ଏହି ୪ଟି କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ କାର୍ଡ ବାଛନ୍ତୁ ଓ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତଙ୍କୁ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସକତା ହୁଏ। ଏହାର ସମାଧାନ ଜ୍ୟୋତିଷଶାସ୍ତ୍ରରୁ ମିଳିଥାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ତ୍ଵରିତ ପ୍ରକାରରେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଏକ ବିଦ୍ୟା ପ୍ରଚଳିତ ହେଉଛି। ଏହା ଟୈରୋ କାର୍ଡ ରିଡିଂଗ ଅଟେ। ଟୈରୋ କାର୍ଡ ରିଡିଂଗ ବାସ୍ତବରେ ଚିତ୍ର ମାଧ୍ୟମରେ ଭବିଷ୍ୟତ ଜାଣିହୁଏ। ଯେପରି ହାତର ରେଖା ବା ଜନ୍ମ କୁଣ୍ଡଳୀ ଦ୍ଵାରା ଜ୍ୟୋତିଷ ଶାସ୍ତ୍ରରେ ଭବିଷ୍ୟତ ବିଷୟରେ ଜଣାଯାଏ। ଠିକ୍ ସେହିପରି ଏହି ବିଦ୍ୟା ସଂକେତ, ଚିତ୍ର, ଅଙ୍କ, ରଙ୍ଗ ଜ୍ୟୋତିଷ ତଥା ପାଞ୍ଚ ତତ୍ତ୍ଵ- ଜଳ, ଅଗ୍ନି, ବାୟୁ, ପୃଥିବୀ ଓ ଆକାଶ ଆଦି ଦ୍ଵାରା ମାନବ ଜୀବନର ଝଡ-ଝଞ୍ଜା କୁ ଦୂର କରିବା ପାଇଁ ସହାୟକ ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ବିଦ୍ୟା ସହିତ ଅଙ୍କଶାସ୍ତ୍ର, ରଙ୍ଗ ଚିକିତ୍ସା ତଥା ଜ୍ୟୋତିଷଙ୍କ କମ୍ବିନେସନ ହୁଏ, ଯାହା କି ଭବିଷ୍ୟତ ସମ୍ବନ୍ଧିତ ପ୍ରଶ୍ନର ତ୍ଵରିତ ଓ ସଠିକ ଉତ୍ତର ଦେଇଥାଏ। ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଅଛି ବା ନିଜର ଆସନ୍ତା ଭବିଷ୍ୟତ ବିଷୟରେ ଜାଣିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଟୈରୋ କାର୍ଡ ରିଡିଂଗ ଦ୍ଵାରା ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ପାଇବେ।

ଟୈରୋ କାର୍ଡ କିଭଳି କାମ କରେ :

ଟୈରୋ କାର୍ଡ  ବିଦ୍ୟା ଅନୁସାରେ ଆମ୍ଭର ଭବିଷ୍ୟ ନିଜର ଅବଚେତନାରେ ହୋଇଥାଏ। ଯେମିତି କି ଗୀତା ଅନୁସାରେ ଆମ ସମସ୍ତଙ୍କ ମନରେ ଏକ ସଂକଲ୍ପ ହୁଏ ଓ ଆମେ ତାକୁ ଅବଶ୍ୟ ପୂରଣ କରିଥାଉ। ସେହିପରି ଟୈରୋ କାର୍ଡ ମଧ୍ୟମରେ କୁହାଯାଏ କି ଆମର ଭବିଷ୍ୟ ନିଜ ମନ ମଧ୍ୟରେ ସୁରକ୍ଷିତ ଅଛି। କେବଳ ତାକୁ ପଢିବା ଦରକାର। ଏହା ଏକ ବ୍ରିଜ ଅଟେ, ଯାହା ଦ୍ଵାରା ଆପଣ ନିଜର ସବକାଂଶସ ସହିତ ଯୁକ୍ତ। ଭାରତୀୟ ପରିପ୍ରେକ୍ଷରେ ଏହି ବିଦ୍ୟା ଆଧ୍ୟାତ୍ମିକତାରେ ଯୁକ୍ତ ହୋଇ ଅଧିକ ବିଶ୍ଵସନୀୟ ହୋଇଯାଏ। ଆମେ ସମସ୍ତେ ଏହା ଦ୍ଵାରା ନିଜର ଜୀବନର ପହେଲିକୁ ଦୂର କରିପାରିବୁ। ଏଥିପାଇଁ ଏହି ୪ଟି ଟୈରୋ କାର୍ଡ  ମଧ୍ୟରୁ କେବଳ ଗୋଟିଏ କାର୍ଡକୁ ଧରିବାକୁ ହେବ।

