ଦୈନିକ ରାଶିଫଳ: 07 ଡିସେମ୍ବର 2021, ମା’ ମଙ୍ଗଳାଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଡିସେମ୍ବର ମାସ ୭ ତାରିଖ, ମଙ୍ଗଳବାର, ବିଛାମାସ ୨୨ ଦିନ, ମାର୍ଗଶୀର ମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି, ଉତ୍ତରାଷାଢା ନକ୍ଷତ୍ର, ଧନୁରାଶିରେ ଚନ୍ଦ୍ର ସକାଳ ୭ଟା ୪୪ମିନିଟ୍ ଗତେ ମକର ରାଶିରେ ଚନ୍ଦ୍ର । ବୃଦ୍ଧିଯୋଗ । ବାଣିଜ୍ୟ କରଣ, ଦିବା ୧ଟା ୨ମିନିଟ୍ ଗତେ ବିଷ୍ଟି କରଣ । ମକର ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ସକାଳ ୭ଟା ୪୪ମିନିଟ୍ ଗତେ ସିଂହ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ ରାତି ୧୧ଟା ୪୧ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ରାତି ୧୧ଟା ୪୧ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୩୩ମିନିଟ୍ ରୁ ୮ଟା ୫୫ମିନିଟ୍, ଦିବା ୧୨ଟା ୫୯ମିନିଟ୍ ରୁ ଦିବା ୨ଟା ୨୦ମିନିଟ୍, ସନ୍ଧ୍ୟା ୬ଟା ୪୨ମିନିଟ୍ ରୁ ରାତ୍ରି ୮ଟା ୨୦ମିନିଟ୍ । ଶୁଭସମୟ-ସକାଳ ୬ଟା ୧୩ମିନିଟ୍ ରୁ ୬ଟା ୫୪ମିନିଟ୍, ସକାଳ ୮ଟା ୫୬ମିନିଟ୍ ରୁ ଦିବା ୧୧ଟା ୧୫ମିନିଟ୍, ସନ୍ଧ୍ୟା ୫ଟା ୪ମିନିଟ୍ ରୁ ୬ଟା ୪୧ମିନିଟ୍, ରାତ୍ର ୮ଟା ୨୧ମିନିଟ୍ ରୁ ରାତ୍ର ୮ଟା ୩୩ମିନିଟ୍, ରାତ୍ର ୯ଟା ୨୭ମିନିଟ୍ ରୁ ରାତ୍ର ୧୨ଟା ୩ମିନିଟ୍, ରାତ୍ର ୧ଟା ୫୦ମିନିଟ୍ ରୁ ରାତ୍ର ୩ଟା ୩୪ମିନିଟ୍, ରାତ୍ର ୪ଟା ୨୮ମିନିଟ୍ ରୁ ୬ଟା ୧୨ମିନିଟ୍ । ପର୍ବଦିନ- ମଙ୍ଗଳଚତୁର୍ଥୀ ସ୍ନାନ, ବିନାୟକ ଚତୁର୍ଥୀ, ଗୌରୀଗଣେଶ ଚତୁର୍ଥୀ ।

ମେଷ:-ସନ୍ତାନଙ୍କ ପାଇଁ ମାନସିକ ସ୍ଥିରତା ବଜାୟ ରହିବ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ । କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

ବୃଷ:-ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଉଚିତପନ୍ଥା ଗ୍ରହଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ସ୍ନାନ କରନ୍ତୁ ।

ମିଥୁନ:-ଅଧସ୍ତନ କର୍ମୀଙ୍କ ଠାରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ସନ୍ତାନ ସୁଖରେ ସୁଖୀ ହେବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ । ବକେୟା ଅର୍ଥ କିଛି ମିଳିବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହୋଇ ନୂଆ ନିଯୁକ୍ତି ପାଇବାର ଯୋଗ ଅଛି । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ଆୟ ଉପାର୍ଜ୍ଜନର ବୃଦ୍ଧି, ଋଣରୁ ମୁକ୍ତି ମିଳିବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ନିଜଲୋକ ସାହାଯ୍ୟ କରିବେ ଓ କୁଟୁମ୍ବରେ ବାଦବିବାଦ ମେଣ୍ଟିଯିବ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ରାଜନୈତିକ କ୍ଷେତ୍ରରେ ଉନ୍ନତି ମୂଳକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:- ଶତ୍ରୁବାଧା ଦୂରେଇ ଯିବ । ଶୁଭ ସମ୍ବାଦ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରେମୀକ ପ୍ରେମିକଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ । ପରିବହନରେ ବିଶେଷ ଲାଭବାନ ହେବେ ଓ ଆୟରପନ୍ଥା ସହଜ ହେବ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପରିବାରରେ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-ଶିକ୍ଷାର୍ଥୀମାନଙ୍କର ଅଧ୍ୟୟନରେ ବାଧା ଉପୁଜୁଥିଲେ ମଧ୍ୟ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁବିଧା ସୁଯୋଗ ପାଇବେ । ରାଜନୈତିକ କ୍ଷେତ୍ରରେ କେବେ ବି ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକରହେବ । ଗୃହୋପକରଣ, ନୂତନଦ୍ରବ୍ୟ କ୍ରୟ କରିବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ବିଚ୍ଛା:- ସ୍ଵାସ୍ଥ୍ୟରେ ସୁଧାର ଆସିବ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ପରିବାରରେ ଅର୍ଥ ସଙ୍କଟ ଦୂରେଇ ଯିବାରୁ ଅତ୍ୟଧିକ ଆନନ୍ଦିତ ହେବେ । ପିଲାମାନଙ୍କ ପଢା ସମସ୍ୟା ସମାଧାନ ହେବା ଫଳରେ ମାନସିକ ଶାନ୍ତି ପାଇବେ । କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ଶତୃମାନେ ଷଡଯନ୍ତ୍ର କରି କ୍ଷତି କରିବାକୁ ଚେଷ୍ଟା କରୁଥିଲେ ବିଫଳ ହେବେ । ବ୍ୟବସାୟରେ ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ । ଯୁବକ ଯୁବତୀ ମାନଙ୍କର ଉତ୍ତରଦାୟିତ୍ୱ ବଢ଼ିବ । ଭୌତିକ ସୁଖ-ସୁବିଧା ସାଧନର ବୃଦ୍ଧି ହେବ ଓ ପରିଶ୍ରମ କଷ୍ଟର ପୁରା ଲାଭ ମିଳିବ । ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ । ମନୋକାମନା ପୂରଣ ହେବ ଓ ସାମ୍ବାଦିକତାରୁ ଲାଭ ଏବଂ ଶୁଭ ସମାଚାର ମିଳିବ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ମକର:-ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବା ଫଳରେ କୌଣସି କାମରେ ମନ ଲାଗିବ ନାହିଁ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସନ୍ତାନମାନଙ୍କର ଉନ୍ନତିରେ ଆନନ୍ଦିତ ହେବେ । ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପନିପରିବା ଫସଲ ଆମଦାନୀରେ ଓ ବ୍ୟବସାୟରେ ଖୁସି ରହିବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଘରର ଗୁରୁଜନ ବା ମାଆବାପାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ । ଚାକିରୀରେ ସ୍ଥାନାନ୍ତର ଭୟ ରହିପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମୀନ:-ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରିବେ । କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ନୂତନପନ୍ଥା ଅନୁସରଣ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!