ବୀର ହନୁମାନଙ୍କର ୫ଟି ବଡ କାମ ଯାହା ଅନ୍ୟଦେବତା ମାନଙ୍କପାଇଁ ଥିଲା ଅସମ୍ଭବ। ନିଶ୍ଚୟ ପଢନ୍ତୁ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଲୋକମାନଙ୍କର ବିଶ୍ଵାସ ଅଛି କି ପବନ ପୁତ୍ର ହନୁମାନ ନିଜ ଭକ୍ତମାନଙ୍କ ସର୍ବଦା ରକ୍ଷା କରନ୍ତି, ତାଙ୍କ ଦୁଖ ଦୂର କରି ଧର୍ମର ରକ୍ଷା କରନ୍ତି।

ଭଗବାନ ହନୁମାନ ଏମିତି ଜଣେ ଦେବତା ଆପଣ ଯେଉଁଠିକି ବି ଯାଆନ୍ତୁ ତାଙ୍କ ମନ୍ଦିରଟେ ନିଶ୍ଚିନ୍ତ ପାଇବେ। ଏହି କଳିଯୁଗରେ ସଂକଟମୋଚନ ହନୁମାନଙ୍କୁ ସବୁଠୁ ଅଧିକ ପୂଜା କରା ଯାଉଛି। ଭକ୍ତମାନେ କୁହନ୍ତି ଅଞ୍ଜନା ପୁତ୍ର ହନୁମାନ ସମସ୍ତ ଦୁଖ ଦୂର କରନ୍ତି। ସେଥିପାଇଁ ତାଙ୍କୁ ସଂକଟମୋଚନ ବୋଲି କୁହା ଯାଏ। ସେ ଅମର ବୋଲି ମାନ୍ୟତା ଅଛି, ଯାହା ଫଳରେ ସେ ଏବେବି ଜୀବିତ ଓ ଏହି କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି ଭକ୍ତମାନେ ମାନନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ଆସନ୍ତୁ ଜାଣିବା ହନୁମାନଙ୍କ କିଛି ବଡ କାମ ଯାହା ଅନ୍ୟ ଦେବତାମାନଙ୍କ ପକ୍ଷରେ ଅସମ୍ଭବ ଥିଲା।

୧- ସୂର୍ଯ୍ୟଙ୍କୁ ଗିଳି ଦେଇଥିଲେ

ବାଲ୍ୟାବସ୍ଥାରେ ହନୁମାନ ସକାଳୁ ସକାଳୁ ଖେଳୁଥିଲେ, ତାଙ୍କୁ ଭୋକ ଲାଗିଲା। ସେହି ସମୟରେ ସୂର୍ଯ୍ୟ ଉଦୟ ହେଉଥାନ୍ତି, ସେଥିପାଇଁ ସେ ଲାଲ ଦେଖାଯାଉଥିଲେ। ହନୁମାନ ଭାଭିଲେ ଏହା କେଉଁ ଏକ ଫଳ ବୋଧେ। ଏବଂ ତାଙ୍କୁ ଖାଇବା ପାଇଁ ସେ ତାଙ୍କ ପାଖକୁ ଉଡିଚାଲିଲେ। ଏବଂ ତାଙ୍କୁ ନିଜ ପାଟିରେ ପୁରେଇ ନେଇଥିଲେ। ଦୁନିଆରେ ଅନ୍ଧକାର ଛାଇଯାଇଥିଲା, ଦେବତାମାନେ ବହୁତ ପାର୍ଥନା କାଲା ପରେ ସେ ସୂର୍ଯ୍ୟ ଦେବଙ୍କୁ ମୁକ୍ତ କରିଥିଲେ।

୨- ସୁଗ୍ରୀବଙ୍କୁ ରାମଙ୍କ ସହ ଭେଟ କରାଇଥିଲେ

ସୁଗ୍ରୀବ ନିଜ ଭାଇ ବଳିଙ୍କ ଡରରେ ସୁମେରୁ ପର୍ବତରେ ଲୁଚି ରହିଥିଲେ। ସୁଗ୍ରୀବ ସୁରଜ୍ୟଙ୍କ ପୁତ୍ର ହେବା ସହ ହନୁମାନଙ୍କର ଭଲ ମିଟର ମଧ୍ୟ ଥିଲେ। ସେଥିପାଇଁ ସିତାଙ୍କୁ ଖୋଜି ବାହାରିଥିବା ଭଗବାନ ରାମଙ୍କୁ ହନୁମାନ ସୁଗ୍ରୀବଙ୍କ ସହ ଭେଟ କରାଇଥିଲେ। ତାହା ପରେ ରାମ ବାଳିଙ୍କୁ ହତ୍ୟାକାରୀ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଫେରାଇଥିଲେ।

୩- ସମୁଦ୍ର ଲଙ୍ଘି ଥିଲେ

ଏହା ଜାଣିବା ପରେ କି ମାତା ସୀତାଙ୍କୁ ରାବଣ ଅପହରଣ କରି ଲଙ୍କାରେ ରଖିଛି ସେଠିପହଞ୍ଚିବା କାହା ପାଇଁ ମଧ୍ୟ ସମ୍ଭବ ନଥିଲା। କାହିଁକି ନା ଏହା ପାଇଁ ସମୁଦ୍ର ପାର ଯିବାର ଥିଲା। ସେନାରେ ବହୁତ ବୀର ଯୋଦ୍ଧାମାନେ ଥିଲେ କିନ୍ତୁ କାହାରି ଏତିକି ସାମର୍ଥ୍ୟ ନଥିଲା ଯେ ସେ ସମୁଦ୍ର ପାର କରି ପୁନଶ୍ଚ ଫେରିବେ ବୋଲି। ଏହି ସମୟରେ ହନୁମାନ ଏକା ସମୁଦ୍ର ଲଙ୍ଘି ଲଙ୍କାରେ ପହଞ୍ଚିଥିଲେ।

 

୪- ସଞ୍ଜିବନୀ ପର୍ବତ ଉଠେଇ ଆଣିଥିଲେ

ରାମଙ୍କର ଛୋଟ ଭାଇ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ହନୁମାନ ପ୍ରଥମେ ବଇଦଙ୍କୁ ଲଙ୍କାରୁ ଉଠାଇ ଆଣିଥିଲେ, ପରେ ତାଙ୍କ କହିବା ଅନୁସାରେ ସଞ୍ଜିବନୀ ଆଣିବାକୁ ଯାଇ ପୁରା ପର୍ବତ ଉଠେଇ ଆଣିଥିଲେ।

୫- ଲଙ୍କା ଧ୍ଵଂସ କରିଥିଲେ

ସୀତା ମାତାଙ୍କୁ ଖୋଜିବାକୁ ଯାଇଥିବା ହନୁମାନଙ୍କୁ ବନ୍ଦି କରି ରାବଣ ପାଖରେ ପହଞ୍ଚାଯାଇଥିଲା, ସମସ୍ତେ କହିଲେକି ତାଙ୍କ ଲାଞ୍ଜରେ ନିଆଁ ଲଗାଇ ଦେଇ ଛାଡି ଦିଆଯାଉ। ତାଙ୍କ

ପୁଚ୍ଛାରେ ନିଆଁ ଲଗାଇ ଦିଆଗଲା, ଯାହାପରେ ସେ ଡେଇଁ ଡେଇଁ ପୁରା ଲଙ୍କା ନଗରୀରେ ନିଆଁ ଲାଗାଇଦେଇଥିଲେ।

 


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!