ମାତ୍ର ଏକ ଲୋଟା ଜଳରେ ଦୂର ହେବ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା, ମା ଲକ୍ଷ୍ମୀ କରିବେ କୃପା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ଲୋକମାନେ ଜୀବନରେ ଖୁସିରେ ରହିବା ପାଇଁ ଚେଷ୍ଟା କରିଥାନ୍ତି । ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପାଇବାକୁ ଇଛା କରିଥାନ୍ତି । ବେଳେବେଳେ ପରିସ୍ଥିତି ବ୍ୟକ୍ତିର ବିପରୀତ ହୋଇଯାଏ । ଘରେ କଳହ ସୃଷ୍ଟି ହୁଏ । ଏହିପରି ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ଏହି ଉପାୟ କରିଲେ ପରିବାରରେ ସୁଖ ଶାନ୍ତି ମିଳିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ଏହି ଉପାୟ ପ୍ରତି ଧ୍ୟାନ ରଖିବା ଉଚିତ୍ । ଆସନ୍ତୁ ଜାଣିବା କଣ ଉପାୟ କରିଲେ ଘରେ ସୁଖ ସମୃଦ୍ଧି ମିଳିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପୂର୍ବ କାଳରେ ଗୃହରେ ଏକ ଅଗଣା ରହୁଥିଲା, ସେହି ଅଗଣାର ମଝିରେ ଏକ ତୁଳସୀ ଗଛ ଲଗାଉଥିଲେ । କାରଣ ହିନ୍ଦୁ ଧର୍ମରେ ତୁଳସୀ ପୂଜା କରିବାର ମହତ୍ଵ ରହିଛି । ଏହାକୁ ପୂଜା କରିବା ସହିତ ଔଷଧୀୟ ଗୁଣ ମଧ୍ୟ ଭରପୁର ରହିଛି ।

ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ଅଟେ । ସେଥିପାଇଁ ତାଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ । ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ତୁଳସୀରେ ଏକ ଲୋଟା ପାଣି ଦେବା ଉଚିତ୍ । କାରଣ ଘରର ସବୁ ସମସ୍ୟା ଦୂର ହୋଇଯାଏ । ଭଗବାନ ବିଷ୍ଣୁ ପ୍ରସନ୍ନ ହେବା ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ । ଘରର ଅଗଣାରେ ତୁଳସୀ ଗଛ ରହିଲେ ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଏ ।

ଓସ୍ତ ଗଛକୁ ଦେବତାଙ୍କ ଗଛ ବୋଲି କୁହାଯାଏ । ସ୍କନ୍ଦ ପୁରାଣ ଅନୁସାରେ ଓସ୍ତ ଗଛରେ ବିଷ୍ଣୁ ବାସ କରିଥାନ୍ତି । ପ୍ରତିଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କଲେ ବୃହସ୍ପତି ଗ୍ରହ ମଜବୁତ୍ ହୋଇଥାନ୍ତି । ବୃହସ୍ପତି ଗ୍ରହଙ୍କୁ ଗୃରୁ ଗ୍ରହ ମଧ୍ୟ କୁହାଯାଏ । ପ୍ରତିଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରୁଥିବା ବ୍ୟକ୍ତିର ଘରେ ଧନ ଅଭାବ ହୁଏ ନାହିଁ ।

ପ୍ରତିଦିନ ସକାଳେ ଉଠି ଘରକୁ ସଫା ସୁତୁରା କରିବା ଉଚିତ୍ । ଏହାପରେ ଘରର ମୁଖ୍ୟ ଦ୍ଵାରରେ ପାଣି ଢାଳି ସଫା କରିବା ଉଚିତ୍ । ଏହିପରି କଲେ ମାତା ଲକ୍ଷ୍ମୀ ଘରେ ବାସ କରିଥାନ୍ତି । ସେହିପରି ପ୍ରତିଦିନ ସକାଳେ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରିବା ଉଚିତ୍ ।

ଯେ କୌଣସି ପକ୍ଷୀମାନଙ୍କୁ  ଦାନା ପାଣି ଦେଲେ ମଧ୍ୟ ଘରେ ଆର୍ଥିକ ସମାସ୍ୟା ଦୂର ହୋଇଥାଏ । ସେଥିପାଇଁ ଘରର ଛାତ ବା ଅନ୍ୟ ଏକ ଖୋଲା ସ୍ଥାନରେ ଏକ ପାତ୍ରରେ ପାଣି ଓ ଆଉ ଏକ ପାତ୍ରରେ ଖାଦ୍ୟ ରଖିବା ଆବଶ୍ୟକ । ଏହିପରି କଲେ ପରିବାରରେ ଆସୁଥିବା ସଙ୍କଟ ଦୂର ହୁଏ ଓ ଘରେ ଶାନ୍ତି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!