ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଟୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୬)- କନ୍ୟାରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଟୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ ହୋଇଥାଏ ତେବେ ଆପଣଙ୍କ ରାଶି କନ୍ୟା ହେବ । ଆପଣଙ୍କ ରାଶିର ଚିହ୍ନ-ଗୋଟିଏ କନ୍ୟା ହାତରେ ଧାନ ଓ ଅଗ୍ନି ଧରିଥିବେ, ରାଶିସ୍ୱାମୀ-ବୁଧ, ରାଶିତତ୍ୱ-ପୃଥ୍ୱୀ, ରାଶିସ୍ୱରୂପ-ଦ୍ୱିସ୍ୱଭାବ, ରାଶିଦିଗ-ଦକ୍ଷିଣ । ରାଶିଗୁଣ-ସ୍ତ୍ରୀ । ରାଶିଜାତି-ବୈଶ୍ୟ । ରାଶିପ୍ରକୃତି-ବାତ । ରାଶିସ୍ୱଭାବ-ସୌମ୍ୟ । ରାଶିଅଙ୍ଗ-ଉଦର ବା ପେଟ । ରାଶିର ଶୁଭରତ୍ନ-ପାନ୍ନା । ରାଶିର ଶୁଭରଙ୍ଗ-ଶାଗୁଆ । ରାଶିର ଶୁଭବାର-ରବିବାର, ବୁଧବାର ।

ରାଶିର ଶୁଭ ଦେବତା-ଶ୍ରୀ ଗେଣେଶ । ରାଶିର ଶୁଭ ଦେବୀ-ତ୍ରିପୁରା ସୁନ୍ଦରୀ । ରାଶିର ବ୍ରତ, ଉପବାସ-ବୁଧବାର । ରାଶିର ଅଙ୍କ ବା ସଂଖ୍ୟା-୫ । ରାଶିର ତାରିଖ-୫, ୧୪, ୨୩ । ରାଶିର ମିତ୍ରରାଶି-ମେଷ, ମିଥୁନ, ସିଂହ, ତୁଳା । ରାଶିର ଶତୃରାଶି-କର୍କଟ । ଘାତବାର-ଶନିବାର, ଘାତନକ୍ଷତ୍ର-ଶ୍ରବଣା, ଘାତତିଥି-ଅଷ୍ଟମୀ, ଘାତଚନ୍ଦ୍ର-ମିଥୁନଚନ୍ଦ୍ର ।

ରାଶିବ୍ୟକ୍ତିତ୍ୱ-ଧନଧାନ୍ୟ, ଦାସ ଦାସୀ, ବିଦ୍ୟାଜ୍ଞାତା, ଚତୁର, ସୁନ୍ଦର, ସୁଶୀଳ, ସତ୍କର୍ମକର୍ତ୍ତା, ଭାଗ୍ୟଶାଳୀ, ଜୀବନସାଥିଙ୍କୁ ପ୍ରସନ୍ନଦାୟକ, ଦାମ୍ପତ୍ୟସୁଖୀ, ପରଦେଶ ଯାତ୍ରୀ, ଦେବବ୍ରାହ୍ମଣ ଭକ୍ତ, ଧର୍ମାତ୍ମା, ବିନମ୍ର, ବୁଦ୍ଧିମାନ, ଉନ୍ନତ ଶରୀର, ଗୌରବର୍ଣ୍ଣ, ଅନେକ ପଶୁପ୍ରାପ୍ତି, ମିତ୍ରଦ୍ୱାରା ଆନନ୍ଦ ପାଆନ୍ତି, ନିତ୍ୟ ଭ୍ରାତାଙ୍କ ସୁଖଦାୟକ, ସୁଶୋଭିତ, ମଧୁରଭାଷୀ, ସତ୍ୟ ଧର୍ମରେ ଯୁକ୍ତ, ମାଆ ବାପା ଓ ଗୁରୁଙ୍କ ଭକ୍ତ ହେବେ ।

ରାଶିର ସକରାତ୍ମକ ତଥ୍ୟ-କ୍ରିୟାଶୀଳ, ବିଦ୍ୱାନ, ଯୁଦ୍ଧଭୀରୁ, ଆଲୋଚକ, ଲେଖକ ଓ ବ୍ୟବହାର ଜ୍ଞାନ କୁଶଳ ହେବେ । ରାଶିର ନକରାତ୍ମକ ତଥ୍ୟ-ମନ୍ଦପ୍ରକୃତି, କଳହପ୍ରିୟ, ଅଶୁଭ ଚିନ୍ତନ, ନପୁଂସକ, କଣ୍ଠ ଓ ଗୁପ୍ତାଙ୍ଗରେ କିଛି ଚିହ୍ନ, ଭଜନ ଶୁଣିବାରେ ଆଗ୍ରହୀ, ନିଜ ଅଧିନରେ ଥିବା ବ୍ୟକ୍ତି ମାନଙ୍କଦ୍ୱାରା ଭାଗ୍ୟବୃଦ୍ଧି କରିବେ ।

