ଜାଣନ୍ତୁ କୁଣ୍ଡଳୀର କନ୍ୟା ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କନ୍ୟାରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ ।

ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

କନ୍ୟାରାଶିରେ ଚନ୍ଦ୍ରଥିଲେ ଜାତକ କନ୍ୟାରାଶି ହେବ । ଯାହାଫଳରେ ଜାତକ ଧନଧାନ୍ୟ, ଦାସଦାସୀ, ବିଦ୍ୟାଜ୍ଞାତା, ଚତୁର, ସୁନ୍ଦର, ସୁଶୀଳ, ସତ୍କର୍ମକର୍ତ୍ତା, ଭାଗ୍ୟଶାଳୀ, ଜୀବନସାଥିଙ୍କୁ ପ୍ରସନ୍ନଦାୟକ, ଦାମ୍ପତ୍ୟସୁଖୀ, ପରଦେଶଯାତ୍ରୀ, ଦେବବ୍ରାହ୍ମଣ ଭକ୍ତ, ଧର୍ମାତ୍ମା, ବିନମ୍ର, ବୁଦ୍ଧିମାନ, ଉନ୍ନତ ଶରୀର, ଗୌରବର୍ଣ୍ଣ, ଅନେକ ପଶୁପ୍ରାପ୍ତି, ମିତ୍ରଦ୍ୱାରା ଆନନ୍ଦ ପାଆନ୍ତି, ନିତ୍ୟ ଭ୍ରାତାଙ୍କ ସୁଖଦାୟକ, ବହୁତ ଚାକର ସୁଶୋଭିତ, ମଧୁରଭାଷୀ, ସତ୍ୟ ଧର୍ମରେ ଯୁକ୍ତ, ମାଆବାପା ଓ ଗୁରୁଙ୍କ ଭକ୍ତ, ଅଧିକ ପୁତ୍ରସନ୍ତାନ ଓ କମ୍‌ କନ୍ୟାସନ୍ତାନ ହୋଇଥାନ୍ତି, କଣ୍ଠ ଓ ଗୁପ୍ତାଙ୍ଗରେ କିଛି ଚିହ୍ନ, ସର୍ବଦା ବ୍ରାହ୍ମଣ ଭୋଜନ କରିବାରେ ଆଗ୍ରହୀ, ନିତ୍ୟ ଭଜନ ଗୀତ ଶୁଣି ଆନନ୍ଦ ଉପଭୋଗ କରିଥାନ୍ତି ।

ପରସମ୍ପତ୍ତି ଭୋଗକରନ୍ତି ଓ ନିଜ ଅଧିନରେ ଥିବା ବ୍ୟକ୍ତି ମାନଙ୍କଦ୍ୱାରା ଭାଗ୍ୟବୃଦ୍ଧି କରିଥାନ୍ତି । ଯେଉଁ ଜାତକରେ ଚନ୍ଦ୍ର କନ୍ୟାରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ଅଭିଚାରୀ, ପାପବୁଦ୍ଧି, ଅଧିକକାମୀ, ୨, ୧୨, ୨୨, ୩୨, ୪୨ବର୍ଷ ମାନଙ୍କରେ ଅଶୁଭଫଳ ପାଇଥାନ୍ତି । ତୃତୀୟ ବର୍ଷରେ ଅଗ୍ନିରେ ପୀଡା, ପାଞ୍ଚ ବର୍ଷରେ ଚକ୍ଷୁ କଷ୍ଟ, ନବମ ବର୍ଷରେ ଭୂତ ପ୍ରେତ ଆଦି କଷ୍ଟ, ତେର ବର୍ଷରେ ମଧ୍ୟ ରୋଗପୀଡା ଓ ଅନ୍ୟ କଷ୍ଟ ଭୋଗ କରିଥାନ୍ତି । ପନ୍ଦର ବର୍ଷରେ ସର୍ପ ଭୟ ତଥା ଏକୋଇଶି ବର୍ଷରେ କଷ୍ଟ ପ୍ରାପ୍ତ ଓ ଗଛରୁ ପଡି ଯାଆନ୍ତି ।

୩୦ବର୍ଷରେ କଷ୍ଟ ପ୍ରାପ୍ତି ହେବାରୁ ରାସ୍ତା ବା ବଣ-ବଗିଚା ଆଦିରେ ବା ଶସ୍ତ୍ରରେ ଆଘାତ ହେବ ଅର୍ଥାତ୍‌ ହାତହତିଆରରେ ଆଘାତ ଲାଗିବ, ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ପ୍ରତିଦିନ ମନ୍ଦିର ପରିଦର୍ଶନ କରିବା ଆବଶ୍ୟକ । ୨- ସ୍ୱଚ୍ଛ ମନରେ ମାଆବାପାଙ୍କ ସେବା କରନ୍ତୁ । ୩- ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲରଖନ୍ତୁ । ୪- କୁକୁରକୁ ଘରେ ପାଳନ କରନ୍ତୁ ନାହିଁ, କିନ୍ତୁ ଯଦି କୌଣସି ଅସୁବିଧା ଥାଏ ତେବେ କୁକୁରକୁ ଖାଇବାକୁ ଦିଅନ୍ତୁ ।

୫- ମଦ୍ୟପାନରୁ ଦୂରେଇ ରୁହନ୍ତୁ । ୬- ଲୋଭଠାରୁ ଦୂରରେ ରୁହନ୍ତୁ ଓ କ୍ଷୀର ବିକ୍ରୟ କରନ୍ତୁ ନାହିଁ । ୭- ପ୍ରତିଦିନ କେଶର ତିଲକ ଲଗାନ୍ତୁ ଓ କାହାକୁ କଷ୍ଟ ଦିଅନ୍ତୁ ନାହିଁ । ୮- ମଙ୍ଗଳ ଓ ଗୁରୁ ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଦାନ ଦିଅନ୍ତୁ ଅଥବା ଘରେ ସ୍ଥାପିତ କରନ୍ତୁ । (ସୁନା, ତମ୍ବା, ମସୁରଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଅର ଫୁଲ, କେଶର, କସ୍ତୁରୀ, ଓ ପୋଖରାଜ ରତ୍ନ, ସୁନା, କଂସା, ଚଣାଡାଲି, ଘିଅ, ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ହଳଦିଆ ପୁସ୍ତକ, ହଳଦିଆ ଫଳ )

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!