ଘରର ସିଡ଼ି ବଦଳି ଦେବ ଆପଣଙ୍କ ଭାଗ୍ୟ, ଯଦି ଏହି ସବୁ କଥାର ରଖିବେ ଧ୍ୟାନ, ଜାଣନ୍ତୁ କେମିତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁଶାସ୍ତ୍ର ଅନୁଯାଇ ଘରର ସିଢି ତିଆରି କଲେ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହୁଏ, ଜାଣନ୍ତୁ କେମିତି କରିବେ

ଯେ କୌଣସି ଘର ମଧ୍ୟରେ ସିଢି ଅଧିକ ମହତ୍ତ୍ଵ ହୋଇଥାଏ। ବାସ୍ତୁଶାସ୍ତ୍ର ସିଦ୍ଧାନ୍ତ ଅନୁସାରେ ଯଦି ଖରାପ ଦିଗରେ ସିଢି କରିଥାନ୍ତି ତେବେ ଘରର ସମସ୍ତ ସଦସ୍ୟଙ୍କ ଉପରେ କୁପ୍ରଭାବ ପଡିଥାଏ। ଏହାର ପରିଣାମ ମଧ୍ୟ ପ୍ରତିକୂଳ ହୋଇପାରେ। ସେଥିପାଇଁ କେଉଁ ଦିଗରେ, କେଉଁ ଜାଗାରେ ଓ କେମିତି ତିଆରି କରିବ ତାହା ଧ୍ୟାନ ରଖିବା ଉଚିତ୍। ଯଦି ଘରର ସିଢି ବାସ୍ତୁଶାସ୍ତ୍ର ଅନୁସାରେ ତିଆରି କରାଯାଏ, ତେବେ ଆମ ପାଇଁ ସର୍ବଦା ଶୁଭଫଳ ଓ ସଫଳତା ମିଳିଥାଏ। ତେଣୁ ସିଢି ତିଆରି କରିବା ବେଳେ ବାସ୍ତୁଶାସ୍ତ୍ରର କିଛି ନିୟମ ପାଳନ କରିବା ଉଚିତ୍। ଏଥିରେ ଜୀବନରେ ସୁଖ-ସମୃଦ୍ଧି ଓ ଶାନ୍ତି ଆସେ। ତେବେ ଆସନ୍ତୁ ଜାଣିବା ବାସ୍ତୁ ସମ୍ବନ୍ଧିତ କିଛି ନିୟମ ବିଷୟରେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଘରର ସିଢି ତିଆରି କରିବା ସମୟରେ ଏହି କଥାକୁ ଧ୍ୟାନ ରଖନ୍ତୁ :

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ, ପଶ୍ଚିମ ବା ଦକ୍ଷିଣ-ପଶ୍ଚିମକୋଣରେ ହିଁ ସିଢି ତିଆରି କରିପାରିବ ଏବଂ ଉତ୍ତର-ପଶ୍ଚିମ ଦିଗରେ ସିଢି ତିଆରି କରିବା ସଠିକ୍ ନିୟମ। ଏହା ବ୍ୟତୀତ ଉତ୍ତର ଦିଗ ବା ଉତ୍ତର-ପୂର୍ବ ଦିଗରେ ସିଢି ତିଆରି କରିବ ନାହିଁ।

ଯଦି ଆପଣ ସଠିକ୍ ଜାଗାରେ ସିଢି ତିଆରି କରି ନାହାନ୍ତି, ତେବେ ତାକୁ ଭାଙ୍ଗିବା ଦରକାର ନାହିଁ। ଏହା ବାସ୍ତୁଶାସ୍ତ୍ର ମଧ୍ୟ କୁହାଯାଇଛି। ଏହାକୁ କୌଣସି ବାସ୍ତୁ ବିଶେଷଜ୍ଞଙ୍କ ଠାରୁ ବୁଝି-ବିଚାରି ଆପଣ ଷ୍ଟୋନ ପିରାମିଡକୁ ସ୍ଥାପିତ କରିପାରିବେ। ଯାହା ଆପଣଙ୍କ ଗୃହରେ ନକରାତ୍ମକ ଊର୍ଜା ଦୂର ହୋଇଯାଏ।

