ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ କି କାହାଠାରୁ ଆଣନ୍ତୁ ନାହିଁ ଏହି 5ଟି ଜିନିଷ, ନଚେତ ହୋଇଯିବେ ବର୍ବାଦ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ଦୁନିଆରେ କିଛି  ଜିନିଷ ଆଛି ଯାହାକୁ ଦେବା ନେବା କରିଲେ କ୍ଷତି ହୋଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ ସବୁ ଜିନିଷର ଊର୍ଜାଭାବ ଥାଏ । କେଉଁଥିରେ ସକାରାତ୍ମକ ଊର୍ଜାଭାବ ଥାଏ ଓ ଆଉ କେଉଁଥିରେ ନକରାତ୍ମକ ଊର୍ଜାଭାବ ରହିଥାଏ । ସେଥିପାଇଁ କିଛି ଜିନିଷ ଦେବା ନେବାରେ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ନ ନେବା ଭଲ ଓ କେଉଁ ଜିନିଷ ଦେବାରେ ଭଲ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କଲମ ବା ପେନ୍- ଏହା ଜୀବନରେ ବହୁତ ମହତ୍ଵ ହୋଇଥାଏ । କାହାକୁ କଲମ ବା ପେନ୍ ଦିଅନ୍ତୁ ନାହିଁ କିମ୍ବା କାହାଠାରୁ କଲମ ବା ପେନ୍ ଉଧାର ନିଅନ୍ତୁ ନାହିଁ । ଯଦି କାହାକୁ କଲମ ବା ପେନ୍ ଦେଇଛନ୍ତି ତେବେ ତାକୁ ଆଣିବାକୁ ଭୁଲନ୍ତୁ ନାହିଁ । ଯଦି କାହାଠାରୁ କଲମ ବା ପେନ୍ ଆଣିଛନ୍ତି ତେବେ ତାକୁ ନିଶ୍ଚୟ ଦେଇ ଦିଅନ୍ତୁ । ନତୁବା ଏହା ଆପଣଙ୍କର ଉନ୍ନତିରେ ବାଧା ହେବା ସହିତ ମାନ ସମ୍ମାନରେ ମଧ୍ୟ ବାଧା ଦେଖାଦେବ ।

ଘଣ୍ଟା- ଲୋକମାନେ ଘଣ୍ଟା ଆଦାନ ପ୍ରଦାନ କରିଥାନ୍ତି । କିନ୍ତୁ ଏହା ନ କରିବା ଉଚିତ୍ । କାରଣ ଲୋକମାନଙ୍କର ଭଲ ଓ ମନ୍ଦ ଦୁଇଟିକୁ ସମୟ ସହିତ ସଂଯୁକ୍ତ କରି ବିଚାର କରାଯାଏ । କୁହାଯାଏ କି ଯଦି ଆପଣଙ୍କର ଭଲ ସମୟ ଚାଲୁଥାଏ ଓ ସେହି ଭଲ ସମୟରେ କାହାକୁ ଘଣ୍ଟା ପ୍ରଦାନ କରୁଛନ୍ତି, ତେବେ ସେହି ଭଲ ସମୟଟି ସେହି ବ୍ୟକ୍ତି ପାଖକୁ ଚାଲିଯାଏ । ଠିକ୍ ସେହିପରି ଯଦି କାହାଠାରୁ ଘଣ୍ଟା ନେଉଛନ୍ତି ଓ ଦେଇଥିବା ବ୍ୟକ୍ତିର ସମୟ ଭଲ ନାହିଁ, ତେବେ ସେହି ଖରାପ ସମୟ ଆପଣଙ୍କ ପାଖକୁ ଆସିପାରେ । ସେଥିପାଇଁ ଘଣ୍ଟା ଆଦାନ ପ୍ରଦାନ କରନ୍ତୁ ନାହିଁ । ଏହାଦ୍ୱାରା ନିଜର ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ ।

ପାନିଆ- କେବେ ମଧ୍ୟ କାହାର ପାନିଆ ବ୍ୟବହାର କରନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତି ହୋଇଥାଏ । ପାନିଆ ସମ୍ବନ୍ଧିତ ଯେ କୌଣସି ସାମଗ୍ରୀ ଦେବା ବା ନେବା କରିଲେ ଭାଗ୍ୟରେ ବିପରୀତ ଫଳ ମିଳିଥାଏ । ସେଥିପାଇଁ ପାନିଆ ବ୍ୟତୀତ ମୁଣ୍ଡ ସହିତ ଜଡିତ ଅନ୍ୟ ଜିନିଷ ମଧ୍ୟ ନେବା ଦେବା ଠାରୁ ଦୂରେଇ ରହିବା ଆବଶ୍ୟକ ।

ବସ୍ତ୍ର- କାହାଠାରୁ ବସ୍ତ୍ର ମଧ୍ୟ ଆଣି ପିନ୍ଧିବା ଓ ଦେବା ଅନୁଚିତ୍ । ଶାସ୍ତ୍ରରେ ମଧ୍ୟ ଏହାର ମହତ୍ଵ ଅଛି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ନୁହେଁ । ଶାସ୍ତ୍ର ଅନୁସାରେ ଅନ୍ୟ କାହାର ବସ୍ତ୍ର ଆଣି ପିନ୍ଧିଲେ ଭାଗ୍ୟ ବିପରୀତ ଫଳ ଦେଇଥାଏ ଓ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ମୁଦି- ସମସ୍ତ ବ୍ୟକ୍ତି ମୁଦି ପିନ୍ଧନ୍ତି । ସ୍ତ୍ରୀ ହେଉ ବା ପୁରୁଷ ଦୁହିଙ୍କ ମଧ୍ୟରେ ମୁଦିକୁ ମଧ୍ୟ ବଦଳ କରି ପିନ୍ଧନ୍ତି । ଆମେ କାହାକୁ ମୁଦି ନ ଦେବା ଉଚିତ୍ ଓ କାହାଠାରୁ ଆଣି ପିନ୍ଧିବା ଅନୁଚିତ୍ । ଏପରି କଲେ କଷ୍ଟ ଭୋଗ କରିବାକୁ ପଡିଥାଏ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!