ଘର ଭିତରେ କେଉଁ କୋଣରେ କଣ ଜିନିଷ ରଖିପାରିବେ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘର ଭିତରେ ଚାରି କୋଣରେ ମଧ୍ୟ ବାସ୍ତୁଦୋଷ ରହିଥାଏ । ତେଣୁ କେଉଁ କୋଣରେ କେଉଁ ଜିନିଷ କେଉଁ ଜାଗାରେ ସଠିକ ଭାବରେ ରଖିଲେ ବାସ୍ତୁଦୋଷ ରହିବ ନାହିଁ, ସବୁ କଷ୍ଟରୁ ମୁକ୍ତି ମିଳିବ ଓ ଅର୍ଥର ଅଭାବ ହେବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କେଉଁଠି ରଖିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବିଜ୍ଞାନ ମତରେ ଦିଗ ଚାରି ପ୍ରକାର- ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ । ସେହିପରି ଏହି ଦିଗର ମାଝି ଭାଗକୁ ମଧ୍ୟ ନାମ ଦିଆଯାଇଛି । ଯଥା- ଉତ୍ତର ଓ ପୂର୍ବ ଦିଗର ମଝି ଭାଗକୁ ଐଶାନ୍ୟ କୋଣ, ପୂର୍ବ ଓ ଦକ୍ଷିଣ ଦିଗର ମଝି ଭାଗକୁ ଆଗ୍ନେୟ କୋଣ, ପଶ୍ଚିମ ଓ ଉତ୍ତର ଦିଗର ମଝି ଭାଗକୁ ବାୟବ୍ୟୋ କୋଣ ଓ ଦକ୍ଷିଣ ଓ ପଶ୍ଚିମ ଦିଗର ମଝି ଭାଗକୁ ନୈରୁତ କୋଣ ନାମ ଦିଆଯାଇଛି । ବାସ୍ତୁ ଅନୁସାରେ କହିବାକୁ ଗଲେ ଘରର ଚାରି କୋଣ ରହିଥାଏ । ଏହି କୋଣକୁ ଐଶାନ୍ୟ କୋଣ, ନୈରୁତ କୋଣ, ଆଗ୍ନେୟ କୋଣ ଓ ବାୟବ୍ୟୋ କୋଣ ।

୧- ଉତ୍ତର ଓ ପୂର୍ବ ଦିଗର ମଝି ଭାଗକୁ ଐଶାନ୍ୟ କୋଣ କୁହାଯାଏ । ଏହି କୋଣ ପାଣି ଓ ଭଗବାନଙ୍କ ସ୍ଥାନ ଅଟେ । ଗୁରୁ ଗ୍ରହ ଏହି କୋଣର ସ୍ଵାମୀ ଅଟନ୍ତି । ଐଶାନ୍ୟ କୋଣରେ ପୂଜାସ୍ଥାନ, କୂଅ, ଟିୱେଲ, ପାଣି ଟାଙ୍କି ଆଦି କରିପାରିବେ ।

୨- ପୂର୍ବ ଓ ଦକ୍ଷିଣ ଦିଗର ମଝି ଭାଗକୁ ଆଗ୍ନେୟ କୋଣ କୁହାଯାଏ । ଏହି କୋଣ ଅଗ୍ନି ଓ ମଙ୍ଗଳଙ୍କ ସ୍ଥାନ ଅଟେ ଓ ଶୁକ୍ର ଗ୍ରହ ଏହି କୋଣର ସ୍ଵାମୀ ଅଟନ୍ତି । ଆଗ୍ନେୟ କୋଣରେ ରୋଷେଇ ଘର ବା ଇଲୋକ୍ଟ୍ରୋନିକ  ଉପକରଣ ଆଦି ରଖିପାରିବେ ।

୩- ପଶ୍ଚିମ ଓ ଉତ୍ତର ଦିଗର ମଝି ଭାଗକୁ ବାୟବ୍ୟୋ କୋଣ କୁହାଯାଏ । ଏହି କୋଣ ବାୟୁ ବା ପବନର ସ୍ଥାନ ଅଟେ ଓ ଚନ୍ଦ୍ର ଗ୍ରହ ଏହି କୋଣର ସ୍ଵାମୀ ଅଟନ୍ତି । ବାୟବ୍ୟୋ କୋଣରେ ଝରକା, ଆଲୋକ ପ୍ରେବେଶ କରିବା ପାଇଁ କରିପାରିବେ । ଏଠାରେ ଗେଷ୍ଟରୁମ ମଧ୍ୟ କରିପାରିବେ ।

୪- ଦକ୍ଷିଣ ଓ ପଶ୍ଚିମ ଦିଗର ମଝି ଭାଗକୁ ନୈରୁତ କୋଣ କୁହାଯାଏ । ଏହି କୋଣ ପୃଥିବୀତତ୍ଵ ସ୍ଥାନ ଅଟେ । ରାହୁ ଓ କେତୁ ଗ୍ରହ ଏହି କୋଣର ସ୍ଵାମୀ ଅଟନ୍ତି । ନୈରୁତ କୋଣରେ ଉଞ୍ଚା ଓ ଓଜନଦାର ରଖିବା ଉଚିତ୍ । ଏଠାରେ ଟି.ଭି., ରେଡିଓ, ସିଡି ପ୍ଲେୟାର ବା ଖେଳକୁଦ ସାମଗ୍ରୀ ମଧ୍ୟ ରଖିପାରିବେ । ନୈରୁତ କୋଣ ଓ ଦକ୍ଷିଣ ଦିଗରେ ଆଲମାରୀ, ସୋଫା, ବେଞ୍ଚ, ଓଜନଦାର ଜିନିଷ ଆଦି ରଖିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!