ରାଶିର ନକ୍ଷତ୍ର :- ଉତ୍ତରାଫାଲଗୁନୀ, ହସ୍ତା, ଚିତ୍ରା ।

ଉତ୍ତରାଫାଲଗୁନୀ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଟୋ, ପା, ପୀ ଅକ୍ଷରରେ ହୋଇଥାଏ, ତେବେ ଆପଣଙ୍କର କନ୍ୟାରାଶି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ୬ବର୍ଷ ରବିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ ଚରଣର ବର୍ଗ-ସ୍ୱାନ ଓ ଅନ୍ତିମ ଦୁଇଟି ଚରଣର ବର୍ଗ-ମୂଷିକ, ଯୋନି-ଗୋମାତା, ଗଣ-ମାନବ, ବର୍ଣ୍ଣ-ବୈଶ୍ୟ, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ଅନ୍ତ୍ୟ, ପାଦ-ଚାନ୍ଦି ହେବ । ଆପଣଙ୍କର ପୁରୁଷାର୍ଥ ଶକ୍ତିରେ ତେଜ ବିକଶିତ ହେବ । ଝଗଡା ବା ତର୍କ-ବିତର୍କରେ ବିଶ୍ୱାସ କରିବେ ନାହିଁ । ଶ୍ରଦ୍ଧାଭାବ ଓ ଶାନ୍ତି ଶୃଙ୍ଖଳାରେ ଯେକୌଣସି ବିବାଦକୁ ମେଣ୍ଟେଇବାକୁ ପସନ୍ଦ କରିବେ ।

ହସ୍ତା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ପୂ, ଷ, ଣ, ଠ ହୋଇଥାଏ, ତେବେ ଆପଣଙ୍କର କନ୍ୟାରାଶି ହସ୍ତା ନକ୍ଷତ୍ରରେ ୧୦ବର୍ଷ ଚନ୍ଦ୍ରଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ ଚରଣର ବର୍ଗ-ମୂଷିକ ଓ ଦ୍ୱିତୀୟ ଚରଣର ବର୍ଗ-ମେଷ ଓ ଅନ୍ତିମ ଦୁଇଟି ଚରଣର ବର୍ଗ-ସ୍ୱାନ, ଯୋନି-ମଇଁଷି, ଗଣ-ଦେବତା, ବର୍ଣ୍ଣ-ବୈଶ୍ୟ, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ମଧ୍ୟ, ପାଦ-ଚାନ୍ଦି ହେବ । ଆପଣ ମହତ୍ୱାକାଂକ୍ଷୀ, ନିଜ ବୁଦ୍ଧି ଓ ବିଦ୍ୟା ବଳରେ ବହୁତ ସମ୍ପତ୍ତି ଅର୍ଜନ କରିପାରିବେ ।

ଚିତ୍ରା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ପେ, ପୋ ହୋଇଥାଏ ତେବେ ଆପଣଙ୍କର କନ୍ୟାରାଶି ଚିତ୍ରା ନକ୍ଷତ୍ରରେ ୭ବର୍ଷ ମଙ୍ଗଳଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମୂଷିକ, ଯୋନି-ସିଂହ, ଗଣ-ଦାନବ, ବର୍ଣ୍ଣ-ବୈଶ୍ୟ, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ଆଦ୍ୟ, ପାଦ-ଚାନ୍ଦି ହେବ । ଆପଣ ଉତ୍ସାହୀ, ପରିଶ୍ରମୀ, ବୁଦ୍ଧିମାନ, ଦୂରଦୃଷ୍ଟି ସମ୍ପନ୍ନ, ନିର୍ଭୀକ, ସାହସୀ, ଆକର୍ଷଣୀୟ ଚେହେରା, ହସମୁଖ, ଚିତ୍ର-ବିଚିତ୍ର ବେଶଭୂଷାକୁ ପସନ୍ଦ କରିବେ ।

ଶୁଭଫଳ ପାଇବା ପାଇଁ ୧- ପ୍ରତିଦିନ ମନ୍ଦିର ପରିଦର୍ଶନ କରିବା ଆବଶ୍ୟକ । ୨- ସ୍ୱଚ୍ଛ ମନରେ ମାଆବାପାଙ୍କ ସେବା କରନ୍ତୁ । ୩- ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲରଖନ୍ତୁ । ୪- କୁକୁରକୁ ଘରେ ପାଳନ କରନ୍ତୁ ନାହିଁ, କିନ୍ତୁ ଯଦି କୌଣସି ଅସୁବିଧା ଥାଏ ତେବେ କୁକୁରକୁ ଖାଇବାକୁ ଦିଅନ୍ତୁ । ୫- ମଦ୍ୟପାନରୁ ଦୂରେଇ ରୁହନ୍ତୁ । ୬- ଲୋଭଠାରୁ ଦୂରରେ ରୁହନ୍ତୁ ଓ କ୍ଷୀର ବିକ୍ରୟ କରନ୍ତୁ ନାହିଁ ।

୭- ପ୍ରତିଦିନ କେଶର ତିଲକ ଲଗାନ୍ତୁ ଓ କାହାକୁ କଷ୍ଟ ଦିଅନ୍ତୁ ନାହିଁ । ୮- ମଙ୍ଗଳ ଓ ଗୁରୁ ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଦାନ ଦିଅନ୍ତୁ ଅଥବା ଘରେ ସ୍ଥାପିତ କରନ୍ତୁ । (ସୁନା, ତମ୍ବା, ମସୁରଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଅର ଫୁଲ, କେଶର, କସ୍ତୁରୀ, ଓ ପୋଖରାଜ ରତ୍ନ, ସୁନା, କଂସା, ଚଣାଡାଲି, ଘିଅ, ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ହଳଦିଆ ପୁସ୍ତକ, ହଳଦିଆ ଫଳ )

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!