ଜାଣନ୍ତୁ ବୃଷ ରାଶି ପାଇଁ ବର୍ଷ 2019 ରେ କଣ ରହିଛି, କଣ କହୁଛି ନୂଆ ବର୍ଷ ର ନୂଆ ଗ୍ରହ ଚଳନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ଅଷ୍ଟମ ଭାବରେ।  ଚନ୍ଦ୍ର, ଶୁକ୍ର ଷଷ୍ଠ ଭାବରେ। ମଙ୍ଗଳ ଏକାଦଶ ଭାବରେ।  ବୁଧ, ଗୁରୁ ସପ୍ତମ ଭାବରେ। ରାହୁ ତୃତୀୟରୁ ଦ୍ଵିତୀୟ ଭାବକୁ ଓ କେତୁ  ନବମରୁ  ଅଷ୍ଟମ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଏବର୍ଷ ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ। ଅନେକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ପୁତ୍ର ରତ୍ନପ୍ରାପ୍ତି ହେବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ। ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ।

ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଧନଧାନ୍ୟ, ମାନ-ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ଆପଣ ବର୍ତ୍ତମାନ ସୁଖର ସ୍ୱପ୍ନ ଦେଖିପାରିବେ। ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ। କମ୍ପାନୀ, ବ୍ୟାଙ୍କ, କମ୍ପ୍ୟୁଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ ଓ ଶିକ୍ଷାର ମଧ୍ୟ ସୁବିଧା ସୁଯୋଗ ପାଇବେ। ରାଜନୈତିକ କ୍ଷେତ୍ରରେ ପ୍ରତିଯୋଗିତାରେ ପ୍ରବଳ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିବ। ଦଶାର ବଳାବଳ ନେଇ ଲୋକ ସମର୍ଥନ ପାଇବେ ଏବଂ ପ୍ରତିଯୋଗିତାରେ ସଫଳ ହେବେ। ଟାଣୁଆ ନେତା, ପୁରୁଖା ନେତା ଆପଣଙ୍କ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବେ।

ବ୍ୟବସାୟ କ୍ଷେତ୍ରରେ ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଦ୍ଵିଗୁଣ ଲାଭ କରିବେ। କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ପରିବହନ ବ୍ୟବସାୟରେ ଓ ପାର୍ଟନରସିପ ବ୍ୟବଶାୟରେ ଲାଭ ଅପରି ବର୍ତିତ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ନିଶ୍ଚୟ ହେବ। କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ବର୍ଷର ପ୍ରଥମାର୍ଦ୍ଧର ଶେଷବେଳକୁ ସ୍ଥାନାନ୍ତରର ସୂଚନା ପାଇବେ। କୃଷକମାନେ ଏବର୍ଷ ଦ୍ବିଗୁଣା ଲାଭ ପାଇବେ। କୃଷିରେ ଯଥେଷ୍ଟ ଅଗ୍ରଗତି ଘଟିବ ଓ ଚାଷୀମାନେ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ।।

ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି  ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ। ପାରିବାରିକ ଜୀବନ ସୁଖ-ସନ୍ତୋଷରେ କଟିବ। ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ। ଧର୍ମ କର୍ମ ବା ଇଷ୍ଟ ସାଧନାରେ ରତରହି ଆବଦ୍ଧ ଯୋଗରୁ ମୁକୁଳି, ପାରିବାରିକ ଶାନ୍ତି- ଶୃଙ୍ଖଳା ବୃଦ୍ଧି କରିବା ଓ ଗଠନମୂଳକ ଚିନ୍ତା ଯୁକ୍ତ ହୋଇ ଆନୁସଙ୍ଗିକ ପ୍ରସ୍ତୁତି ଆରମ୍ଭ କରିବେ।  ଶୋଷିତ ଓ ନିର୍ଯାତିତଙ୍କ ବିଡମ୍ବନାକୁ ମୁଣ୍ଡେଇ ଦୃଢ ମନୋବଳରେ ଆଗେଇ ପାରିବେ।  କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦବୀ ଲାଭ ହେବ।କର୍ମ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ। ଏ ବର୍ଷରେ ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟ ରେ ଲାଭବାନ ହେବେ। ବହୁ କ୍ଷେତ୍ରରେ ପ୍ରିୟତା, ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ବିଶେଷ ଶୁଭ ସମୟ। ସନ୍ତାନ ଭଳି ଦ୍ରବ୍ୟ ଲାଭ ହେବ। ପୁତ୍ର କନ୍ୟାମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ। ପୁତ୍ର କନ୍ୟାର ବିବାହ କାର୍ଯ୍ୟରେ ମଧ୍ୟ ସଫଳ ହେବେ। କେତେ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ।

