ଜନ୍ମ କୁଣ୍ଡଳୀରେ ଏହି ଗ୍ରହ କରାଇଥାଏ ପ୍ରେମ ବିବାହ। ଦେଖନ୍ତୁ ଏହା କେଉଁ ଗ୍ରହ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜନ୍ମ କୁଣ୍ଡଳୀରେ ଥିଲେ ଏହି ଗ୍ରହ ନିଶ୍ଚିନ୍ତ ହୁଏ ପ୍ରେମ ବିବାହ ଜାଣନ୍ତୁ ଏହା କେଉଁ ଗ୍ରହ?

ପ୍ରେମ ଏକ ଦିବ୍ୟ, ଅଲୌକିକ ଓ ଭଗବାନଙ୍କ ଠାରୁ ମିଳିଥିବା ଆଶୀର୍ବାଦ ବୋଲି କୁହାଯାଏ। ପ୍ରେମ ମନୁଷ୍ୟକୁ ଅନେକ ପ୍ରକାରର ଅନୁଭୂତି ପ୍ରଦାନ କରିଥାଏ। ଭକ୍ତର ଭଗବାନ ପାଇଁ, ମା’ର ପୁଅ ପାଇଁ ହେଉ ବା ପ୍ରେମିର ପ୍ରେମିକା ପାଇଁ ସମସ୍ତ ଭଲପାଇବାର କିଛି ନିଜସ୍ଵ ମହତ୍ତ୍ଵ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ବର୍ତ୍ତମାନ ଜୀବନ, ଚରିତ୍ର ଓ ସ୍ଵଭାବ ପୂର୍ବ ଜନ୍ମର ଅର୍ଜିତ କର୍ମର ଫଳ ଅଟେ। ସେଥିପାଇଁ ସେହି ସବୁ ସ୍ତ୍ରୀ ପୁରୁଷଙ୍କର ପ୍ରେମ ବିବାହ ହୋଇଥାଏ ବା ସଫଳ ହେବ ଯେଉଁ ମାନଙ୍କର ଗୁଣ ଓ ସ୍ଵଭାବ ମିଶୁଥିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜାଣନ୍ତୁ କୁଣ୍ଡଳୀରେ ଥିବା କେଉଁ ଗ୍ରହ ପ୍ରେମ ବିବାହର ସଂଯୋଗ ସୃଷ୍ଟି କରେ।

ଆଜି କାଲି ପ୍ରାୟତଃ ସମସ୍ତେ ଜ୍ୟୋତିଷ ମାନଙ୍କୁ ଗୋଟେ କଥା ପଚାରିଥାନ୍ତି ଯେ ସେମାନଙ୍କର ପ୍ରେମ ବିବାହ ହେବ ନା ନାହିଁ। ଯଦି ଆପଣ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛନ୍ତି ତେବେ ନିଜ କୁଣ୍ଡଳୀରେ ଥିବା ଏହି ଗୁପ୍ତ ରହସ୍ୟ ବିଷୟରେ ଜାଣି ରଖନ୍ତୁ ଯାହା ଆପଣଙ୍କର ପ୍ରେମ ବିବାହ କରାଇ ଥାଏ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ପ୍ରେମ ବିବାହର ଯୋଗ ଅଛି ତେବେ ତାକୁ କେହି ବି ଅଟକାଇ ପାରିବେ ନାହିଁ।

୧- ପଞ୍ଚମଭାବ

ଜନ୍ମ କୁଣ୍ଡଳୀରେ ବିବାହ କାରକ ଗ୍ରହ ପଞ୍ଚମଭାବ ସହିତ ସମ୍ବନ୍ଧ ରଖୁଥିଲେ ଅଥବା ୫ର ୨, ୭, ୧୧ ସହ ସମ୍ବନ୍ଧ ଥିଲେ ପ୍ରେମ ବିବାହ ନିଶ୍ଚିନ୍ତ ହୁଏ।

 

୨- ସପ୍ତମ ଭାବ

ସପ୍ତମ ଭାବର ଅଧିପତି ପଞ୍ଚମ ଭାବରେ ଅଧିକ ପ୍ରଭାବ ପକାଉଥିଲେ ପ୍ରେମ ବିବାହର ଯୋଗ ସୃଷ୍ଟି ହୋଇଥାଏ।.

୩- ହୃଦୟ ରେଖା

କୌଣସି ବ୍ୟକ୍ତିର ଦୁଇ ହାତରେ ଥିବା ହୃଦୟ ରେଖାରେ ଦୀପର ଚିହ୍ନ ଥିଲେ ବା ଶୁକ୍ର ରେଖା ସ୍ୱାସ୍ଥ୍ୟ ରେଖାକୁ କାଟି ଉପରକୁ ଯାଇଥିଲେ, ତେବେ ସେହି ବ୍ୟକ୍ତିଙ୍କର ପ୍ରେମ ସମ୍ପର୍କ ରହିଥାଏ।

ସମସ୍ତ ପ୍ରେମ ବିବାହ କରିଥିବା ଦମ୍ପତି ଚାହାଁନ୍ତି ଯେ ସେମାନଙ୍କର ବୈବାହିକ ଜୀବନ ସୁଖମୟ ରହୁ ଓ ଜୀବନର ଶେଷ ପର୍ଯ୍ୟନ୍ତ ବିନା କୌଣସି ବାଧା ରେ ଚାଲୁଥାଉ, ତେବେ ସେଥିପାଇଁ ନିଶ୍ଚିନ୍ତ କରନ୍ତୁ ଏହି ଉପାୟ।

୧- ଶୁକ୍ର ଦେବଙ୍କର ପୂଜା କରନ୍ତୁ।
୨- ପଞ୍ଚମ ଭାବପତି ବା ସପ୍ତ ଭାବର ଅଧିପତି ଙ୍କର ପୂଜା କରନ୍ତୁ।
୩- ପଞ୍ଚମ ଭାବର ଅଧିପତିଙ୍କ ରତ୍ନ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!