ଶ୍ରାଦ୍ଧ ରେ ବ୍ରାହ୍ମଣଙ୍କୁ କଣ ପାଇଁ  ଖୁଆନ୍ତି? ଜାଣନ୍ତୁ ଏହାର ମାହାତ୍ମ୍ଯ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରାଦ୍ଧ କଣ ଏହା ତ ଆପଣ ମାନେ ଜାଣି ହିଁ ଥିବେ । ତେବେ ତଥାପି ଆମେ କହି ରଖୁଚୁ କି ଶ୍ରାଦ୍ଧ ହେଉଛି ପିତୃପୁରୁଷଙ୍କ ସ୍ମରଣ କରିବା ବା ତାଙ୍କ ଉଦେଶ୍ୟରେ ପୂଜା ଅର୍ଚନା କରି ତାଙ୍କ ପସନ୍ଦର ଖାଦ୍ଯ ପ୍ରସ୍ତୁତ କରି ଅର୍ପଣ କରିବା । ଆଗ କାଳରେ ସମସ୍ତେ ମରୁତ ପିତା ମାତା ବା ଜେଜେ, ଜେଜେ ମାଙ୍କ ଉଦେଶ୍ୟରେ ଶ୍ରାଦ୍ଧ ବା ପିଣ୍ଡ ଦେଉଥିଲେ । ଯେଉଁଥିରେ ସେମାନେ ଘରକୁ ବ୍ରାହ୍ମଣ ଡାକି ପୂଜା କରାଊ ଥିଲେ । ଓ ସେହି ପୂଜାରେ ବିଭିନ୍ନ ପ୍ରକାର ଖାଦ୍ଯ ପ୍ରସ୍ତୁତ ହୁଏ ଯାହା ପିତୃପୁରୁଷଙ୍କୁ ପିଣ୍ଡ ଆକାରରେ ଅର୍ପଣ କରାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପୂଜା ସାରିବା ପରେ ଯେଉଁ ବ୍ୟକ୍ତିଙ୍କର ଶ୍ରାଦ୍ଧ ଥାଏ ତାଙ୍କର ଭଣଜା ଭାଣେଜୀ ବା ନାତି ନାତୁମଣି ମାନେ ସେହି ପିଣ୍ଡ ପତ୍ରରେ ଖାଆନ୍ତି । କୁହାଯାଏ କି ଏହା ଦ୍ଵାରା ପିତୃପୁରୁଷଙ୍କ ଆତ୍ମା ଶାନ୍ତି ହୁଏ । କିନ୍ତୁ  ଆଜିକାଲିର ଲୋକେ ଏ ସବୁ ଆଉ କରୁ ନାହାନ୍ତି , ଶ୍ରାଦ୍ଧରେ ସେମାନେ ମନ୍ଦିର ଯାଇ ପୂଜାରୀ ବ୍ରାହ୍ମଣଙ୍କୁ ଛଞ୍ଚା ଦେଇ ଆସୁଛନ୍ତି ।

ତେବେ ଶ୍ରାଦ୍ଧ ରେ ବ୍ରହ୍ମଣଙ୍କୁ ଖୁଏଇବା ବହୁତ ପୂଣ୍ୟ ର କାମ ଆଉ ଏହା ଏକ ଜରୁରୀ ପରମ୍ପରା ଅଟେ । ଏମିତି କୁହ ଯାଏ କି ବ୍ରାହ୍ମଣଙ୍କୁ ଭୋଜନ ନଦେଲେ କର୍ମ ପୂରଣ ହୁଏନି । ଧର୍ମ ଗ୍ରନ୍ଥ ଅନୁସାରେ ଏମିତି ମାନନ୍ତି କି ପବନ ସହ ପିତୃ ପୁରୁଷ ମାନେ ଵି ବ୍ରାହ୍ମଣଙ୍କ ସହ ଖାଇବାପାଇଁ ଆସନ୍ତି । ଏମିତିକି ମନରେ ଭାବନା ଆସେଯେ ବ୍ରାହ୍ମଣଙ୍କ ସହ ପିତୃପୁରୁଷ ମାନେଵି ଖାଉଛନ୍ତି । ସେଇଥିପାଇଁ ବ୍ରାହ୍ମଣଙ୍କୁ ଭୋଜନ ଦେବା ନିତ୍ୟାନ୍ତ ଆବଶ୍ୟକ ।

ଆବହମାନ କାଳରୁ ବ୍ରାହ୍ମଣ ମାନେ ଛତିଶ ପାଟକର ଗୁରୁଭାବେ ପୂଜ୍ୟ କାହିଁକିନା ବ୍ରାହ୍ମଣମାନେ ବେଦ ପାଠ କରିବାସହ ଅନ୍ୟମାନଙ୍କୁ ଜ୍ଞାନ ଅର୍ପଣ କରୁଛନ୍ତି । ତେଣୁ ତାଙ୍କୁ ଗୁରୁର ସମ୍ମାନ ଦିଆଯାଉଛି । ସେଇଥିପାଇଁ ବିଦ୍ଵାନ ଗୁରୁଙ୍କୁ ସବୁ ସମ୍ମାନ ସହ ଶରଧାରେ ଖୁଆଇ ସନ୍ତୁଷ୍ଟ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇ ପରିବାରର ସମସ୍ତ ସଦସ୍ୟଙ୍କୁ ସୁଖରେ ରହିବାର ଆଶୀର୍ବାଦ ପ୍ରଦାନ କରନ୍ତି ।

 

ଭୋଜନ ଦକ୍ଷିଣା ଦେଇ ସମ୍ମାନର ସହ ଘର ଦୁଆର ରେ ଛାଡିକି ଆସନ୍ତି କାହିଁକିନା ମନରେ ଭାବନା ଆସେ ଯେ ଗୁରୁବ୍ରାହ୍ମଣଙ୍କ ସହ ପିତୃପୁରୁଷ ମାନେଵି ବିଦାୟ ନିଅନ୍ତି  ଆଉ ଘରକୁ  ବହୁତ ଆଶୀର୍ବାଦ ଦିଅନ୍ତି । ପିତୃପୁରୁଷଙ୍କୁ ପ୍ରସନ୍ନ କରିବାପାଇଁ ବ୍ରାହ୍ମଣ ଦେବତାଙ୍କୁ ଭୋଜନ ଦେବା ଉଚିତ୍ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!