ଧନତେରସ କାହିଁକି ପାଳନ କରାଯାଏ ? ଜାଣନ୍ତୁ ଏହାର ବିଶେଷତ୍ଵ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କାର୍ତ୍ତିକ ମାସ, କୃଷ୍ଣ ପକ୍ଷ, ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଏ । ଏହି ଦିନ ଘରର ଦ୍ଵାରରେ ୧୩ଟି ଦୀପ ଜଳାଯାଏ । ଏହି ପର୍ବ ଦୀପାବଳୀ ପର୍ବର ସୂଚକ ଦେଇଥାଏ । ଏହିଦିନ ସୁନା ବା ରୂପା ଏବଂ ନୂଆ ବାସନ କିଣିଲେ ଶୁଭ ବୋଲି କୁହାଯାଏ । ଧନତେରସ ଦିନ ଯମରାଜ ଓ ଭଗବାନ ଧନ୍ଵନ୍ତରୀଙ୍କ ପୂଜା କରିବାର ଏକ ମହତ୍ଵ ରହିଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଧନତେରସ ପର୍ବ କାହିଁକି ପାଳନ କରାଯାଏ – ଭାରତୀୟ ସଂସ୍କୃତିରେ ସ୍ୱାସ୍ଥ୍ୟର ସ୍ଥାନ ଧନ ଠାରୁ ଉପରେ ବୋଲି ମନାଯାଏ । କୁହାଯାଏ କି ପ୍ରଥମ ସୁଖ ନିରୋଗୀ କାୟା, ଦ୍ବିତୀୟ ସୁଖ ଘରର ମାୟା । ସେଥିପାଇଁ ଦୀପାବଳୀର ପ୍ରଥମରେ ଧନତେରସକୁ ମହତ୍ଵ ଦିଆଯାଏ । ଯାହା କି ଭାରତୀୟ ସଂସ୍କୃତିର ହିସାବରେ ଅନୁକୂଳ ଅଟେ ।

ଶାସ୍ତ୍ର ଅନୁସାରେ ସମୁଦ୍ର ମନ୍ଥନ ସମୟରେ କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଦିନ ଭଗବାନ ଧନ୍ଵନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ । କୁହାଯାଏ କି ଭଗବାନ ଧନ୍ଵନ୍ତରୀ ବିଷ୍ଣୁଙ୍କ ସ୍ୱରୂପ ଅଟନ୍ତି । ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ଓ ପ୍ରସାର ପାଇଁ ଭଗବାନ ବିଷ୍ଣୁ ନିଜେ ଧନ୍ଵନ୍ତରୀ ରୂପ ଅବତାର ନେଇଥିଲେ । ଭଗବାନ ଧନ୍ଵନ୍ତରୀ ପ୍ରକଟ ହୋଇଥିବାରୁ ଧନତେରସ ପର୍ବ ପାଳନ କରାଯାଏ ।

ଧନତେରସ ଦିନ କଣ କରିବ – ଏହି ଦିନ ଘର ସଫା କରିବ । ନିଜର ସକ୍ଷମ ଅନୁସାରେ ସୁନା ବା ରୂପା ଓ ଅନ୍ୟ ଧାତୁ ମଧ୍ୟ କିଣିବା ଅତି ଶୁଭ ବୋଲି କୁହାଯାଏ । ଧନ ସମ୍ପତ୍ତି ପ୍ରାପ୍ତି ହେବା ପାଇଁ କୁବେର ଦେବତାଙ୍କ ପୂଜା ସ୍ଥାନରେ ଦୀପ ଦାନ କରନ୍ତୁ ଏବଂ ମୃତ୍ୟୁ ଦେବତା ଯମରାଜଙ୍କ ପାଇଁ ଘରର ମୁଖ୍ୟ ଦ୍ଵାରରେ ମଧ୍ୟ ଦୀପ ଦାନ ଅବଶ୍ୟ କରନ୍ତୁ ।

5- ଧନତେରସ ଦିନ ଯଦି ଏହି ୬ଟି ସାମଗ୍ରୀ କିଣିବେ ତେବେ ସମୃଦ୍ଧି ମିଳିବ

ଅନେକ ଲୋକ ଧନତେରସ ଦିନ ଷ୍ଟିଲ୍, ଏଲୁମିନିୟମ, ଲୁହା, ପ୍ଲାଷ୍ଟିକ୍, କାଚ ଆଦି କିଣିଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏହି ସବୁ ସାମଗ୍ରୀ ଠାରୁ ଦୂରେଇ ରହିବା ଏବଂ ନିମ୍ନରେ ଦିଆଯାଇଥିବା ଏହି ୬ଟି ସାମଗ୍ରୀ କିଣିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ସେହି ସାମଗ୍ରୀ କଣ ଅଟେ ।

