ଦୀପାବଳୀରେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ସମ୍ପୂର୍ଣ ବିଦ୍ଧି, ଜାଣନ୍ତୁ କେମିତି କରିବେ ପୂଜା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମାତା ଲକ୍ଷ୍ମୀଙ୍କ ପୂଜା ପାଇଁ ନିଜର ସକ୍ଷମ ଅନୁସାରେ ସାମଗ୍ରୀ କିଣିବେ। ଏହି ସାମଗ୍ରୀ ମଧ୍ୟରୁ କିଛି ବସ୍ତୁ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ। ଏଥିରେ ମାତା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ବସ୍ତ୍ର ମଧ୍ୟରେ ନାଲି, ଗୋଲାପି ଓ ହଳଦିଆ ରଙ୍ଗର ରେଶମ ବସ୍ତ୍ର ଅତି ପ୍ରିୟ ଅଟେ। ଫୁଲ ମଧ୍ୟରୁ ପଦ୍ମ ଓ ଗୋଲାପ ଫୁଲ ମାତା ଲକ୍ଷ୍ମୀଙ୍କ ଅତି ପ୍ରିୟ ଅଟେ। ସେହିପରି ଫଳ ମଧ୍ୟରେ ନଡିଆ, ସୀତାଫଳ, ବେଦେନା ଓ ପାଣି ସିଙ୍ଗଡା ପ୍ରିୟ ଅଟେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୁଗନ୍ଧରେ ଗୋଲାପ, ଚନ୍ଦନ ଅତର ପୂଜାରେ ପ୍ରୟୋଗ କରାଯାଏ। ସେହିପରି ଅରୁଆଚାଉଳ, ଧଳା ମିଠା, ଘରେ ତିଆରି ହେଉଥିବା କେଶରର ମିଠା ବା ହାଲୁଆ ଓ କ୍ଷୀରୀ ନୈବେଦ୍ୟ ଉପଯୁକ୍ତ ଅଟେ। ପ୍ରସନ୍ନତା ପାଇଁ ଗାଈଘିଅ, ବାଦାମତେଲ ବା ରାଶିତେଲରେ ପ୍ରସନ୍ନ ହୁଅନ୍ତି। ସେହିପରି ପଦ୍ମକେଶର, ହଳଦୀ, ବେଲପତ୍ର, ପଞ୍ଚାମୃତ, ଗଙ୍ଗାଜଳ, ଆସନ, ରତ୍ନ ଆଭୁଷଣ, ଗାଈ ଗୋବର, ସିନ୍ଦୁର, ଭୋଜପତ୍ର ମଧ୍ୟ ପୂଜାରେ ଉପଯୋଗ କରିବା ଉଚିତ୍।

ପ୍ରସ୍ତୁତି –

ଶ୍ରୀ ଗଣେଶ ଓ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଏକ ଖଟୁଲିରେ ପୂର୍ବ ପଟକୁ ମୁଖ କରି ରଖିବେ। ମାତା ଲକ୍ଷ୍ମୀ ଗଣେଶଙ୍କ ଡାହାଣ ପଟରେ ରହିବେ। ମାତା ଲକ୍ଷ୍ମୀଙ୍କ ପାଖରେ ଏକ କଳସକୁ କିଛି ଚାଉଳ ଉପରେ ରଖନ୍ତୁ। ଗୋଟିଏ ନଡିଆରେ ନାଲି ରଙ୍ଗର କପଡାରେ ଗୁଡାଇବେ ଯେପରି ନଡିଆର ଅଗ୍ରଭାଗ ଦେଖାଯିବ। ଏବେ ନଡିଆକୁ ସେହି କଳସ ଉପରେ ରଖିବେ। ଏହି କଳସ ବରୁଣଙ୍କ ପ୍ରତୀକ ଅଟେ। ପୂଜନ କର୍ତ୍ତା ଆସନ ପକାଇ ମୂର୍ତ୍ତି ସାମ୍ନାରେ ବସିବେ।

ଏହାପରେ ଦୁଇଟି ଦୀପ ପ୍ରସ୍ତୁତ କରିବେ, ଗୋଟିଏରେ ଘିଅ ଦେବେ ଅନ୍ୟଟି ତେଲ ଦେବେ। ଗୋଟିଏ ଦୀପକୁ ଖଟୁଳିର ଡାହାଣ ପଟରେ ରଖିବେ ଓ ଆଉ ଗୋଟିଏ ମୂର୍ତ୍ତିର ପାଦ ତଳେ ରଖିବେ। ଏହା ବ୍ୟତୀତ ଆଉ ଏକ ଦୀପ ଗଣେଶଙ୍କ ପାଖରେ ରଖିବେ। ଖଟୁଲି ସାମ୍ନାରେ ଏକ ଛୋଟ ପିଢା ରଖିବେ ସେଥିରେ ନାଲି ରଙ୍ଗର ବସ୍ତ୍ର ପକାଇବେ। କଳସ ପାଖରେ ନାଲି ରଙ୍ଗର ବସ୍ତ୍ର ପକାଇ ଏକ ମୁଠା ଚାଉଳରେ ନବଗ୍ରହଙ୍କ ପ୍ରତୀକ ତିଆରି କରିବେ। ଗଣେଶଙ୍କ ପାଖରେ ଚାଉଳରେ ଷୋହଳ ଢେରୀ କରିବେ।

