ସନ୍ତାନ ପ୍ରାପ୍ତି ଚାହୁଁଥିଲେ ବାସ୍ତୁର ଏହି ୧୧ଟି କଥା ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିବାହ ପରେ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ସୁଖ ସବୁଠାରୁ ବଡ ସୁଖ ଅଟେ । ଯଦି ସନ୍ତାନ ହେଉ ନାହିଁ ତେବେ ଶାରୀରିକ ଚିକିତ୍ସା କରିବା ସହିତ ଯଦି ବାସ୍ତୁର ଏହି ୧୧ଟି ଉପାୟକୁ ବ୍ୟବହାର କରନ୍ତି ତେବେ ସନ୍ତାନ ପ୍ରାପ୍ତି ହେବ । ତେବେ କଣ ସେହି ସବୁ ଉପାୟ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଯେଉଁ ଦମ୍ପତ୍ତିମାନେ ସନ୍ତାନ ପ୍ରାପ୍ତି ପାଇଁ ଇଛା କରୁଛନ୍ତି ସେମାନେ ନିଜର ଶୋଇବା ଘରେ ଭଗବାନ ଶ୍ରୀ କୃଷ୍ଣଙ୍କର ବାଳକରୂପର ଚିତ୍ର ବା ଫଟୋ ଲଗାନ୍ତୁ ।

୨- ଯଦି ଭଗବାନ ଶ୍ରୀ କୃଷ୍ଣଙ୍କର ବାଳକରୂପର ଚିତ୍ର ବା ଫଟୋ  ନ ଲଗାଇବେ ତେବେ ମଧ୍ୟ ଯେ କୌଣସି ସୁନ୍ଦର ବାଳକର ହସୁଥିବା ଫଟୋ ବା ଚିତ୍ର ଲଗାଇ ପାରିବେ ।

୩- ଯଦି ଭଗବାନ ଶ୍ରୀ କୃଷ୍ଣଙ୍କର ବାଳକରୂପର ଚିତ୍ର ବା ଫଟୋ ଲଗାଇବେ ତେବେ ଏହାର ଦୁଇଟି ଫାଇଦା ମିଳିଥାଏ । ଗୋଟିଏ ହେଲା ସନ୍ତାନ ସୁଖ ପ୍ରାପ୍ତି ହେବ ଓ ଅନ୍ୟଟି  ଶ୍ରୀ କୃଷ୍ଣଙ୍କ ଭଳି ଗୁଣବାନ ମଧ୍ୟ ହେବ ।

୪- ସନ୍ତାନ ସୁଖରେ ବାଧା ହେଉଥିଲେ ନିଜର ଶୋଇବା ଘରେ ହାତୀର ଫଟୋ ବା ମୂର୍ତ୍ତି ରଖିପାରିବେ ।

୫- କୁହାଯାଏ କି ସନ୍ତାନ ସୁଖ ପ୍ରାପ୍ତି ପାଇଁ ନିଜର ଶୋଇବା ବିଛଣା ତଳେ ଶାଗୁଆ ରଙ୍ଗର ବଇଁଶି  ଲୁଚାଇ ରଖିପାରିବେ ।

୬- ସ୍ତ୍ରୀ ସର୍ବଦା ସ୍ଵାମୀଙ୍କର ବାମ ପଟକୁ ସୋଇବା ଉଚିତ୍ । ଛାତର ବିମ୍ ତଳେ ବିଛଣା କରିବେ ନାହିଁ ।

୭- ଐଶାନ୍ୟ କୋଣରେ ଯେ କୌଣସି ଓଜନଦାର ଜିନିଷ ରଖିବା, ଏହି କୋଣ କଟା ହେବା ବା ଉଚ୍ଚ ରହିବା, ସିଢି, ପାଇଖାନା ଆଦି ରହିବା ସନ୍ତାନ ସୁଖ ପାଇବାରେ ବାଧା ସୃଷ୍ଟି କରିଥାଏ । ଅର୍ଥାତ୍ ଐଶାନ୍ୟ କୋଣରେ କୋଣସି ବାସ୍ତୁଦୋଷ ରହିଥାଏ ତେବେ ସେହି ଦୋଷର ଉପାୟ କରନ୍ତୁ ।

୮- ଘରର ମୁଖ୍ୟ ଦ୍ଵାର, ପଶ୍ଚିମ ଦିଗରେ ଅଶୁଭ ଭାଗରେ ହୋଇଥାଏ ସନ୍ତାନ ପ୍ରାପ୍ତିରେ ବାଧା ଦେଖାଦିଏ ।

୯- ଘରର ମୁଖ୍ୟ ଦ୍ଵାର ଯଦି ପୂର୍ବ ଦିଗରେ ତୃତୀୟ ପଞ୍ଚମ ଭାଗରେ ହୋଇ ଥାଏ ତେବେ ସନ୍ତାନ ଜନ୍ମ ହୋଇଥାଏ ।

୧୦- ବୃହସ୍ପତି ଗ୍ରହ ସନ୍ତାନର ନୈସର୍ଗିକ କାରକ ହୋଇଥିବାରୁ ବୃହସ୍ପତି ମହାଗ୍ରହଙ୍କ ଉପାୟ କରନ୍ତୁ ।

୧୧- ସ୍ଵାମୀ ସ୍ତ୍ରୀ ନୈରୁତ କୋଣକୁ ଖଟପକେଇ ପୂର୍ବଦିଗକୁ ମୁଣ୍ଡଦେଇ ଶୋଇବା ଉଚିତ୍ । ଗର୍ଭଧାରଣ ହେବା ପରେ ଦମ୍ପତ୍ତିଙ୍କୁ ଦକ୍ଷିଣ ବା ନୈରୁତ ଭାଗର ଶୟନ କକ୍ଷରେ ଶୋଇବା ଉଚିତ୍ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!