ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୂବରେ ଅଛି କିଛି ଏଭଳି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ! 

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୂବରେ ଅଛି କିଛି ଏଭଳି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ!

ପରିଚୟ ଓ ଦେଶଭେଦରେ ନାମ

ଏହା ଦୁଇପ୍ରକାର ଥାଏ । ଗୋଟିଏ ଜାତି ନୀଳ, ଆଉ ଗୋଟିଏ ଜାତି ଶ୍ୱେତ । ଉଭୟ ପ୍ରକାର ଦୁବ ବିଭିନ୍ନ କାର୍ଯ୍ୟରେ ଦରକାରୀ ଅଟେ । ନୀଳଦୁର୍ବା ପୂଜା ପ୍ରଭୃତିରେ ଲୋଡ଼ାହୁଏ ଏବଂ ଶ୍ୱେତଦୁର୍ବା ମନ୍ତ୍ର ଯନ୍ତ୍ରାଦି କର୍ମାଦିରେ ଲାଗେ । ଏହା ସର୍ବତ୍ର ଅଛି । ସମସ୍ତେ ଏହାକୁ ଭଲରୂପେ ଚିହ୍ନିଅଛନ୍ତି । ଖାଲ ସ୍ଥାନର ଦୁବ ଅପେକ୍ଷା ଉଚ୍ଚ ଭୂମିରେ ଥିବା ବିଶେଷ ଉପକାରୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଉକ୍ରଳରେ ଏହାକୁ ଦୂବ, ବଙ୍ଗଳାରେ ଦୂର୍ବା, ହିନ୍ଦିରେ ଦୁବ, ତେଲୁଗୁରେ ଗରିକେଡ୍‌କୀ ଏବଂ ସଂସ୍କୃତରେ ଦୁର୍ବା, ଭାର୍ଗବୀ ବହୁବୀର୍ଯ୍ୟା ଓ ମାଙ୍ଗଲ୍ୟା ପ୍ରଭୃତି କୁହାଯାଏ ।

ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ର

ଏହା ଅଳ୍ପ କଷାୟ ମିଶ୍ରିତ ମଧୁରରସ, ଶୀତଳ, ରକ୍ତରୋଧକ ଓ ଶୋଧକ ଏବଂ ରକ୍ତପିତ୍ତ, ପିତ୍ତ, ଦାହ, ରକ୍ତବିକୃତି, ପୀନସ, ଭୂତାବେଶ, ଅର୍ଶ, କ୍ଷତ, ବ୍ରଣ ଓ ଶୀତପିତ୍ତ ପ୍ରଭୃତି ରୋଗ ନିରାକାର ଅଟେ । ଏହାର ମାତ୍ରା ଅର୍ଦ୍ଧତୋଳାରୁ ଏକତୋଳା ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରେ ।

ରୋଗରେ ବ୍ୟବହାର ବିଧି

୧. ଦୁବକୁ ଛେଚି ଚିପୁଡ଼ି ରସ ବାହାର କରି ସେଥିରେ ଅଳ୍ପ ମିଶ୍ରିଗୁଣ୍ଡା ମିଶାଇ ସେବନ କରାଇଲେ ଶିଶୁମାନଙ୍କର ବାନ୍ତି ନିବାରିତ ହୁଏ ।

୨. ଏହାର ରସକୁ ନାକରେ ପକାଇଲେ ନାକରୁ ରକ୍ତ ପଡ଼ିବା ନିବାରିତ ହୁଏ ।

୩. ଗାଈଘିଅ ସଙ୍ଗରେ ଦୂବରସକୁ ମିଶାଇ ନିଅାଁରେ ବସାଇ ଯଥାବିଧି ତୈଳପାକ କରି ବାହି୍ୟକ ଏବଂ ଅଭ୍ୟନ୍ତରିକ ବ୍ୟବହାର କରିଲେ ସମସ୍ତ ପ୍ରକାର ବ୍ରଣ, ଭଗନ୍ଦର, କ୍ଷତ, ବାଗୀ ଏବଂ ବାନ୍ତି ନିବାରିତ ହୁଏ ।

୪. ଏହାର ମୂଳ ସହିତ ଆରି ଶୁଖାଇ କୁଟି ଚୂର୍ଣ୍ଣକରି ସେହି ଚୂର୍ଣ୍ଣକୁ ମହୁ ସହିତ ସେବନ କଲେ ପିତ୍ତ, ପିତ୍ତଶ୍ଳେଷ୍ମ ଓ ରକ୍ତପିତ୍ତ ରୋଗ ଆରୋଗ୍ୟ ହୁଏ ।

