ଯଦି ଆପଣ ମଧ୍ୟ ରଖୁଛନ୍ତି ଏହି ସ୍ଥାନରେ ତିଜୋରି, ହୋଇଯାନ୍ତୁ ସାବଧାନ! ନଚେତ ବଢିବ କରଜ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁ ଓ ଜ୍ୟୋତିଷ ଅନୁସାରେ ଧନ ବା ଅଳଙ୍କାର ରଖିବା ପାଇଁ ଏକ ଉଚିତ୍ ଦିଗ ବା ସ୍ଥାନ ରହିଛି । ଯଦି ସଠିକ୍ ସ୍ଥାନରେ ଧନ ରଖାଯାଏ ତେବେ ଧନ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଧନ ରଖିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ସ୍ଥାନରେ ଧନ ରଖନ୍ତୁ ନାହିଁ – ଦକ୍ଷିଣ ପୂର୍ବ ଦିଗର ମଝି ଭାଗକୁ ଆଗ୍ନେୟ କୋଣ କୁହାଯାଏ । ଯଦି ଏହି କୋଣରେ ଧନ ରଖାଯାଏ ତେବେ ଧନ କ୍ଷୟ ହୁଏ, ଆୟ ଠାରୁ ଅଧିକ ବ୍ୟୟ ହୁଏ, ଋଣ କରଜର ସ୍ଥିତି ବୃଦ୍ଧି ପାଏ । ଏହା ପରେ ଯଦି ଦକ୍ଷିଣ ଦିଗରେ ଧନ ରଖାଯାଏ ତେବେ କ୍ଷତି ହୁଏ ନାହିଁ, କିନ୍ତୁ ଧନ ବୃଦ୍ଧି ହୁଏ ନାହିଁ ।

ଦକ୍ଷିଣ ଓ ପଶ୍ଚିମ ଦିଗର ମଝି ଭାଗକୁ ନୈରୁତ କୋଣ କୁହାଯାଏ । କୁହାଯାଏ କି ନୈରୁତ କୋଣରେ ଯଦିଧନ ଓ ଅଳଙ୍କାର ରଖନ୍ତି ତେବେ କେତେବେଳେ କୋଊ ପରିସ୍ଥିତିରେ ସେ ଧନ ଓ ଅଳଙ୍କାର ଖର୍ଚ୍ଚ ହୋଇଯାଏ ତାହା ଜାଣି ହୁଏ ନାହିଁ । ପଶ୍ଚିମ ଓ ଉତ୍ତର ଦିଗର ମଝି ଭାଗକୁ ବାୟବ୍ୟ କୋଣ କୁହାଯାଏ । ଏହି କୋଣରେ ଧନ ଓ ଅଳଙ୍କାର ରଖିଲେ ସର୍ବଦା ସଞ୍ଚୟରେ ବାଧା ସୃଷ୍ଟି ହୁଏ ଓ ବ୍ୟକ୍ତି କରଜ ଚିନ୍ତା ଲାଗି ରୁହେ ।

ଯେତେ ଆମଦାନୀ ହେଲେ ମଧ୍ୟ ଚାଲିବା କଷ୍ଟକର ହୁଏ । ପଶ୍ଚିମ ଦିଗରେ ଧନ ଓ ଅଳଙ୍କାର ରଖିଲେ ବିଶେଷ ଲାଭ ମିଳେ ନାହିଁ । ମାନ୍ୟତା ଅନୁସାରେ ଏଠାରେ ଧନ ରଖିଲେ ବହୁତ କଷ୍ଟରେ ଧନ ଘରକୁ ଆସେ ।ବସ୍ତୁର ଏହି ସ୍ଥାନରେ ଧନ ରଖିପାରିବେ- ଧନ ରଖିବା ପାଇଁ ଉତ୍ତର ଦିଗ ଶୁଭ ବୋଲି କୁହାଯାଏ ।

କାରଣ ଉତ୍ତର ଦିଗର ସ୍ଵାମୀ ଧନ ଦେବତା କୁବେରଙ୍କ ସ୍ଥାନ ଅଟେ । ଏହି ଦିଗରେ ଧନ ବା ଅଳଙ୍କାର ରଖୁଥିବା ଆଲମାରି କୁ  ଉତ୍ତର ଦିଗରେ ଦକ୍ଷିଣ ଦିଗର କାନ୍ଥ ସହିତ ଲଗାଇ ରଖିବା ଉଚିତ୍ । ଏପରି ରଖିବେ ଯେମିତିକି ଆଲମାରି ମୁହଁ ଉତ୍ତର ଦିଗକୁ ଖୋଲିପାରୁଥିବେ । ଏଥିରେ ଧନ ଓ ଅଳଙ୍କାର ବୃଦ୍ଧି ହୋଇଥାଏ ।

ଉତ୍ତର ଓ ପୂର୍ବ ଦିଗର ମଝି ଭାଗକୁ ଐଶାନ୍ୟ କୋଣ କୁହାଯାଏ । ଏହି କୋଣରେ ଧନ ଓ ଅଳଙ୍କାର ରଖିଲେ ଘର ମୁଖିଆ ବୁଦ୍ଧିମାନ ହୁଅନ୍ତି । କୁହାଯାଏ କି ଉତ୍ତର ବା ଐଶାନ୍ୟ କୋଣରେ ଧନ ରଖନ୍ତି ତେବେ ଘରର କନ୍ୟା ଏବଂ ଯଦି ପୂର୍ବ ଐଶାନ୍ୟ କୋଣରେ ଧନ ରଖନ୍ତି ତେବେ ପୁତ୍ର ବହୁତ ବୁଦ୍ଧିମାନ ଓ ପ୍ରସିଦ୍ଧ ହୋଇଥାନ୍ତି । ପୂର୍ବ ଦିଗରେ ଘରର ଧନ ଓ ଅଳଙ୍କାର ରଖିବା ବହୁତ ଶୁଭ ହୋଇଥାଏ ଓ ଧନ ବୃଦ୍ଧି ପାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!