ଦୈନିକ ରାଶିଫଳ: ୮ ଡିସେମ୍ବର ୨୦୧୮। ଶନି ଦେବଙ୍କ କୃପାରୁ ବଦଳିବ ଏହି ରାଶି ମାନଙ୍କର ଭାଗ୍ୟ, ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୮ ଡିସେମ୍ବର ୨୦୧୮। ଶନି ଦେବଙ୍କ କୃପାରୁ ବଦଳିବ ଏହି ରାଶି ମାନଙ୍କର ଭାଗ୍ୟ, ମିଳିବ କିଛି ଖୁସି ଖବର

ମେଷ:-

ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ। ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁ ଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରିବେ। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ:-

କର୍ମକ୍ଷେତ୍ରରେ ପଦୋନ୍ନତି, ରାଜନୈତିକ କ୍ଷେତ୍ରରେ ପଦବୀ ଲାଭ ଓ ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ। ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣହେବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ଧର୍ମ କର୍ମ ବା ଇଷ୍ଟ ସାଧନାରେ ରତରହି ଆବଦ୍ଧ ଯୋଗରୁ ମୁକୁଳି ପାରିବେ। ପାରିବାରିକ ଶାନ୍ତିଶୃଙ୍ଖଳା ବୃଦ୍ଧି ହେବାସହ  ଗଠନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

କର୍କଟ:-

ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ପାରିବାରିକସ୍ତର ହସ ଖୁସିରେ କଟିବ ଓ ଚିନ୍ତା କରିଥିବା କାମ ଗୁଡିକ ହେବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ପାଇବେ। ଆଶା କରିଥିବା କାର୍ଯ୍ୟଟି ପୂରଣ କରିବାକୁ ଚେଷ୍ଟା କରିବେ। ବହୁକ୍ଷେତ୍ରରେ ପ୍ରିୟତା ଅର୍ଜନ କରିବେ। ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟର ବିଶେଷ ଲାଭବାନ ହେବେ। ଅଟକିଥିବା କାର୍ଯ୍ୟଗୁଡିକ ସହଜରେ ପୂରଣ ହେବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦେବେ।

ସିଂହ:-

ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। କର୍ମକ୍ଷେତ୍ରରେ ସମନ୍ଵୟ ରକ୍ଷାକରିବା ଫଳରେ ବନ୍ଧୁତ୍ଵ ବୃଦ୍ଧି ପାଇବ। ପରିବାରରେ ଆନନ୍ଦର ଲହରୀ ଖେଳିଯିବ। ବ୍ୟବସାୟରେ ଲାଭବାନ ହେବେ। ମନବଳ ଦୃଢିଭୁତ ହେବ। ମହିଳାମାନେ ନିଜର ଇଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ। ପରିଶ୍ରମ କରି ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ପାରିବେ। ଆୟ ମଧ୍ୟ ଉତ୍ତମ ରହିବ। ଆବଶ୍ୟକସ୍ଥଳେ ସହଯୋଗ ମଧ୍ୟ ପାଇବେ। ମନକଥା ମନରେ ରଖୀ ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ପ୍ରତିକାର-ପିଲାଙ୍କୁ ଚକୋଲେଟ ଖାଇବାକୁ ଦିଅନ୍ତୁ।

କନ୍ୟା:-

ଭାଇ ବନ୍ଧୁମାନେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ଶତୃମାନେ ଦୂରେଇ ଯିବେ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ପାରିବାରିକ ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ ଓ ସୁଖ ସମ୍ପନ୍ନତା ଲାଭ ହେବ। ନୂତନକର୍ମ ଆରମ୍ଭ କଲେ ସଫଳ ହେବେ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରକ୍ରାନ୍ତ ରହିବ। କେତେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଘଟିବ। ସତର୍କତା ଅବଲମ୍ବନ ନକଲେ ମିଥ୍ୟା ଅପବାଦରେ ନିନ୍ଦିତ ହେବେ। ପ୍ରତିକାର- କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ତୁଳା:-

ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସହଜରେ ସମାଧାନ କରିପାରିବେ। କର୍ମ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ ଓ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ବାଣିଜ୍ୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ। ନିକଟସ୍ଥ ବ୍ୟକ୍ତି ସାହାର୍ଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରିବେ। ଛାତ୍ରଛାତ୍ରୀମାନଙ୍କର ମାନସିକ ବିକାଶ ଘଟିବ। ମହିଳାମାନେ କାର୍ଯ୍ୟଦକ୍ଷତା ଦେଖାଇବେ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ବିଛା:-

ଧନ ଲାଭ ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇ ପାରିବେ। ଘର-ପରିବାରକୁ ପ୍ରାଥମିକତା ଦେବେ ପାରିବାରିକସ୍ତର ହସ ଖୁସିରେ କଟିବ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ମାତା-ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ। ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ। ପ୍ରତିକାର- ଗାଈକୁ ଗୁଡ ରୁଟି ଖାଇବାକୁ ଦିଅନ୍ତୁ।

ଧନୁ:-

ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ଶୁଭ ସମାଚାର ପାଇ ଖୁସି ହେବେ। ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ। ପରିଚିତ ଲୋକଙ୍କଠାରୁ ଲାଭ ପାଇବେ। ସଞ୍ଚୟ କମ୍ ହେବ ଓ ଖର୍ଚ୍ଚ ଅଧିକ ହେବ। ବିଦ୍ୟାର୍ଥୀମାନେ ନିଜ ଲକ୍ଷ୍ୟରେ ସଫଳତା ପାଇବେ। କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ବାଧ୍ୟ ହେବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମକର:-

ବାହନ ଆଦି କ୍ରୟ କରିପାରିବେ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ଅଚାନକ ଭାବରେ ଦୂରଯାତ୍ରା କରିବେ। କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବ। ଯଶ ଓ ସମ୍ମାନ ବଢିବ। ନିଜ ପରିଶ୍ରମରେ ସଫଳତା ପାଇବେ। ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁ ସମୟ ପାଇବେନାହିଁ। ଅଫିସରେ ଟେନସନ ଦୂର ହେବ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। ବ୍ୟବସାୟରେ ଉତ୍ଥାନ-ପତ୍ତନର ସମ୍ମୁଖୀନ ହେବେ। ଯାତ୍ରାରେ ସଫଳ ହେବେ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କୁମ୍ଭ:-

ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କ କୃପାଭାଜନ ହେବେ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ। କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ। ମହିଳାମାନେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ସୃଷ୍ଟି ହେଲେ ମଧ୍ୟ ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ। ମିତ୍ରଙ୍କ ସହିତ ସାକ୍ଷାତ୍ ଲାଭଦାୟକ ହେବ। ଶୁଭ ସଂବାଦ ପାଇ ଉତ୍ସାହିତ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମୀନ-

ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ମେଣ୍ଟିଯିବ। କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ ଓ ସଫଳତା ପ୍ରାପ୍ତି ହେବ। ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ଇଣ୍ଟରନେଟ୍ ଠାରୁ ଆରମ୍ଭ କରି ଫୋନ୍ ଦ୍ଵାରା ଲୋକଙ୍କ ସମ୍ପର୍କରେ ରହିବେ । ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦେବେ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!