୫. ଦୂବ ମୂଳକୁ ଆଣି ଅରୁଆ ଚାଉଳ ସହିତ ବାଟି ଲେପ ଦେଲେ ଶିରପୀଡ଼ା ନିବାରିତ ହୁଏ ।

୬. ଗାଈ ଲହୁଣୀ ସହିତ ଏହାର ରସକୁ ମିଶାଇ ପ୍ରତ୍ୟେହ ସେବନ କରିଲେ ଅର୍ଶରୋଗ ନିବାରିତ ହୁଏ ।

୭. ଗୁଗ୍‌ଗୁଳ ଚୂର୍ଣ୍ଣ ପ୍ରକ୍ଷେପ ଦେଇ ଏହାର ରସ କିଛିଦିନ ସେବନ କଲେ କ୍ଷତ, ବ୍ରଣ, ଉପଦଂଶ ଓ ଭଗନ୍ଦର ପ୍ରଭୃତି ରୋଗ ଭଲ ହୁଏ ।

୮. ଏହର ରସରେ ଅଁଳାରସ ଏବଂ ମିଶ୍ରିଗୁଣ୍ଡା ମିଶାି ପ୍ରତ୍ୟେହ ସେବନ କରିଲେ ମେହ ଓ ପ୍ରମେହ ରୋଗ ନିବାରିତ ହୁଏ ।

୯. ଏହାର ରସରେ ମହୁ ମିଶାଇ ସେବନ କଲେ ସମସ୍ତ ପ୍ରକାର ରକ୍ତବିକୃତି ବିନାଶ ହୁଏ ।

୧୦. କାଟି ହୋଇଯିବା ସ୍ଥାନରେ ଏହାର ରସ ଦେଲେ ରକ୍ତବୁହା ବନ୍ଦ ହୁଏ ।

ତାନ୍ତ୍ରିକ ପ୍ରୟୋଗ ବିଧି

୧. ଦୂବ ୭ନାଡ ଆଣି ରକ୍ତବର୍ଣ୍ଣ ସୁତାଦ୍ୱାରା ପିଲାର ଦକ୍ଷିଣ ବାହୁରେ ଧାରଣ କରାଇଲେ ବାରମ୍ବାର ଚମକିବା ନିବାରିତ ହୁଏ ।

୨. ଶନିବାର କିମ୍ବା ରବିବାର ଦିନ ସକାଳୁ ଅଧୁଆ ମୁହଁରେ ଦୁବକୁ ଆଣି ଅରୁଆ ଚାଉଳ ସାଙ୍ଗରେ ବାଟି ପିଠାକରି ୨୧ଦିନ ପର୍ଯ୍ୟନ୍ତ ଖୁଆଇଲେ କୁମାରୀମାନେ ରଜସ୍ୱଳା ହୁଅନ୍ତି ।

୩. ଦୁର୍ଗାଦେବୀଙ୍କ ନାମରେ ସାତନାଡ଼ ଦୁବଦ୍ୱାରା ପିଲାମାନଙ୍କୁ ଝାଡ଼ିଦେଲେ ସେମାନଙ୍କ ଦେହରୁ ସମସ୍ତ ପ୍ରକାର ଦୁଷ୍ଟିଦୋଷ, ଜ୍ୱର ପିହୁଳା, ଭୟ ପ୍ରଭୃତି ଦୂର ହୁଏ ।

୪. ପାଳିଜ୍ୱର ହେଉଥିôବା ରୋଗୀକୁ ଦୂବ ସାତନାଡ ଦ୍ୱାରା ଶିବଙ୍କ ନାମରେ ଝାଡ଼ିଦେଇ ସେ ଦୁବକୁ ସେହି ରୋଗୀର ମୁଣ୍ଡଡିଆଇଁ ପକାଇ ଦେଲେ ତାହାଠାରୁ ପାଳିଜ୍ୱର ଛାଡିଯାଏ ।

୫. ଡାକୀନୀ ପ୍ରଭୃତି ଉପଦ୍ରବରେ ଶ୍ୱେତଦୂବ ୨୧ନାଡି ଆଣି ଦାଣ୍ଡ ଓ ବାଡିଦ୍ୱାର ବନ୍ଧ ଉପରେ ଟାଙ୍ଗି ବାନ୍ଧିଦେଲେ ସେ  ଗୃହରେ କେହି ପ୍ରବେଶ କରି ପାରିବେ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!