ଆପଣଙ୍କ କ୍ରୋଧର କାରଣ ଜାଣନ୍ତୁ! ନିଜ ରାଶି ଅନୁସାରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାରତୀୟ ସଂସ୍କୃତିରେ ରାଶିର ବହୁତ ମାନ୍ୟତା ଅଛି । ରାଶି ନା କେବେଳ ଭବିଷ୍ୟର ସୂଚନା ଦିଏ ଏହା ନିଜ ବ୍ୟକ୍ତିତ୍ବର ଆଇନା ମଧ୍ୟ । ଗୋଟେ ବ୍ୟକ୍ତିର ରାଶିରୁ ଆମେ ତାର ଆଗତ ଭବିଷ୍ୟତ ଜାଣିବା ସହ ବ୍ୟକ୍ତିର ସ୍ଵଭାବ ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି । କେତେ କ୍ରୋଧ କରନ୍ତି ଆପଣ?

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ-

ଏହି ରାଶି ମେଣ୍ଢାର ପ୍ରତୀକ। ଏହି ରାଶିର ମହିଳା ମାନେ ବହୁତ ସରଳ। ସାଧାରଣତଃ ଏମାନଙ୍କୁ କ୍ରୋଧ ଆସେ ନାହିଁ।

ବୃଷ-

ଏହି ରାଶିର ପ୍ରତୀକ ବଳଦ। ଏହି ରାଶିର ନାରୀ ବହୁତ ପରିଶ୍ରମୀ ଓ କ୍ରୋଧୀ ମଧ୍ୟ। କିନ୍ତୁ ଏମାନେ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବା ମଧ୍ୟ ଜାଣିଛନ୍ତି।

ମିଥୁନ-

ଉତ୍ତେଜନା ଓ କ୍ରୋଧ ଏହି ରାଶି ବ୍ୟକ୍ତିଙ୍କର ଗୁଣ ମଧ୍ୟରୁ ଶ୍ରେଷ୍ଠ ଗୁଣ। କଥା କଥାରେ ରାଗିଯିବା ଏମାନଙ୍କ ର ଆଦତ। ସ୍ଵାମୀ ହୁଅନ୍ତୁ ବା ପ୍ରେମୀ ସମସ୍ତଙ୍କୁ ଏମାନଙ୍କର କ୍ରୋଧର ଶିକାର ହବାକୁ ପଡେ।

କର୍କଟ-

ଏହି ରାଶିର ବ୍ୟକ୍ତିଙ୍କୁ ଆପଣ କ୍ରୋଧୀ ବୋଲି କହିପାରିବେ ନାହିଁ, କାହିଁକି ନା କ୍ରୋଧ ଆସିଲେ ମଧ୍ୟ ସେମାନେ ଚତୁରତାର ସହ ନିଜର କ୍ରୋଧକୁ କମ କରି ନିଅନ୍ତି।

ସିଂହ-

ଏମାନଙ୍କ କ୍ରୋଧ ? ବାପରେ ବାପ! ଯାହା ରାଶିର ପ୍ରତୀକ ସିଂହ ସେ ନିଶ୍ଚିନ୍ତ ହି ଦୂର୍ଗାଙ୍କ ଭଳି କ୍ରୋଧୀ। କିନ୍ତୁ ଏମାନେ ଅଯଥାରେ ରାଗନ୍ତି ନାହିଁ। ଅନ୍ୟାୟ ଦେଖିଲେ ହିଁ ଏମାନେ କ୍ରୋଧ କରିଥାନ୍ତି।

କନ୍ୟା-

ଏହି ରାଶିର ବ୍ୟକ୍ତି କ୍ରୋଧୀ ନୁହେଁ କିନ୍ତୁ କିଛି ବୁଝନ୍ତି ନାହିଁ। ବହୁତ ଭାବନ୍ତି କିନ୍ତୁ ରାଗନ୍ତି ନାହିଁ। ଅନ୍ୟର ରାଗ ନିଜ ଉପରେ ସାରି ନିଜେ କଷ୍ଟ ପାଆନ୍ତି।

ତୁଳା-

କ୍ରୋଧକୁ କେମିତି ନିୟନ୍ତ୍ରଣରେ ରଖାଯାଏ ଏମାନଙ୍କଠୁ ଶିଖିବା କଥା। ଏମାନଙ୍କ ରାଗ ବଢେ ଓ କମେ। ଏମାନେ କେବେ ଗରମ ତ କେବେ ନରମ।

ବିଛା-

ରାଗ ଏମାନଙ୍କ ନାକ ଅଗରେ ଥାଏ। ବିଛା ଡଙ୍କ ମାରିଲା ଭଳି ଏମାନଙ୍କ କ୍ରୋଧ।

ଧନୁ-

ଏମାନେ କ୍ରୋଧ ତ କରନ୍ତି କିନ୍ତୁ ଭାବିଚିନ୍ତି। ଏମାନେ ଅଯଥା କଥାରେ କ୍ରୋଧ କରନ୍ତି ନାହିଁ କିନ୍ତୁ ଯେବେ କ୍ରୋଧ କରନ୍ତି ସିଧା ତୀର ଭଳି ପ୍ରହାର କରନ୍ତି।

ମକର-

ଏହି ରାଶିର ବ୍ୟକ୍ତି କ୍ରୋଧୀ ନୁହେଁ ଚିଡ଼ଚିଡା ସ୍ଵଭାବର। ଏମାନେ କାହା ଉପରେ ଭରସା କରିପାରନ୍ତି ନାହିଁ। ଏମାନେ ଯେତିକି ରାଗନ୍ତିନୀ ସେତିକି ଅନ୍ୟର କ୍ରୋଧର ଶିକାର ହୁଅନ୍ତି।

କୁମ୍ଭ-

ଏମାନେ ବାହାରୁ ଶାନ୍ତ ଏବଂ ଭିତରୁ ରାଗୀ ଅଟନ୍ତି। ଜ୍ଵାଳାମୁଖୀ ଭଳି ନିଜର ରାଗକୁ ଭିତରେ ରଖନ୍ତି ଓ ସମୟ ଆସିଲେ ଲାଭା ଭଳି ତାକୁ ପ୍ରୟୋଗ କରନ୍ତି।

ମୀନ-

ଏହି ରାଶିର ବ୍ୟକ୍ତି କେବେ ରାଗନ୍ତି ନାହିଁ। ଶାନ୍ତ ଓ ଶୀତଳ ପ୍ରକୃତିର ଏହି ରାଶିର ବ୍ୟକ୍ତିମାନେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!