ବାସ୍ତୁଶାସ୍ତ୍ର ଅନୁସାରେ କେବେ ମଧ୍ୟ ସିଢିର ତଳକୁ ମାଛ ଆକ୍ୟୁରିୟମ ବା ଯେକୌଣସି ଜଳ ସମ୍ବନ୍ଧିତ ଜିନିଷ ରଖିବ ନାହିଁ। ଏହିପରି କରିଲେ ଅଶୁଭତ୍ଵ ହୁଏ ଓ ଘରର ସଦସ୍ୟଙ୍କ ଆୟରେ ସମସ୍ୟା ଦେଖାଦିଏ।

ବାସ୍ତୁଶାସ୍ତ୍ର ଅନୁସାରେ ସିଢିର ତଳକୁ ରୋଷେଇଘର ବା ଗାଧୁଆଘର କରିବ ନାହିଁ। ଏଥିରେ ନକରାତ୍ମକ ଊର୍ଜା ସୃଷ୍ଟି ହୁଏ, ଯାହା ଘରେ ଆର୍ଥିକଭାବ ଦେଖାଦେବ ଓ ଧନ ଏକତ୍ର କରିବା ପାଇଁ ବହୁତ କଷ୍ଟ  ଚିନ୍ତା କରିବାକୁ ହୁଏ।

ଯଦି ବାସ୍ତୁ ବିଶେଷଜ୍ଞଙ୍କ ଠାରୁ ବୁଝି-ସୁଝି ସିଢିର ତଳକୁ ଗାଧୁଆଘର ଦିଗ ଠିକ୍ ଥାଏ, ତେବେ ମଧ୍ୟ ଏହା କରିବ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ କୁହାଯାଏ କି ସିଢିର ତଳକୁ ଗାଧୁଆଘର ହେଲେ ଘରର ଆର୍ଥିକସ୍ଥିତି ଦୁର୍ବଳ ହେବା ସହିତ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଅବନ୍ନତି ଘଟେ।

ବାସ୍ତୁଶାସ୍ତ୍ର ଅନୁସାରେ ସିଢି କେଉଁ ଦିଗକୁ ହେବ ଓ ସିଢିରେ ବୁଲିକରି କିପରି ଉପରକୁ ଯିବ ତାହା ମଧ୍ୟ ଧ୍ୟାନ ରଖିବା ଜରୁରୀ ଅଟେ। ସେହି ଅନୁସାରେ ଘରେ ବେଡ୍ ରୁମ୍ ଗ୍ରାଉଣ୍ଡ ଫ୍ଲୋର ମଧ୍ୟରେ ଥାଏ, ତେବେ ଉପରକୁ ଯିବା ପାଇଁ ସିଢିର ଦିଗ ଘଣ୍ଟାର ଘୂର୍ଣ୍ଣନ ପରି ତିଆରି ହେବା ଉଚିତ୍।

ଏହା ବ୍ୟତୀତ ସିଢିର ତଳକୁ କଦାପି ଖାଲି ରହିବା ନାହିଁ। ଏହାକୁ କାରବାର କରିବା ଉଚିତ୍। ଯେମିତି କି ସେହି ତଳକୁ ଷ୍ଟୋରରୁମ୍ ବା ଏକ କୋଠରି ନୁମା ତିଆରି କରିବା ଉଚିତ୍ଦ।

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ବେଡ୍ ରୁମ୍ ଗ୍ରାଉଣ୍ଡ ଫ୍ଲୋର ବ୍ୟତୀତ ଅନ୍ୟ ଫ୍ଲୋରରେ ଥାଏ, ତେବେ ସିଢିର ମୁଖ୍ୟଦ୍ଵାର ଘଣ୍ଟାର ଓଲଟା ଘୂର୍ଣ୍ଣନ ପରି ଉଠିବା ଉଚିତ୍।

ବାସ୍ତୁଶାସ୍ତ୍ର ଅନୁସାରେ ସିଢିର ଷ୍ଟେପ୍ ମଧ୍ୟ ଧ୍ୟାନ ରଖିବା ଉଚିତ୍। ଯାହା ସୁବିଧା ଅନୁସାରେ ତାର ଚୌଡା ଓ ଉଚ୍ଚତା ହେବା ଆବଶ୍ୟକ। ମନାଯାଏ କି ତାର ବ୍ୟବହାର ସମୟ ଆପଣଙ୍କୁ କେତେ ସୁବିଧା ହେବ ଓ କେତେ ଅସୁବିଧା ହେବ ସେହି ଅନୁସାରେ ଘରେ ଧନ ଓ ଉନ୍ନତିରେ ବାଧା ପଡିଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!