ଥିବା କାର୍ଯ୍ୟରେ ପ୍ରଗତି ହେବ।

କୁମ୍ଭ-

ଘରର ପଶ୍ଚିମ-ଉତ୍ତର ଦିଗକୁ ସଫା ସୁତୁରା ରଖନ୍ତୁ। ମହତ୍ବପୂର୍ଣ୍ଣ କାଗଜପତ୍ର ଏହି ଜାଗାରେ ରଖିଲେ କାର୍ଯ୍ୟରେ ସଫଳତା ମିଳିବ।

ମୀନ-

ମୀନ ରାଶି ବ୍ୟକ୍ତି ଘରର ପୂର୍ବ ଦିଗରେ ମନ୍ଦିର ନିର୍ମାଣ କରନ୍ତୁ। ଧ୍ୟାନ ରଖନ୍ତୁ ଘରର ମନ୍ଦିର ଓ ରୋଷେଇଘର ଏକାଠି ଯେମିତି ନ ରୁହେ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!