ଦୈନିକ ରାଶିଫଳ: 08 ଡିସେମ୍ବର 2021, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଡିସେମ୍ବର ମାସ ୮ ତାରିଖ, ବୁଧବାର, ବିଛାମାସ ୨୩ ଦିନ, ମାର୍ଗଶୀର ମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି, ଶ୍ରବଣା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର । ଧୃବଯୋଗ । ବବ କରଣ, ଦିବା ୧୦ଟା ୨୮ମିନିଟ୍ ଗତେ ବାଳବ କରଣ । କର୍କଟ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ ରାତି ୯ଟା ୨୬ମିନିଟ୍ ପରେ ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ । ଯୋଗିନୀ- ଦକ୍ଷିଣେ ରାତି ୯ଟା ୨୬ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ-ସକାଳ ୮ଟା ୫୫ମିନିଟ୍ ରୁ ୧୦ଟା ୧୭ମିନିଟ୍, ଦିବା ୧୧ଟା ୩୮ମିନିଟ୍ ରୁ ଦିବା ୧୨ଟା ୫୯ମିନିଟ୍, ରାତ୍ରି ୨ଟା ୫୬ମିନିଟ୍ ରୁ ୪ଟା ୩୪ମିନିଟ୍ । ଶୁଭସମୟ- ସକାଳ ୬ଟା ୧୪ମିନିଟ୍ ରୁ ୮ଟା ୨୨ମିନିଟ୍, ଦିବା ୧୦ଟା ୩୪ମିନିଟ୍ ରୁ ୧୧ଟା ୩୭ମିନିଟ୍, ଦିବା ୧ଟା ୨୭ମିନିଟ୍ ରୁ ୩ଟା ୩୬ମିନିଟ୍, ସନ୍ଧ୍ୟା ୫ଟା ୫୭ମିନିଟ୍ ରୁ ୬ଟା ୪୮ମିନିଟ୍, ରାତ୍ର ୮ଟା ୩୫ମିନିଟ୍ ରୁ ରାତ୍ର ୨ଟା ୫୫ମିନିଟ୍, ରାତ୍ର ୪ଟା ୩୫ମିନିଟ୍ ରୁ ସକାଳ ୬ଟା ୧୨ମିନିଟ୍ । ପର୍ବଦିନ- ସୀତା ବିବାହ, କୁରାଳ ପଞ୍ଚମୀ, ମନସା ପଞ୍ଚମୀ, ନାଗ ପଞ୍ଚମୀ ।

ମେଷ:-ଶତୃ ଓ ବିରୋଧୀମାନେ ଦୂରେଇଯିବେ । ମାନସିକ ଅଶାନ୍ତି ଦୂର ହେବ । ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମଧ୍ୟ ମିଳିଯିବ । କର୍ମୋନ୍ନତିର ସୂଚନା ପାଇବେ ଓ ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ନୂଆ ନିଯୁକ୍ତି ପାଇବାର ସୁଯୋଗ ଅଛି । ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହୋଇପାରେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ସମାଜସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ସୁସମ୍ପର୍କ ରହିବ । ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କ ସ୍ଥାପିତ ହେଲେ ଦୃଢୀଭୂତ ହେବ । କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରିବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ:-ସମସ୍ତ କର୍ମ କଷ୍ଟରେ ହିଁ ସମ୍ପନ୍ନ ହେବ । ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନଦେବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପ୍ରେମପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ । ଅଧିକ କର୍ମବ୍ୟସ୍ତତା, ବିଶ୍ରାମଶୂନ୍ୟତା, ଗୁରୁଭୋଜନ ଓ ଖାଦ୍ୟପେୟରେ ଅନିୟମିତତା ଅସୁସ୍ଥତାର ମୁଖ୍ୟ କାରଣ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:- ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ଶତୃ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ନିଜର ଲୋକମାନେ ସାହାଯ୍ୟ ସହଯୋଗ କରିବେ । ରାଜନୀତି କ୍ଷେତ୍ରରେ ସମସ୍ତ ଚେଷ୍ଟା ସଫଳ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:- ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ । କାରବାରରେ ଲାଭ ହେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟ ହେବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ କିଛି ବ୍ୟୟ କରି ପାରନ୍ତି । