ଦୈନିକ ରାଶିଫଳ: ୧୮ ସେପ୍ଟେମ୍ବର ୨୦୧୮। ଏହି ୫ ଟି ରାଶିର ଆଜି ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୮ ସେପ୍ଟେମ୍ବର ୨୦୧୮। ଏହି ୫ ଟି ରାଶିର ଆଜି ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି।

ମେଷ:-

ବିଦ୍ୟୁତ୍ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହେବ। ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ରାଜନୈତିକ କ୍ଷେତ୍ରରେ ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ଯୋଗେ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ଭାଗ ନେବେ । ପିତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ନେଇ ଖୁସିହେବେ। ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ। ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧିହେବ। ପ୍ରତିକାର:- କେଶର, ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ  ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବ୍ୟବସାୟ ବାଣିଜ୍ୟ ମାମଲାରେ ଦୂରସ୍ଥାନ ଯିବାକୁ ପଡିବ ଓ ଲାଭ ହେବ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ଶତୃମାନେ କ୍ଷତି କରିବାକୁ ଚେଷ୍ଟା କରି ଅପଦସ୍ତ ହେବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। ସନ୍ତାନମାନଙ୍କର ଉନ୍ନତି, ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇବେ। ଋଣ ଭରଣାରେ କଷ୍ଟ ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ ।  ପ୍ରତିକାର:- ୠୁଡ଼ ଆଉ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ  ।

ମିଥୁନ:-

ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ପରିବାରରେ ନିଜରପଦ ଗରିମା ବଜାୟ ରହିବ। ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ରାଜନୀତିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ। ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ । ମହିଳାମାନେ ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବେ । ଖେଳ ଓ ବିଦ୍ୟାରେ ଉନ୍ନତି ହେବ। ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।

<<Vastu>>> | <<< Jataka Bichara >>>

କର୍କଟ:-

କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ । ମହିଳାମାନେ ସମ୍ପର୍କୀୟମାନଙ୍କ ଦ୍ୱାରା ସୁବିଧାପାଇବେ । ରାଜନୀତିରେ ପ୍ରଶଂସା, ବିଦ୍ୟାକ୍ଷେତ୍ର ରେ ସଫଳ, କୃଷିଦ୍ରବ୍ୟ ବାଣିଜ୍ୟରେ ଲାଭ। ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ଖେଳ ଓ ବିଦ୍ୟାରେ ସଫଳତା ମିଳିବ। ଅଟକିଥିବା ଧନ ପ୍ରାପ୍ତି ହେବ। ବ୍ୟବସାୟ,ବାଣିଜ୍ୟରେ ଲାଭପାଇବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକସ୍ଥିତି ପ୍ରାୟତଃ ଭଲ ରହିବ। ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ପ୍ରତିକାର:-ଅସହାୟଙ୍କର ସେବା କରନ୍ତୁ ।

ସିଂହ:-

ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ। ମହିଳାମାନେ ପୁରାତନ ରୋଗର ପୀଡାରୁ ଉପସମ ପାଇବେ। ନିଜେଅସୁବିଧା ଭିତରେ ଚଳୁଥିଲେମଧ୍ୟ ବନ୍ଧୁଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବେ। ସନ୍ତାନଙ୍କ ଶୁଭ ସୂଚନା ଶୁଣି ଆନନ୍ଦିତ ହେବେ। ରାଜନୀତିରେ ଆବଶ୍ୟକତା ପୂରଣ କରି ପ୍ରଶଂସାପାଇବେ। ମହିଳାମାନେ ଆତ୍ମୀୟଙ୍କୁ ସାହାଯ୍ୟ କରି ପାରିବାରିକ ଶାନ୍ତିକୁ ବଜାୟ ରଖିବେ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ସଫଳହେବେ। କୃଷିଦ୍ରବ୍ୟ ବାଣିଜ୍ୟରେ ଆଶାତୀତ ଲାଭ ପାଇବେ। ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା:-

