ଜାଣନ୍ତୁ ମିଥୁନ ରାଶି ପାଇଁ ବର୍ଷ 2019 ରେ କଣ ରହିଛି, ଏହି ନୂତନ ବର୍ଷ କଣ ପରିବର୍ତ୍ତନ ଆଣିଛି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ସପ୍ତମ ଭାବରେ। ଚନ୍ଦ୍ର, ଶୁକ୍ର ପଞ୍ଚମ ଭାବରେ। ମଙ୍ଗଳ ଦଶମ ଭାବରେ। ବୁଧ, ଗୁରୁ ଷଷ୍ଠ ଭାବରେ। ରାହୁ ଦ୍ଵିତୀୟରୁ ପ୍ରଥମ ଭାବକୁ ଓ କେତୁ  ଅଷ୍ଟମରୁ ସପ୍ତମ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଏବର୍ଷ ଅତି ଉତ୍ତମ ଫଳ ଭୋଗିବେ। ଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ। ଆପଣଙ୍କ ବ୍ୟବସାୟରେ ସର୍ବଦା ଉନ୍ନତି ଓ ଲାଭପ୍ରାପ୍ତି ହେବ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ, ଅଧା ହୋଇଥିବା କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। ଉଦ୍ୟୋଗ, ରେଶମୀବସ୍ତ୍ର, ଅଗରବତୀ, ଇଟା, ଦୁଧ, ଦହି, ଘିଅ, ଚାନ୍ଦି, ବାଦ୍ୟଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ ଇଦ୍ୟାଦି ବ୍ୟବସାୟର ଉଦ୍ୟୋଗକରିପାରିବେ।

ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାର ମାନଙ୍କର ପ୍ରବଳ ଉନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ। ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିବେ। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ। ଦୀର୍ଘଦିନର ଆଶା ଏବେ ପୂରଣ ହେବ। ଉଚ୍ଚ ପଦବୀରେ ଅଧିଷ୍ଠିତ ହେବେ। ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସବୁଥିରେ ଥିଲେ ବି କେଉଁଥିରେ ନିଜର ପ୍ରତ୍ୟକ୍ଷ ସପୃକ୍ତିକୁ ଦର୍ଶାଇବେ ନାହିଁ। ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକ ରଖି ଖେଳ ଖେଳିବେ ଏବଂ ଅପଯଶକୁ ଦୂରକୁ ଠେଲିଦେଇ କେବଳ ଯଶତକ ଗ୍ରହଣ କରିବେ।  ଅର୍ଥାଗମ ଦିଗ ଖୋଲା ରହିବ।

ବ୍ୟବସାୟ ଦିଗରୁ ସମୟ ପ୍ରାୟତଃ ଅନୁକୂଳ ରହିବ। କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ।  ପାରିଶ୍ରମିକ ତୁଳନାରେଅଧିକ ଶ୍ରମ କରିବେ ଓ ବିରୋଧିତତ୍ତ୍ଵର ମୁଖରେ ସ୍ଵାର୍ଥ-ଲାଳସା-ପୂର୍ତ୍ତିର ମଜବୁତ ତୁଣ୍ଡି ଭିଡି ଦେଇ, ଆଇନ ଶୃଙ୍ଖଳା ଶକ୍ତିକୁ ସ୍ଥାଣୁ କରିଦେଇ ପାରିବେ। କର୍ମଚାରୀମାନେ ଭାରସାମ୍ୟ ରକ୍ଷା କରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ରହିବ। ସୁଖ-ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ। ପ୍ରତିକାର କରି ଚାଲିଲେ ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁ ଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ।  ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ରାଜନୈତିକ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ ଏବଂ ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ।

ଅଶୁଭ ଫଳ:-

ବହୁ ଲୋକଙ୍କର ଚକ୍ଷୁଶୂଳ ହେବେ ଓ ଶତ୍ରୁପକ୍ଷ କ୍ରମଶଃ ପ୍ରବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଅ।ରମ୍ଭ କରିଦେବେ। ଅକ୍ଲାନ୍ତ ଓ ନୟାନ୍ତ ଉଦ୍ୟମ ଜାରି ରଖିବେ ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ  ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ। ସୀମିତ ସ୍ଥିତିରେ ଶ୍ଵାସରୋଧକର ଅନୁଭୂତି ଜାଗିପାରେ ଓ ତାହାକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତାରିତ କରି ପାରନ୍ତି। ସମସ୍ତଙ୍କ ମେଳରେ ରହି ମଧ୍ୟ ନିଃସଙ୍ଗତା ଓ ଆବଦ୍ଧ ଯୋଗରେ ରୂଦ୍ଧଶ୍ଵାସ ହେବେ। ଲଘୁଜନ ଓ ସେବାକାରୀମାନଙ୍କ ଚଞ୍ଚକତାରେ ଅସମ୍ମ।ନ ଜନକ ସ୍ଥିତି ପରିଲକ୍ଷିତ ହେବ। ଅଧିକାଂଶ ସମୟ ବହୁ କଷ୍ଟରେ ବିତାଇବେ।  କଠିନ ପରିଶ୍ରମ କଲେ ମଧ୍ୟ ଯଶ-ମାନ ମିଳିବ ନାହିଁ।  ବ୍ୟୟଭାର ମୁଣ୍ଡାଇ ଭୟଭୀତ ହୋଇ ପଡିବେ।  ଅଯଥା ଧଁ। ଦୌଡ଼ ଲାଗିରହିବା ଯୋଗେ କ୍ଳାନ୍ତ-ଶ୍ରାନ୍ତ ହେବେ ଏବଂ ବେଳେ ବେଳେ ହତାଶା ବୋଧ ବୃଦ୍ଧି ପାଇବ।  ମାଲିମୋକଦ୍ଦମାରେ ପଶିଲେ ଅପଦସ୍ତ ହେବା ସାର ହେବ।  କୃଷକମାନେ ଭୂମି ବିବାଦରେ ଜଡିତ ହୋଇ ବିଚଳିତ ହେବେ।