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଦୂରଯାତ୍ରାରେ ସଫଳତା ମିଳିବ ଓ ଉତ୍ତମ ରୋଜଗାର କରି ପାରିବେ । ଅନେକ ଦିଗରୁ ଖୁସି ମିଳିବ । ଦାମ୍ପତ୍ୟ ସୁଖରେ ଉନ୍ନତି ହେବ । ବନ୍ଧୁମିତ୍ରଙ୍କ ଠାରୁ ସହଯୋଗ ମିଳିବା ସହ ପରିବାରରେ ମାନସିକ ଶାନ୍ତି ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ । ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ପାରିବାରିକ ସୁଖ ଶାନ୍ତି ମିଳିବ । ଉଚ୍ଚ ରାଜକୀୟ ଅଧିକାରୀଙ୍କ ସହିତ ଭେଟ ହେବ ଓ ନିଜର କାମ ସମ୍ପନ୍ନ କରିବେ । ଦାମ୍ପତ୍ୟ ସମ୍ବନ୍ଧୀୟ ମଧୁରତା ଆସିବ । ପରିଶ୍ରମ ଓ କଷ୍ଟକରି ଶାନ୍ତି ବଜାୟ ରଖିବେ । ଆର୍ଥିକ ଅନାଟନ ମଧ୍ୟରେ ଅଣନିଃଶ୍ଵାସୀ ମନେ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:-ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ରୋଜଗାର ମିଳିବାର ଉପଯୁକ୍ତ ସୁଯୋଗ ପାଇବା ଫଳରେ ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଚାକିରୀରେ ପଦୋନ୍ନତି ମିଳିବା ସହ ଯଶ, ମାନସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ । ବନ୍ଧୁଙ୍କ ସହଯୋଗରେ ପଇସା ମିଳିବାର ସୂଚନା ମିଳିବ । ବ୍ୟବସାୟ ପାଇଁ ନୂଆ ଅର୍ଡର ପାଇବେ ଓ ନୂତନ ଏଗ୍ରୀମେଣ୍ଟ କରି ପାରିବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ଧନୁ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପାରିବାରିକ ସମସ୍ୟା ସୁଧୁରି ଯିବ । ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ବ୍ୟବସାୟରେ ଜବରଦସ୍ତି ଉନ୍ନତି ସହ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ । ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ହସଖୁସିରେ ସମୟ ବ୍ୟତୀତ ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମକର:-ଆର୍ଥୀକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ କରିଥିବା କାମର ଶୁଭ ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବ୍ୟବସାୟିକ କାର୍ଯ୍ୟ ସହଜ ସରଳରେ ସମାଧାନ ହେବ । କୋର୍ଟ କଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ଯିବ । ରାଜନୀତି କ୍ଷେତ୍ରରେ ଜନ ସେବାରେ ପ୍ରଶଂସା ମିଳିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-ଶୁଭ ସମାଚାର ପାଇ ମନ ଖୁସି ହେବ । ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଦୀର୍ଘଦିନର ବିବାଦୀୟ ସମସ୍ୟାରେ ସଫଳତା ମିଳିବା ସହ ସମ୍ମାନୀତ ହେବେ । ଖେଳ, ବିଦ୍ୟା କ୍ଷେତ୍ରରେ ଆଦୃତ ହେବେ । ମନୋରଂଜନ କାର୍ଯ୍ୟରେ ସମୟ କଟିବ । ପାଖ ପଡୋଶୀମାନଙ୍କ ସହଯୋଗରେ ଗୃହସମସ୍ୟା ସମାଧାନ ହେବ । ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଅନୁଭବ କରିବେ । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ଶତୃନାଶ, ଋଣନାଶ ଓ ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ସମାଧାନ ହେବ । ନୂତନ କାର୍ଯ୍ୟରେ ଉନ୍ନତି ହେବ । କର୍ମୋନ୍ନତିର ସୂଚନା ପାଇବା ସହ ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!