ପରିବହନ ବ୍ୟବସାୟିକସ୍ଥିତି ସୁଦୃଢ ହେବ। ପରିବାରର ସାହାଯ୍ୟରେ ଉପକୃତ ହେବେ। ରାଜନୀତିରେ ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟି କଲେମଧ୍ୟ ପ୍ରଶଂସା ପାଇବେ। ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ  ଓ ପରିସ୍ଥିତିରେ ଉନ୍ନତି ଘଟିବ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କଲେ ଭଲହେବ। ସାବଧାନତା ଅବଲମ୍ବନ ନ କଲେ ଧନ ହାନି ହେବ। ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଭୁଲବୁଝାମଣା ସୃଷ୍ଟି ନହେଲା ଭଳି କାମ କଲେ ଭଲ ହେବ । ଛାତ୍ରଛାତ୍ରୀମାନେ ଧାର୍ମିକ କ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଭ୍ରମଣପ୍ରିୟ ହେବେ। ପ୍ରତିକାର- ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ କର୍ମରତ ଥିବା ବ୍ୟକ୍ତିମାନେ ସମସ୍ୟାକୁ ସୁଧାରି ନବା ଫଳରେ କର୍ମକ୍ଷେତ୍ର ସୁଦୃଢ଼ ହେବ। ମହିଳାମାନଙ୍କର ଆଶା ପୂରଣ ହେବ ଓ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ରାଜନୀତିରେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ପ୍ରତିକାର:-ଗୋମାତାର ସେବାକରିବା ଆବଶ୍ୟକ।

ବିଛା:-

ବ୍ୟବସାୟୀମାନଙ୍କର ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ ଓ ଆୟର ମାର୍ଗ ପ୍ରଶସ୍ତ ହେବ । ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ ଓ ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ । ଖେଳରେ ଓ ବିଦ୍ୟାରେ ଉନ୍ନତି ହେବ ଏବଂ ଦୂରଯାତ୍ରାରେ ସୁଖମିଳିବା ସହ ଲାଭ ବାନ୍ ହେବେ। ପରିବାରରେ ଆନନ୍ଦ ଲହରୀ ଖେଳିଯିବ। ଯାନବାହାନ କ୍ରୟ ଓ ବିକ୍ରୟ କରିବେ। ବାଦବିବାଦ ମାଲିମୋକଦ୍ଦମା ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ମହିଳାମାନେ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-

ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। କର୍ମ କ୍ଷେତ୍ରରେ ନିଜେ କଠିନ ପରିଶ୍ରମକରି  ପତିଆରା ରକ୍ଷା କରିବେ। ଉପରିସ୍ଥ ଅଧିକାରୀଙ୍କ କୃପା ଦୃଷ୍ଟିରେ ରହିପାରିବେ। ନିମ୍ନବର୍ଗର  ସହକର୍ମୀ କେହି ଉଦ୍ଦେଶ୍ୟ ପ୍ରଣୋଦିତ ହାନି ପହଞ୍ଚାଇବାର ଉଦ୍ୟମ କରି ଅପଦସ୍ତ ହେବେ। ପରିବାରରେ ଚେଷ୍ଟା ସାର୍ଥକହେବ ଓ ସୁଖଶାନ୍ତି ଫେରି ଆସିବ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ କିଛି ବ୍ୟୟ ଘଟିବ। ମହିଳାମାନଙ୍କର କାର୍ଯ୍ୟ ସହଜ ସରଳରେ ସମାଧାନ ହେବ ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ମକର:-

ସନ୍ତାନ ମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ ବିଦ୍ୟା କ୍ଷେତ୍ରରେ ମଧ୍ୟ ସଫଳ ହେବେ। ଆୟ ଉତ୍ତମ ହେବ ଆର୍ଥିକ ସ୍ଥିତି ସ୍ଵଛଳ ରହିବ ଓ କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ନିଜ ଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତି ପାଇବେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ଖର୍ଚ୍ଚ ବଢ଼ିବାଯୋଗେ ପରିବାରରେ ଅସନ୍ତୋଷ ଦେଖାଦେବ। ମନୋରଞ୍ଜନ କରିବା ପାଇଁ ସମୟ ମିଳିବ। ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ। ମହିଳାମାନେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ।  ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ। ଆକସ୍ମିକ ଧନ ପ୍ରାପ୍ତି ହେବ। କୌଣସି ଆନୁଷ୍ଠାନିକ, ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆର୍ଥିକସ୍ଥିତିରେ ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ । ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ। ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପ୍ରତିକାର:-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରିବେ।

ମୀନ:-

ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ଦାମ୍ପତ୍ୟଜୀବନ ସୁଖମୟ ହେବ । କାର୍ଯ୍ୟରେ ପରିଶ୍ରମ ଦ୍ୱାରା ଲାଭ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ସଂପତ୍ତି କ୍ରୟ ଓ ବିକ୍ରୟ ଦ୍ୱାରା ପ୍ରଚୁର ଲାଭ ପାଇବେ। ମହତ୍ୱପୂର୍ଣ୍ଣ କାର୍ଯ୍ୟ  ସମ୍ପୂର୍ଣ୍ଣ ହୋଇଯିବ। ନୂଆ ନିଯୁକ୍ତିର ସମ୍ଭାବନା ଅଛି। ବିଦ୍ୟା ଓ ଖେଳରେ ଉନ୍ନତି ହେବ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 993755198


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!