ଡିସେମ୍ବର 06 ରୁ 12 ତାରିଖ ସାପ୍ତାହିକ ରାଶିଫଳ, ଏହି 3 ଟି ରାଶିର ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶତୃ, ରୋଗ, ଋଣରୁ ମୁକ୍ତି ହେବେ । ଶାରିରୀକ ସୁସ୍ଥତା ଦେଖା ଦେବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପରିବାରରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖା ଦେବ । ସନ୍ତାଠାରୁ ସୁଖପ୍ରାପ୍ତି ହେବ । ବ୍ୟବସାୟରେ ଉନ୍ନତି ସହ ଆଶାତୀତ ଲାଭ କରିବେ । ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ନୂତନ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷାରେ ସଫଳତା ଲାଭ କରିବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ । ମାଲିମୋକଦ୍ଦମାରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । କରଜର ମାତ୍ରା ହ୍ରାସ ପାଇବ । ଭୋଗବିଳାସରେ ସମୟ କାଟିବା ପାଇଁ ଆଗ୍ରହୀ ହେବେ । ରାଜନୀତି କ୍ଷେତ୍ରରେ ନିଜର ଆତ୍ମନିରୀକ୍ଷଣ ଓ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । ଉଚ୍ଚଶିକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟରେ ବକେୟା ସୂତ୍ରରୁ କିଛି ଧନ ପାଇବାର ଯୋଗ ଅଛି । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପ୍ରତିକାର- ପ୍ରତ୍ୟେକ ଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିହେବ । ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ । ନୂତନ ଆୟର ପନ୍ଥା ନିର୍ଦ୍ଧାରଣ କରି ପାରିବେ । ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଅସନ୍ତୋଷ ମେଣ୍ଟିଯିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । ଗୃହୋପକରଣ କ୍ରୟ କରି ପାରନ୍ତି । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ପ୍ରତିକାର:- ପ୍ରତ୍ୟେକ ଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ । ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇ ଯିବ । ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରି ପାରିବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରି ପାରିବେ । ଅଧ୍ୟୟନ ଅଧ୍ୟାପନ କାର୍ଯ୍ୟରେ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ଜଟିଳ ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ପାରିବାରିକ ଜୀବନ ସୁଖରେ କାଟିବେ । କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ ମଧ୍ୟ କରିବେ । ଅର୍ଥକୁ ଭଗବାନ ଜ୍ଞାନ କରି ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିପାରେ । ପ୍ରତିକାର:- ପ୍ରତ୍ୟେକ ଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ପାଇ ଯିବେ । ସେବାୟତ ମାନଙ୍କ ଉପରେ କର୍ତ୍ତୃତ୍ଵ ବିସ୍ତାର କରି କାର୍ଯ୍ୟ ହାସଲ କରିବେ । ଗୁରୁଜନଙ୍କ ସ୍ନେହ-ସହାନୁଭୁତି ପାଇବାରେ ସମର୍ଥ ହେବେ । ବାଦବିବାଦ ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତି ପାଇବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ଦୂରେଇ ଯିବ । ମାଲିକ ସପକ୍ଷ ସଂଗଠନର ନେତୃତ୍ଵ ନେଇ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । ଉଚ୍ଚଆଶା ସଫଳ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଧୀର ସ୍ଵଭାବ, ସ୍ଥିରଚିତ୍ତ ଓ ଦୃଢ ବିଚାର ବଳରେ ବିଶେଷ ଉପକୃତ ହେବେ । ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବା ସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ସାଧାରଣ ଲୋକମାନେ ସମ୍ମାନ ଦେବେ । ବ୍ୟବସାୟରେ ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇ ପାରିବେ । ପ୍ରତିକାର- ପ୍ରତ୍ୟେକ ଦିନ ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ତୁଳା:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶତୃମାନଙ୍କୁ ମୁକାବିଲା କରିପାରିବେ । ବିଦ୍ୟୁତ ବିଭାଗ, ପ୍ରଶାସନ ବିଭାଗ, ବିଚାର ବିଭାଗ ଓ ଡାକତାର ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରି ପାରିବେ । ବଡ଼ ବଡ଼ ଉଦ୍ୟୋଗ କରିବାରେ ସଫଳ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ପୂରଣ କରିବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ଓ ସହଯୋଗ କରି ପାରନ୍ତି । ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷର କାରଣ ହେବ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଶାରିରୀକ ସୁସ୍ଥତା ଦେଖା ଦେବ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ପାଇ ଖୁସି ହେବେ । ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ପାରିବାରରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖା ଦେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ ଓ ଅଟକି ଥିବା ଧନ ମିଳିଯିବାରୁ ଖୁସି ହେବେ । ଆର୍ଥିକ ସ୍ଥିତିରେ ବୃଦ୍ଧିହେବ । ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସନ୍ତାନଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ସମ୍ପର୍ଣ୍ଣ କରି ଆନନ୍ଦିତ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି ଓ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସୂଚନା ପାଇବେ । ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଯିବ । ରାଜନୀତି କ୍ଷେତ୍ରରେ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ । ଗସ୍ତ କାର୍ଯ୍ୟ କ୍ରମରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକସ୍ଥିତି ସୁଧୁରିବା ସହ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । ଦୂରଯାତ୍ରାର ସୁଯୋଗ ପାଇବେ । ଦାମ୍ପତ୍ୟ ଜୀବନରେ ଚିତ୍ତପ୍ରସନ୍ନ ଓ କାର୍ଯ୍ୟ ସିଦ୍ଧି ହେବ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ । ପ୍ରତିକାର-ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କର୍ମକ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ବିଦେଶ ଯାତ୍ରାର ସୁଯୋଗ ଆସିବ । ଜୀବନ ସାଥିଙ୍କ ସହଯୋଗରେ ଆର୍ଥିକ ଲାଭହେବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ପରିବାରରେ ମାନ ମନାନ୍ତର ଦୂର ହୋଇ ସୁଖ ଶାନ୍ତି ମିଳିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବାଦବିବାଦ, ମାଲିମୋକଦ୍ଦମା ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟଲାଭ ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭବାନ ହେବେ । ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ । ଛାତ୍ର ଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ର ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ । କାରବାରର ସୀମା ବଢାଇବା ଫଳରେ ସନ୍ତୋଷ ଦେଖା ଦେବ । ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ । ନାନା ବାଟରେ ଧନାଗମ ଘଟିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା ଭାବେ ସମ୍ମାନ ପାଇବେ । ମାଲିମୋକଦ୍ଦମାରେ ଶତ୍ରୁ ବା ବିରୋଧୀମାନେ ତଳମୁହାଁ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ ଓ ଆନ୍ତିରକତା ବୁଝାମଣା ଆତ୍ମିକ ବନ୍ଧନକୁ ସୁଦୃଢ କରିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ନିଜ ପ୍ରଭାବ ଫଳରେ ପ୍ରତିକୂଳ ସ୍ରୋତକୁ ଆତିକ୍ରମ କରି ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!