୧- ସୁନା – ସବୁଠାରୁ ଶୁଭ ଓ ଶ୍ରେଷ୍ଠ ଧାତୁ ମନାଯାଏ । ଅର୍ଥାତ୍ ନିଜର ସକ୍ଷମ ଅନୁସାରେ ସୁନା କିଣିପାରିବେ ।

୨- ରୂପା – ଏହା ଶାନ୍ତ, ଧୀର ଓ ପବିତ୍ର ଧାତୁ ଅଟେ । ଯଦି ସୁନା କିଣିପାରିବେ ନାହିଁ ତେବେ ରୂପାକୁ ପ୍ରାଥମିକତା ଦିଅନ୍ତୁ ।

୩- ପିତ୍ତଳ – ଯଦି ସୁନା ବା ରୂପା କିଣିପାରିବେ ନାହିଁ ତେବେ ପିତ୍ତଳ ମଧ୍ୟ ଭଲ ଧାତୁ ଅଟେ । ଏହି ଦିନ ପିତ୍ତଳ ବସ୍ତୁ ଘରେ ଶୁଭ ଆଣିଥାଏ ।

୪- ତମ୍ବା – ଯଦି ସୁନା ବା ରୂପା ବା ପିତ୍ତଳ ମଧ୍ୟ କିଣିବା ସମ୍ଭବ ନୁହେଁ ତେବେ ତମ୍ବା ବସ୍ତୁ ବା ବାସନ କିଣିପାରିବେ । ଏହା ସ୍ୱାସ୍ଥ୍ୟ ପାଇଁ ଶୁଭ ହୁଏ । ଏହା ପୂଜା କାର୍ଯ୍ୟରେ ଲାଗିପାରିବ ଓ ଶୁଭତା ଆଣିଥାଏ ।

୫- କଂସା – ଯଦି ଏହି ୪ଟି ସାମଗ୍ରୀ କିଣିବା ସମ୍ଭବ ନୁହେଁ ତେବେ କଂସା ବାସନ କିଣିପାରିବେ ।

୬- ମାଟି – ଯଦି ଆପଣ କିଛି କିଣି ପାରିବେ ନାହିଁ ତେବେ ନିରାଶ ନ ହୋଇ ମାଟିର ସାମଗ୍ରୀ କିଣିପାରିବେ । ଏହା ସବୁଠାରୁ ଶସ୍ତା ଓ ଶୁଭ ଏବଂ ପବିତ୍ର ମଧ୍ୟ ଅଟେ । ଅର୍ଥାତ୍ ଆପଣ ମାଟିର ଘଡି, ମାଠିଆ, ଦୀପ, ଧୂପଦାନି, ହାଣ୍ଡି, ଢାଙ୍କୁଣୀ ବା ମାଟିର ଅନ୍ୟ ସାମଗ୍ରୀ କିଣିପାରିବେ । ଧନତେରସ ଦିନ ଠାରୁ ଦୀପାବଳୀ ପର୍ଯ୍ୟନ୍ତ ମାଟିର ସାମଗ୍ରୀ କିଣିପାରିବେ ।

କିନ୍ତୁ ଧନତେରସ ଦିନ ମାଟି ମାଠିଆଟିଏ ଆଣି ସେଥିରେ ପାଣିଭର୍ତ୍ତିକରି ସୟନ କକ୍ଷର ଐଶାନ୍ୟକୋଣରେ ଦୀପାବଳୀ ପର୍ଯ୍ୟନ୍ତ ଢାଙ୍କୁଣୀଦେଇ ରଖିବେ ପ୍ରତିପଦ ତିଥିରେ ଡାଳିମ୍ବଗଛ, କଦଳୀଗଛ, ଆମ୍ବଗଛ ଅଭାବରେ ବର କିମ୍ବା ଅଶୋସ୍ଥବୃକ୍ଷ ମୂଳରେ ଢାଳିଦେବେ । ଧୀରେଧିରେ ଆର୍ଥିକ ସ୍ଵଚ୍ଛଳତା ଦେଖାଦେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!