ମହିଳା ମାନଙ୍କ ପାଇଁ:-

ମହିଳାମାନେ ପରିବାର ମଧ୍ୟରେ ମୁଖ୍ୟତା ଲାଭ କରିବେ। ଗୁରୁଜନମାନଙ୍କର ଆଦରଣୀୟା ହେବେ। ଶିକ୍ଷାନୁଷ୍ଠାନ ତଥା ସେବା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ। ରାଜନୀତି, କଳା, ସାହିତ୍ୟ ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ। ସତକଥା କହି ପ୍ରଶଂସିତ ହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ । କୁମାରୀମାନେ କଳାସଙ୍ଗୀତ, ନୃତ୍ୟ ଗୀତରେ ମଜ୍ଜି ରହିବେ। ବିଦ୍ୟାରେ ଉନ୍ନତି ଓ ବିଜୟୀ ହେବେ। ଗୃହିଣୀମାନେ ମୋଟାମୋଟି ଭାବେ ସୁଖରେ ଦିନ କାଟିବେ। ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପାରିବାରିକ ପତିଆରା ଭଲ ରହିବ। ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବେ। ଯୁବତୀମାନେ କର୍ମ କ୍ଷେତ୍ରରେ ସଙ୍କୁଚିତ ସ୍ଥିତିର ଅଧୀନ ହୋଇ ଘୋଷାରି ହେବେ ଓ ପ୍ରଚୁର ଖଟଣି ଖଟି ନିଜର ଭାବ ମୂର୍ତ୍ତିକୁ ବଜାୟ ରଖିବେ।

ସ୍ଵାସ୍ଥ୍ୟ:-

ମନବିକାର ଓ ରକ୍ତଚାପର ପ୍ରକୋପ ବ୍ରୁଦ୍ଧିକାରଣରୁ ସାଧାରଣଅସୁସ୍ଥି ସାମୟିକ ଭାବରେ ଅତିଷ୍ଠ କରିବ। ବାତଶ୍ଲେଷ୍ମା ବୃଦ୍ଧିର ଉପସର୍ଗ ବି ପରିଲକ୍ଷିତ ହେବ।  କ୍ଳାନ୍ତି ଓ ଅବସନ୍ନତା ଜନିତ ଆଳସ୍ୟଭାବ ଭରିଦେଲେ ବି ସେପରି ବିଶେଷ ରୋଗ ବ୍ୟାଧିର ଲକ୍ଷଣ ଦେଖା ଦେବ ନାହିଁ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-

ଛାତ୍ରଛାତ୍ରୀମାନଙ୍କ ପାଇଁ ବର୍ଷଫଳ ଅତି ଉତ୍ତମ। ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ପ୍ରତିଯୋଗୀମୁଳକ କ୍ଷେତ୍ରକୁ ସାହସର ସହିତ ଲମ୍ପ ଦେବେ। ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ।

ପ୍ରତିକାର:-

୧-ପ୍ରତ୍ୟେକ ଦିନ ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ। ୨- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ମହାମୃତ୍ୟୁଞ୍ଜୟ ଯନ୍ତ୍ର ପୂଜାକରିବା ସହ ଦକ୍ଷିଣକାଳୀ କବଚ ଧାରଣ କରିବେ। ୩- ବିଷ୍ଣୁଙ୍କ ନିକଟରେ ବୁଧବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୪- ବୁଧବାର ଦିନ କିନ୍ନରଙ୍କୁ ସବୁଜ ଦ୍ରବ୍ୟ ଦାନଦେବେ। ୫- ଅପାମାର୍ଗ ଚେର ବୁଧବାର ଦିନ ସଂଗ୍ରହ କରି ସବୁଜସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ସ୍ତ୍ରୀମାନେ ବାମବାହୁରେ ବାନ୍ଧନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!