ଅଶୁଭ ଫଳ:-

ଇଁଗ୍ରାଜି ବର୍ଷଟି କେବଳ ମାତ୍ର ୨୦ ଭାଗ ଅଶୁଭ ଫଳ ହେବ। ବନ୍ଧୁମାନେ ଈର୍ଷାପରାୟଣ ହେବେ। ନୈରାଶ୍ୟ, ଅର୍ଥାଭାବ ଓ ଦୁଃସମ୍ବାଦ ପ୍ରାପ୍ତିହେବ। ମାତୃ ବା ମାତୃସ୍ଥାନୀୟା ବ୍ୟକ୍ତିଙ୍କ ପାଇଁ ବନ୍ଧୁବାନ୍ଧବଙ୍କ ସହ ମନାନ୍ତର ସୃଷ୍ଟି ହେବ।

ମହିଳାମାନଙ୍କ ପାଇଁ:-

ମହିଳାମାନଙ୍କର ପାରିବାରିକ ଜୀବନ ସୁଖରେ କାଟିବେ। ଅତି ନିକଟର ବନ୍ଧୁବାନ୍ଧବଙ୍କସହ ପ୍ରିୟତା ସୃଷ୍ଟିହେବ। ସନ୍ତାନ ସନ୍ତତି ମାନଙ୍କପାଇଁ ବର୍ଷ ଫଳ ଉତ୍ତମ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଚାକିରିରେ ପଦୋନ୍ନତି ସହ ଆର୍ଥଲାଭ ହେବ। ବର୍ଷର ଆରମ୍ଭରେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ଆୟ ମଧ୍ୟ ଉତ୍ତମ ହେବ। ଯୁବକ ଯୁବତୀମାନଙ୍କର ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ-ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଆଗ୍ରହ ବଢିବ।  ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହୋଇ ବିବାହ ସମ୍ପନ୍ନ ହେବ।

ସ୍ୱାସ୍ଥ୍ୟ:

ଏ ବର୍ଷ ଦେହ ପ୍ରାୟ ଭଲ ରହିବ। ଦେହ ସୁସ୍ଥ ରହିଲେ ମଧ୍ୟ ଅଧିକାଂଶ ସମୟ ସନ୍ଧିମୂଳ ଓ ଅଣ୍ଟା କମରରେ ପୀଡା କଷ୍ଟ ଭୋଗିବେ। ବାତ ରୋଗୀମାନଙ୍କ ପାଇଁ ବର୍ଷଟି ସଂପୂର୍ଣ୍ଣ ଅଶୁଭ।  ଜ୍ଵର, ଟାଇଫଏଡ ବା ରକ୍ତାମାଶୟଆଦି ରୋଗରେ ପୀଡିତହେବା ଅଶଙ୍କା ରହୁଛି। ପରିବାରରେ ପ୍ରାୟ ସମସ୍ତଙ୍କ ଦେହ ଅଳ୍ପ ବହୁତ ଅସୁସ୍ଥ ରହିବ। ବୃଦ୍ଧ ପିତାଙ୍କର ଅସୁସ୍ଥତା କ୍ରମେ ବଢିବ ଓ ପିତୃପକ୍ଷେ ଏ ବର୍ଷଟି ଭଲ ନୁହେଁ।

ଛାତ୍ରଛାତ୍ରୀ ମାନଙ୍କ  ପାଇଁ:-

ବର୍ଷଟି ବେଶ ସୁଖରେ କାଟିବେ। କୌଣସି  ଶିକ୍ଷା ଗ୍ରହଣ ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ପଢାପଢିରେ ପ୍ରାୟ ଲାଗି ରହିବେ ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ପାଇବେ। ବ୍ୟବହାର କୁଶଳତାକୁ ଆଧାରକରୀ ନିମ୍ନବର୍ଗର ସହାୟତା ପ୍ରାପ୍ତିହେବ। ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ। ବୈଷୟିକ ବିଦ୍ୟା ଅଧ୍ୟୟନ କରି ସନ୍ତୋଷ ହେବେ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ।

ପ୍ରତିକାର:-

୧- ପ୍ରତ୍ୟେକ ଦିନ ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ। ୨- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ସର୍ବକଷ୍ଟ ନିବାରଣ ଯନ୍ତ୍ର ପୂଜାକରିବା ସହ ଦକ୍ଷିଣକାଳୀ କବଚ ଧାରଣ କରିବେ। ୩-  ଶନିଙ୍କ ନିକଟରେ ଶନିବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୪- ଶନିବାର ଦିନ ଆମିଷ ଖାଇବେ ନାହିଁ ଓ ପୋଡ଼ା ଦ୍ରବ୍ୟ କିଛି ଖାଇବେ । ୫- ବାଡିଅଁଳା ମୂଳ ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ସ୍ତ୍ରୀମାନେ ବାମବାହୁରେ ବାନ୍ଧନ୍ତୁ । ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!