ଧନୁ ରାଶିର 2021 ବାର୍ଷିକ ରାଶିଫଳ, କେମିତି କଟିବ ନୂତନ ବର୍ଷ- କଣ କହୁଛି ଆପଣଙ୍କ ଗ୍ରହ ନକ୍ଷତ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ।

ଧନୁ:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ଧନୁ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ପ୍ରଥମ ଭାବରେ, ମଙ୍ଗଳ ପଞ୍ଚମ ଭାବରେ, ଗୁରୁ, ଶନି ଦ୍ଵିତୀୟ ଭାବରେ, ଶୁକ୍ର, କେତୁ ଦ୍ଵାଦଶ ଭାବରେ ଓ ରାହୁ ଷଷ୍ଠ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ଗୁରୁ, ରାହୁ ଶୁଭଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ। ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ। ବର୍ଷାରମ୍ଭରୁ ଗୁରୁ ଧନ ସ୍ଥାନରେ ରହୁଛନ୍ତି ଆକସ୍ମିକ ଧନପ୍ରାପ୍ତି ହେବା ଫଳରେ ଅତ୍ୟନ୍ତ ଶୁଭଫଳ ଲାଭ ହେବ। ଯାହା କି ଆପଣଙ୍କ ଜୀବନସାଥୀଙ୍କର ମଧ୍ୟ କ୍ୟାରିୟରରେ ଶୁଭ ପରିଣାମ ମିଳିବ।

ବିବାହ ଯୋଗ ସୃଷ୍ଟି ହେଉ ଥିବାରୁ ଅବିବାହିତ ମାନେ ବିବାହ କରି ପାରିବେ ଓ ବୈବାହିକ ଜୀବନରେ ସୁଖ ମିଳିବ। ବହୁତ ଦିନର କୌଣସି ରୋଗ କଷ୍ଟରୁ ମୁକ୍ତି ମିଳିବା ଫଳରେ ସ୍ୱାସ୍ଥ୍ୟ ଭଲ ରହିବ। ପରିଶ୍ରମ କରି ଯେଉଁ କାର୍ଯ୍ୟ କରିଥିବେ ତାହାର ଭଲ ପରିଣାମ ମିଳିବା ସହ ଅଟକିଥିବା କାର୍ଯ୍ୟକୁ ପୂରଣ କରି ପାରିବେ। ହଠାତ୍ ଆପଣଙ୍କ ଭାଗ୍ୟ ସମର୍ଥନ କରିବା ଫଳରେ କାର୍ଯ୍ୟରେ ବୃଦ୍ଧି ହେବ। ପରାକ୍ରମ ଓ ଶକ୍ତିରେ ଉନ୍ନତି ହେବ। ବିମାନରେ ଦୂରଯାତ୍ରା କରିପାରନ୍ତି। ନୂତନ ଯୋଜନା ସଫଳ ହେବ। ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଘରେ ପୂଜା ପାଠ କରିବେ ଓ ଯେ କୌଣସି ତୀର୍ଥ ସ୍ଥାନ ପରିଦର୍ଶନ କରି ପାରନ୍ତି। ରାହୁ ଷଷ୍ଠ ଭାବରେ ବୃଷରାଶିରେ ଥିବାରୁ ରାଜଯୋଗ ସୃଷ୍ଟି କରୁଛନ୍ତି ଯାହାଫଳରେ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ।

ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁବିଧା ସୁଯୋଗ ପାଇବେ। ସୁଖ ସମ୍ପଦ ପ୍ରାପ୍ତି ହେବା ସହ ନୂତନ କାର୍ଯ୍ୟ କିଛି ଆରମ୍ଭ କରିବା ପାଇଁ ମନ ବଳେଇବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ଭବିଷ୍ୟତ ବିଷୟରେ ପ୍ରସ୍ତୁତି ଆରମ୍ଭ କରିବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପରିବାରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ।