କିଭଳି  ଏହି କାର୍ଡ ପସନ୍ଦ କରିବେ

୪ଟି ଟୈରୋ କାର୍ଡ ମହିଳା ଅଟନ୍ତି, କିନ୍ତୁ ଏହା ମଧ୍ୟରୁ କେଉଁ କାର୍ଡ ଅଟେ ଯାହା ଆପଣଙ୍କୁ ସବୁଠାରୁ ଅଧିକ ଆକର୍ଷିତ ହେବ, ସେହି କାର୍ଡଟିକୁ ଧରିବେ। ଏହି କାର୍ଡ ଆପଣଙ୍କ ଆସନ୍ତା ଭବିଷ୍ୟତ  ଓ ବାସ୍ତବରେ କଣ ହେବ ସେହି ବିଷୟରେ ଜାଣିହେବ। ଯଦି ଆପଣ ୪ଟି କାର୍ଡକୁ ଦେଇ ଦୁବିଧାରେ ପଡନ୍ତି ତେବେ କିଛି ସମୟ ପାଇଁ ଶାନ୍ତ ଚିତ ହୁଅନ୍ତୁ ଓ ମନରେ ନିଜର ପ୍ରଶ୍ନ  ବା ଭବିଷ୍ୟତ ବିଷୟରେ ଧ୍ୟାନ ଦିଅନ୍ତୁ ଏବଂ ପୁଣି ନିଜର ମନରେ ଯେଉଁ କାର୍ଡ ପ୍ରତି ଆକର୍ଷିତ ହେବ ସେହି କାର୍ଡଟିକୁ ଧରିବେ।

ଯଦି ନିଜ ନିଜର କାର୍ଡ ପସନ୍ଦ କରିଛନ୍ତି, ତେବେ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ

୧। ଯଦି ଆପଣ ପ୍ରଥମ କାର୍ଡ ପସନ୍ଦ କରିଛନ୍ତି :

ଆସନ୍ତା ସମୟରେ ପ୍ରେମୀ-ପ୍ରିମିକାମାନଙ୍କ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ। ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ହେବ। ସମସ୍ତ ବନ୍ଧୁ-ବାନ୍ଧବ, ସାଙ୍ଗ-ସାଥୀ ଓ ପ୍ରିୟଜନମାନଙ୍କ ସହିତ ସମ୍ପର୍କ ମଧ୍ୟ ଭଲ ରହିବ। ବୁଝିବାକୁ ହେବ ଯେ ସମସ୍ତଙ୍କ ସହିତ ସମ୍ପର୍କ ଭଲ ରହିବ ଓ ହସ ଖୁସିରେ ଦିନ ବିତାଇବେ।

୨। ଯଦି ଆପଣ ଦ୍ଵିତୀୟ କାର୍ଡ ପସନ୍ଦ କରିଛନ୍ତି :

ଏହି କାର୍ଡ “ନ୍ୟୁ ଡିସ୍କବରୀଜ” କୁ ଦର୍ଶାଇଥାଏ। ଆସନ୍ତା ସମୟରେ ଆପଣଙ୍କ ଜୀବନରେ କିଛି ନୂଆ କାର୍ଯ୍ୟ କରିବେ। କିଛି ଏମିତି ପରିସ୍ଥିତିର ସାମ୍ନା କରିବାକୁ ହେବ ଯେ ଆପଣଙ୍କ ଜୀବନସ୍ତରକୁ ପରିବର୍ତ୍ତନ କରିଦେବ।

ଯଦି ଆପଣ ତୃତୀୟ କାର୍ଡ ପସନ୍ଦ କରିଛନ୍ତି :

ଆପଣ ଯାହା ପାଇବାକୁ ଇଛା କରିଥିବେ ତାହା ନିଶ୍ଚିତ ପାଇବେ। ଆମେ ସମସ୍ତେ ନିଜ ଜୀବନରେ କିଛି ନା କିଛି ପାଇବା ପାଇଁ ଇଛା କରିଥାଉ। ଏହି କାର୍ଡ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିଥାଏ। ଏହି କାର୍ଡ “ସ୍ଟେବିଲିଟୀ” କୁ ଦର୍ଶାଇଥାଏ। ଆସନ୍ତା ସମୟରେ ଏହା ଆପଣଙ୍କ ଜୀବନରେ ଏମିତି କିଛି ଦେଇଥାଏ ଯାହା ସେଥିରେ ଆପଣ ପୂର୍ଣ ସନ୍ତୁଷ୍ଟି ପାଇପାରିବେ।

ଯଦି ଆପଣ ଚତୁର୍ଥ କାର୍ଡ ପସନ୍ଦ କରିଛନ୍ତି :

ବୁଝିବାକୁ ହେବ ଯେ ଆପଣଙ୍କ ଜୀବନରେ ପ୍ରସିଦ୍ଧି ଲାଭ ହେବ। ଯାହା ସାଙ୍ଗ-ସାଥିଙ୍କ ମଧ୍ୟରେ, ଅଫିସରେ ଓ ଆଖ-ପାଖ ପଡୋଶିଙ୍କ ଠାରୁ ପ୍ରସିଦ୍ଧି ଲାଭ କରିପାରିବେ। ଏହି କାର୍ଡ “ପପ୍ୟୁଲେରୀଟି” କୁ ଦର୍ଶାଇଥାଏ। ଆପଣ ଲୋକପ୍ରିୟତା ହେବେ। ତାହା କିପରି ହେବ ଜାଣିପାରିବେ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!