ମେଷ ରାଶିର ବାର୍ଷିକ ରାଶିଫଳ, କେମିତି ରହିବ 2021- କଣ କହୁଛି ଗ୍ରହ ନକ୍ଷତ୍ର ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣ ରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ।

ମେଷ:- ୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ମେଷ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି ଓ ବୁଧ ନବମ ଭାବରେ, ମଙ୍ଗଳ ଜନ୍ମରାଶିରେ, ଗୁରୁ ଓ ଶନି ଦଶମ ଭାବରେ, ଶୁକ୍ର ଓ କେତୁ ଅଷ୍ଟମ ଭାବରେ, ରାହୁ ଦ୍ଵିତୀୟ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଶୁକ୍ର, ଶନି ଶୁଭଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇ ପାରିବେ। ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ।

ରବି ଓ ବୁଧ ଭାଗ୍ୟଭାବରେ ଥାଇ ବର୍ଷ ଆରମ୍ଭ ହେଉଥିବାରୁ ରବି ଓ ବୁଧଙ୍କ ମିଶ୍ରଣରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ଯାହା ଫଳରେ କ୍ଷାତି ମିଳିବା ସହ କ୍ୟାରିୟରରେ ବିଶେଷ ଲାଭଦାୟକ ହେବ। ଆପଣଙ୍କ ସମ୍ମାନ ଓ ପଦପଦବୀରେ ବୃଦ୍ଧି ହେବ। ନୂତନ ଗୃହ, ଯାନବାହନ କିମ୍ବା ବଡ ସମ୍ପତ୍ତି କିଣିବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ଜୀବନସାଥିଙ୍କ ସଂପୂର୍ଣ୍ଣ ସମର୍ଥନ ପାଇବେ। ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। କର୍ମ ଭାବର ସ୍ଵାମୀ ଶନି ଗୁରୁ ଯୁକ୍ତହୋଇ କର୍ମଭାବରେ ଥିବାରୁ ବୃହସ୍ପତି ଓ ଶନିଙ୍କ ଯୁକ୍ତ ହେତୁ ନୀଚଭଙ୍ଗ ରାଜଯୋଗ ସୃଷ୍ଟି ହେଉଛି।

ଯାହା ଫଳରେ ଛୋଟ ସଫଳତା ସହିତ ବଡ ସଫଳତା ଆଡକୁ ଗତି କରିପାରିବେ। ବିଦେଶରେ ପଢିବାକୁ ଇଛା କରୁଥିବା ଜାତକକୁ ସଫଳତା ମିଳିବ। ଅନ୍ତରାଷ୍ଟ୍ରୀୟ ସ୍ତରରେ କ୍ଷାତି ଅର୍ଜନ କରି ପାରିବେ। ବ୍ୟବସାୟ ଓ କର୍ମପାଇଁ ବିଦେଶ ଯାତ୍ରାରେ ବିଶେଷ ଲାଭବାନ ହେବେ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବା ସହ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। ଭବିଷ୍ୟତ ପାଇଁ ଯୋଜନା ଓ ସ୍ଵପ୍ନ ଦେଖିବାର କ୍ଷମତା ବୃଦ୍ଧି ପାଇବ।

ନୂତନ ଯୋଜନା ଆରମ୍ଭ କରି ସଫଳତା ହାସଲ କରିବାରେ ସହକର୍ମୀମାନଙ୍କର ସାହାଯ୍ୟ ମିଳିବ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବା ସହ ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବା ସହ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ସନ୍ତାନ କାରକ ଗ୍ରହ ବୃହସ୍ପତି ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବା ଫଳରେ ଏକାଦଶ ଭାବରେ ରହିବା ଯୋଗେ ସମସ୍ତ କ୍ଷେତ୍ରରେ ଶୁଭଫଳ ପାଇବା ସହ ସନ୍ତାନ ସୁଖ କିମ୍ବା ସନ୍ତାନ ପକ୍ଷରୁ କିଛି ସୁଖ ପାଇପାରିବେ।

ରାହୁ ଧନଭାବରେ କେତୁ ଅଷ୍ଟମ ଭାବରେ ଥିବାରୁ କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ମାନସିକ ଚାପ ବୃଦ୍ଧିପାଇବା ସହ ଆର୍ଥିକ କ୍ଷେତ୍ରରେ ନକରାତ୍ମକ ଭାବ ସୃଷ୍ଟି କରି ପାରନ୍ତି। ଶତୃମାନଙ୍କ ସଂଖ୍ୟା ବୃଦ୍ଧି ପାଇଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। କାରଣ ଶତୃମାନଙ୍କ ଦ୍ଵାରା ଚିନ୍ତାରେ ପଡିଲେ ମଧ୍ୟ ଶନିଙ୍କ ପ୍ରଭାବ ହେତୁ ଶତୃମାନଙ୍କୁ ଜବାବ ଦେଇପାରିବେ। ସ୍ଵରାଶିରେ ମଙ୍ଗଳ ସାମାନ୍ୟ କଷ୍ଟ ଦେଇପାରନ୍ତି। ପ୍ରତିସ୍ପର୍ଦ୍ଧାକୁ ବୃଦ୍ଧି କରୁଛନ୍ତି, କିନ୍ତୁ ନିଜରାଶି ଯୋଗେ ଏହି ପ୍ରତିସ୍ପର୍ଦ୍ଧାରେ ଲାଭ କରି ପାରିବେ।

ବାପାମାଆ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ବୃଦ୍ଧି ପାଇବ। ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ୍। ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି। ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ବଗଳାମୁଖୀ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୩ମାଳା ଜପ କରନ୍ତୁ । ମନ୍ତ୍ର- ଓଁ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ । ୨- ପ୍ରତିଦିନ ବରଗଛରେ ଜଳ ଦିଅନ୍ତୁ ଓ ଯେ କୌଣସି ମନ୍ଦିରରେ ପ୍ରତ୍ୟେକ ସଂକ୍ରାନ୍ତିରେ ମୁଗଡାଲି କିଛି ଦାନ କରନ୍ତୁ। ୩- ପ୍ରତ୍ୟେକ ମାସର ଯେକୌଣସି ମଙ୍ଗଳବାରେ ଅସହାୟଙ୍କୁ କଦଳୀ ଦାନ କରନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!