ପ୍ରେମକ୍ଷେତ୍ରରେ ସାହାଯ୍ୟ ପାଇ ଆଗକୁ ବଢିବା ସମ୍ଭବ ହେବ। କର୍ମ କ୍ଷେତ୍ରରେ ଅଧିକାରୀ କାମରେ ପ୍ରସନ୍ନ ରହିବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦା ଜନକ ପରିସ୍ଥିତି ସୃଷ୍ଟି କରିବେ। ଅନ୍ୟଗ୍ରହମାନେ ବିପକ୍ଷରେ ଥାଇ ବୃହସ୍ପତି ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରି ତୃତୀୟ ଭାବରେ ରହିବା ଫଳରେ ଖର୍ଚ୍ଚ ବୃଦ୍ଧି ପାଇବା ସହ ଶାରୀରିକ ସ୍ୱାସ୍ଥ୍ୟହାନି ହେବାର ସମ୍ଭାବନା ମଧ୍ୟ ରହୁଛି। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ। ଅଚାନକ ଭାବରେ ଆସୁଥିବା ଧନ ଅଟକି ଯାଇ ପାରେ। ସନ୍ତାନ ଓ ଶିକ୍ଷା ପ୍ରତି ସତର୍କ ରହିବାକୁ ପଡିବ।

ମାଆ, ଭାଇଭଉଣୀ ଓ ବନ୍ଧୁଙ୍କ ଉପରେ କୁପ୍ରଭାବ ପଡି ପାରେ। ବିଶେଷ କରି ନୂତନ ଯାନ, ବନ୍ଧୁ ବା କାହାଠାରୁ ଯଦି ନୂତନ ଗୃହ ନେଉଛନ୍ତି ତେବେ ସତର୍କ ରହିବାକୁ ପଡିବ। କଠିନ ପରିଶ୍ରମ କରିବାକୁ ପଡିଲେ ମଧ୍ୟ ପରିଶ୍ରମ ଦ୍ଵାରା ସଫଳତା ମିଳିବ। ଯାହା ଫଳରେ କାର୍ଯ୍ୟରେ ସାମାନ୍ୟ ବାଧା ଦେଖା ଦେଇପାରେ। ଅର୍ଥ ବିନିଯୋଗ ଦ୍ରୁଷ୍ଟିରୁ କୌଣସି କାମ ହାତକୁ ନିଅନ୍ତୁ ନାହିଁ। ବିଶେଷ କରି ମାର୍କେଟରେ ନିବେଶ କରୁଥିବା ବ୍ୟକ୍ତିମାନେ ସତର୍କ ହେବା ଉଚିତ୍। ଯଦି ଏହି ସମୟରେ ନୂତନ ଡିଲ୍ ସହିତ କାରବାର କରୁଛନ୍ତି ତେବେ ଆବଶ୍ୟକ ସୁବିଧା ପାଇବେ ନାହିଁ। ତେଣୁ ବ୍ୟକ୍ତିଗତ ଜୀବନରେ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ। ଦାମ୍ପତ୍ୟ ଜୀବନ ଉପରେ ନକରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ। ଅଚାନକ ଭାବରେ ଏକ ନୂତନ ସମ୍ପର୍କ ସୃଷ୍ଟି ହୋଇ ପୁଣି ହଠାତ୍ ସମ୍ପର୍କ ଭାଙ୍ଗି ଯାଇପାରେ। ତେଣୁ ସତର୍କ ରହିବା ଆବଶ୍ୟକ।

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି। ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ଶ୍ରୀମହାଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୫ ମାଳା ଜପ କରନ୍ତୁ ଔଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରୁବେ ନମଃ। ୨- ପ୍ରଥମ ମାସର ଯେକୌଣସି ମଙ୍ଗଳବାରଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ତମ୍ବାପାତ୍ର, ମସୁରଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଆର ଫୁଲ, ଲାଲ୍ ଚନ୍ଦନ ଆଦି ଦାନ କରିବା ଉଚିତ୍। ୩- ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!