ଭଗବାନ ଶ୍ରୀ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ୫ଟି ଉପାୟ, ଏହି ଉପାୟ ଦ୍ଵାରା ଆପଣଙ୍କର ସବୁ ଇଛା ହେବ ପୂର୍ଣ୍ଣ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ଶ୍ରୀ ହନୁମାନଙ୍କୁ ଲୋକମାନେ ବହୁତ ମାନନ୍ତି । ଭଗବାନ ଶ୍ରୀରାମଙ୍କର ପରମ ଭକ୍ତ ଥିଲେ ଶ୍ରୀ ହନୁମାନ ।  ଶ୍ରୀ ହନୁମାନଙ୍କର ମଙ୍ଗଳବାର  ଓ ଶନିବାର ଦିନ ବ୍ରତ ପାଳନ କରି ପୂଜା କରାଯିବାର ବିଧି ରହିଛି । ଏହି ଦିନ ପୂଜା କରିଲେ ବହୁତ ଶୁଭଫଳ ମିଳିଥାଏ ବୋଲି କୁହାଯାଏ । ଏହି ଦିନ ଶ୍ରୀ ହନୁମାନଙ୍କୁ ଓଢଣୀ ଓ ସିନ୍ଦୂର ମଧ୍ୟ ଅର୍ପଣ କରାଯାଏ । କୁହାଯାଏ କି ଶ୍ରୀ ହନୁମାନ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଶ୍ରୀ ହନୁମାନ ଯେଉଁ ବ୍ୟକ୍ତିକୁ ପ୍ରସନ୍ନ ହୁଅନ୍ତି ସେ ବହୁତ ସୁଖ ପ୍ରାପ୍ତି ହୁଏ । ସନାତନ ଧର୍ମରେ ଶ୍ରୀ ହନୁମାନଙ୍କୁ କଳିଯୁଗର ଜାଗୃତ ଦେବତା ମଧ୍ୟ କୁହାଯାଏ, କାରଣ ମାନ୍ୟତା ଅନୁସାରେ ଶ୍ରୀ ହନୁମାନ ଆଜି ମଧ୍ୟ ଧରିତ୍ରିରେ ବାସ କରୁଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କର ଉପାୟମାନ କରିଲେ ସବୁ ଇଛା ପୂରଣ ହୁଏ । ଏହି ଉପାୟ ବହୁତ ସରଳ ସୁବିଧା ଅଟେ । ତେଣୁ ଏହି ଉପାୟ କରି ନିଜର ମନୋକାମନା ପୂରଣ କରିପାରିବେ ଓ ଦୁଃଖ ଦୂର ହୋଇ ସୁଖ ଶାନ୍ତି ମିଳିବ ।

୧- ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବା ଉଚିତ୍, ଏଥିରେ ସବୁ ମନୋକାମନା ପୂରଣ ହୁଏ ଓ ସବୁ ଦୁଃଖ ଦୂର ହୁଏ ।

୨- ଯଦି ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ପ୍ରାତଃ ସମୟରେ ବରଗଛର ଗୋଟିଏ ପତ୍ର ଆଣି ତାକୁ ଗଙ୍ଗା ଜଳରେ ଧୋଇ ଦେବେ । ସେହି ପତ୍ରରେ ସିନ୍ଦୂରରେ “ଶ୍ରୀ” ଲେଖି ଶ୍ରୀ ହନୁମାନଙ୍କୁ ଅର୍ପିତ କରି ପୂଜା କରିବେ । ପୂଜା କରିବା ପରେ ସେହି ପତ୍ରକୁ ଆଣି ନିଜ ପର୍ସରେ ବା ଘରେ ରଖିବେ ।

୩- ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ମିଠାପାନ ଅର୍ପିତ କରନ୍ତୁ । ଧ୍ୟାନ ରଖିବେ ଏହି ପାନରେ ତମାଖୁ କଦାପି ଦେବେ ନାହିଁ । ମିଠାପାନ ଅର୍ପିତ କରିଲେ ଚାକିରୀ ମିଳିବାର ସମ୍ଭାବନା ଥାଏ ।

୪- ଧନ ପ୍ରାପ୍ତି କରିବା ପାଇଁ ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ଅତର ବା ସେଣ୍ଟ୍ ଓ ଗୋଲାପ ଫୁଲର ମାଳ ଚଢାନ୍ତୁ । ଏହି ଉପାୟରେ ଧନ ପ୍ରାପ୍ତି ହୁଏ ।

୫- ଋଣ କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କ ମନ୍ଦିରରେ ବସି ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ । ଏହି ପାଠ କରିଲେ ଯେ କୌଣସି କାର୍ଯ୍ୟରେ ବାଧା ବିଘ୍ନ ଦୂର ହୋଇ କାର୍ଯ୍ୟ ସହଜ ସରଳରେ ପୂରଣ ହୋଇପାରିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!