ଏହା ମାତୃକାଙ୍କ ପ୍ରତୀକ ଅଟେ। ନବଗ୍ରହ ଓ ଷୋଡଶ ମାତୃକାଙ୍କ ମଝିରେ ସ୍ଵସ୍ତିକ ଚିହ୍ନ ପକାଇବେ। ଛୋଟ ପିଢା ପାଖରେ ତିନୋଟି ଥାଳି ଓ ଜଳ ଭର୍ତ୍ତି କରି କଳସ ରଖିବେ। ସେଥିରେ ୧୧ଟିଦୀପ, ଖଇ, ଶାକର, ଧଳାମିଠା, ବସ୍ତ୍ର, ଆଭୂଷଣ, ଚନ୍ଦନ, ସିନ୍ଦୁର, କୁଙ୍କୁମ, ଗୁଆ, ପାନ, ଫୁଲ, ଅରୁଆଚାଉଳ, ଲବଙ୍ଗ, ଅଳେଇଚ, କେଶର, କର୍ପୁର, ହଳଦୀ, ସୁଗନ୍ଧିତ ପଦାର୍ଥ, ଧୂପ, ଅଗରବତୀ ଓ ଏକ ଦୀପ ରଖିବେ। ତାର ସାମ୍ନାରେ ଯଯମାନ ବସିବେ। ପରିବାର ସଦସ୍ୟ ବାମ ପଟକୁ ବସିବେ। ଅନ୍ୟମାନେ ତାଙ୍କ ପଛକୁ ବସିବେ।

ସର୍ବ ପ୍ରଥମେ ଜଳ ପାତ୍ରରେ କିଛି ଜଳ ଆଣି ମୂର୍ତ୍ତି ଉପରେ ଛିଞ୍ଚିବା ବେଳେ ମନ୍ତ୍ର ପଢିବ, ଏହି ମନ୍ତ୍ର ପଢି ପୂଜାର ସବୁ ସାମଗ୍ରୀକୁ ମଧ୍ୟ ଛିଞ୍ଚି ପବିତ୍ର କରିବ।

ଓଁ ଅପବିତ୍ରୋ ପବିତ୍ର: ବା ସର୍ବାବସ୍ଥାଙ୍ଗତୋପିବା ୟଃ ସ୍ମରେତ୍ ପୁଣ୍ଡରୀକାକ୍ଷ ସର୍ବାହ୍ୟାଭ୍ୟନ୍ତର ସୁଚି:

ପୃଥ୍ଵୀତି ମନ୍ତ୍ରସ୍ୟ ମେରୁପୃଷ୍ଠ: ଋଷି: ସୁତଲଂ ଛନ୍ଧ: କୁର୍ମେଦେବତା ଆସନେ ବିନିଯୋଗ: ॥

ସଂକଳ୍ପ – ହାତରେ ଅକ୍ଷତ, ଫୁଲ ଓ ଜଳ ନେବେ। କିଛି ଦ୍ରବ୍ୟ ମଧ୍ୟ ନେବେ। ଏହାକୁ ହାତରେ ଧରି ମନ୍ତ୍ର ପଢି ସଂକଳ୍ପ କରିବେ ଯେ ମୁଁ ଅମୁକ ବ୍ୟକ୍ତି, ଅମୁକ ସ୍ଥାନ ବା ସମୟରେ ଅମୁକ ଦେବୀ ବା ଦେବତାଙ୍କୁ ପୂଜା କରିବାକୁ ଯାଉଛି, ଯାହା ଶୁଭ ଫଳ ପ୍ରାପ୍ତି ହେଉ। ପ୍ରଥମେ ଶ୍ରୀ ଗଣେଶ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରିବେ। ଏହା ପରେ ବରୁଣ ପୂଜା ବା କଳଶ ପୂଜା କରିବେ।

ହାତରେ କିଛି ଜଳ ନେଇ ମନ୍ତ୍ର ପଢି ଭୋଗ ଲଗାଇବେ। ପରେ ନବଗ୍ରହଙ୍କୁ ପୂଜା କରିବେ। ହାତରେ ଅକ୍ଷତ ଓ ଫୁଲ ନେଇ ନବଗ୍ରହ ସ୍ତୋତ୍ର ପଢିବେ। ଏହାପରେ ଭଗବତୀ ଷୋଡଶମାତୃକାଙ୍କ ପୂଜା କରିବେ। ହାତରେ ଗନ୍ଧ, ଅକ୍ଷତ, ଫୁଲ ନେଇ ଷୋଡଶମାତୃକାଙ୍କୁ ନମସ୍କାର କରିବେ ଓ ପୂଜା ସାମଗ୍ରୀ ଅର୍ପଣ କରିବେ। ଏହାପରେ ରକ୍ଷା ବନ୍ଧନ ହୁଏ। ମୋଳିସୂତା କୁ ନେଇ ଶ୍ରୀ ଗଣେଶଙ୍କୁ ଚଢାଇବେ ପୁଣି ହାତରେ ବାନ୍ଧିବେ। ପରେ ତିଳକ ଲଗାଇବେ। ଏହାପରେ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିବେ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!