ଜାଣନ୍ତୁ! କନ୍ୟା ରାଶି ବ୍ୟକ୍ତି ମାନଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ! କନ୍ୟା ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ, ରଙ୍ଗ ଓ ଜୀବନମନ୍ତ୍ର।

କନ୍ୟା ରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ-

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମହତ୍ୱାକାଂକ୍ଷୀ, ଅଧ୍ୟୟନପ୍ରିୟ, ସଚ୍ଚୋଟ, କ୍ଷମାଶୀଳ, କୁଶଳପ୍ରବନ୍ଧକ, ଚତୁର, ବୁଦ୍ଧିମାନ , କୁଶଳ ବ୍ୟବସାୟୀ, ତେଜଶ୍ୱୀ, ସ୍ତ୍ରୀଭକ୍ତ, ଉଦାର, କୃତଜ୍ଞ, କ୍ରୋଧଯୁକ୍ତ, ପରୋପକାରୀ, ସର୍ବଦା କାର୍ଯ୍ୟତତ୍ପର, ଆଲୋଚକ, ଯୁଦ୍ଧଭୀରୁ, ଲେଖକ, ଅତିଛିଦ୍ରାନ୍ୱେଷୀ, ଅଶୁଭ ଚିନ୍ତନ, ନପୁଂସକତା, ମନ୍ଦକୁ ଖୋଜିବା ଅଭ୍ୟାସ ଅକୃତଜ୍ଞ ହେଲେ ମଧ୍ୟ ଦୟାବାନ।

ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର-

ଟୋ, ପ, ପି – ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର। ପୁ, ଷ, ଣ, ଠ – ହସ୍ତା ନକ୍ଷତ୍ର । ପେ, ପୋ– ଚିତ୍ରା ନକ୍ଷତ୍ର। ଯାହାର ଡାକନାମ ଏହି ଅକ୍ଷରମାନଙ୍କ ମଧ୍ୟରୁ ମୂଳ ଅକ୍ଷର ହୋଇଥିବ, ସେହିମାନେ କନ୍ୟା ରାଶିର ଗୋଚରଫଳ ସଂପୂର୍ଣ୍ଣ ଅନୁଭବ କରିପାରିବେ।

ସହଯୋଗୀ ରାଶି-

ତୁଳା, ମିଥୁନ, ମୀନ ଓ କନ୍ୟା ରାଶିର ସହଯୋଗୀ। ଏହି ରାଶିର ବ୍ୟକ୍ତିଙ୍କ ସହ  ସାମଞ୍ଜସ୍ୟ ଓ ସ୍ଥିରତା ରହିବ। ଆପଣ ତୁଳା ଓ ମିଥୁନ ରାଶିର ବ୍ୟକ୍ତିଙ୍କ ସହ  ସହଯୋଗ ଏବଂ ପ୍ରେମର ପରିପୂର୍ଣ୍ଣତା କାରଣରୁ ଶ୍ରେଷ୍ଠ ସଂବନ୍ଧ ରଖିବେ। ମୀନ ଓ ସିଂହ ରାଶିର ବ୍ୟକ୍ତିଙ୍କ ସହ ଆପଣଙ୍କର ସହଯୋଗ ଓ ମାନସିକ ସ୍ଥିରତା ରହିବ। ଏହି ରାଶି ଆପଣଙ୍କ ପାଇଁ ବିପରୀତ ପରିସ୍ଥିତିର ସ୍ଥିତି ପାଇଁ ସହାୟକ ଅଟେ।

କନ୍ୟା ରାଶିର ଶୁଭ ଅଙ୍କ-

୩, ୫, ୬ ଓ ୮। ଏହି ଅଙ୍କକୁ ଉପଯୋଗ କଲେ ଆପଣ ପ୍ରାୟତଃ ଶୁଭଫଳ ପ୍ରାପ୍ତ ହେବେ। ଆପଣଙ୍କର ଭାଗ୍ୟଶାଳୀ ଅଙ୍କ ୫ ଓ ୬ । ଏହି ଅଙ୍କ ଆପଣଙ୍କ ପାଇଁ ଭାଗ୍ୟଶାଳୀ ଓ ଶୁଭଦାୟକ ହେବ।

ଆପଣଙ୍କର ଶୁଭ ରଙ୍ଗ-

ହରିତ, ଫିରୋଜୀ ଓ ହଳଦିଆ। ଏହି ରଙ୍ଗ ସମ୍ବନ୍ଧିତ ବସ୍ତୁ ସହିତ ଦୈନିକ ଜୀବନରେ ଉପଯୋଗ କଲେ ଆପଣଙ୍କର ହିତସାଧନ ହେବ। ଆପଣଙ୍କର ଶୁଭ ରତ୍ନ- ପାନ୍ନା ଅଟେ। ଯଦି ଏହାକୁ ଧାରଣ କରିବେ ତେବେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହା ବୁଧ ଗ୍ରହର ରତ୍ନ ଅଟେ। ବୁଦ୍ଧି ଓ ବିବେକକୁ ପ୍ରଭାବିତ କରିଥାଏ। ଏହାକୁ ଧାରଣ କଲେ ଆପଣ ତୀବ୍ର ଗତିରେ ଚିନ୍ତା କରିବେ ଓ ଶୀଘ୍ର ନିର୍ଣ୍ଣୟ ନେବାରେ ସକ୍ଷମ ହେବେ।

ଆପଣଙ୍କର ଭାଗ୍ୟଶାଳୀ ଉପରତ୍ନ-

ଓନେକ୍ସ, ହରିତ୍ମଣି  କିମ୍ବା ହରାଜେଡ୍ ଧାରଣ କରିପାରିବେ। ଏହା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ।

ଶୁଭ ଆରାଧ୍ୟ ଦେବା ଦେବୀ ଓ ପ୍ରଭାବଶାଳି ପ୍ରତିକାର-

ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କଲେ ସୁଖସମୃଦ୍ଧି ଏବଂ ଐଶର୍ଜ୍ୟ ଲାଭ ହେବେ। ଧନର ଦେବୀ ଲକ୍ଷ୍ମୀ ଏବଂ ମାୟାପତି ବିଷ୍ଣୁଙ୍କର କୃପାଦୃଷ୍ଟିରୁ ଆପଣଙ୍କର ସୁଖ-ସୌଭାଗ୍ୟ କ୍ଷେତ୍ର ସକ୍ରିୟ ହୋଇଉଠିବ।

ଶୁଭ ଯନ୍ତ୍ର-

ଶ୍ରୀଯନ୍ତ୍ର ଓ କୁବେରଯନ୍ତ୍ରକୁ ସ୍ଥାପନ କରି ପ୍ରତିଦିନ ପୂଜା ଅର୍ଚ୍ଚନା ଓ ମନ୍ତ୍ର ଜପ କରିଲେ ଆପଣଙ୍କ ପାଇଁ ଅତି ଉତ୍ତମ ହେବ।

ଜୀବନମନ୍ତ୍ର-

ମୁଗ, ସବୁଜ ରଙ୍ଗର ଲୁଗା, ସବୁଜ ରଙ୍ଗର ପରିବା ଆଦିକୁ ନଦୀରେ ଭସାଇବେ। ସବୁଜ ରଙ୍ଗର ରୁମାଲକୁ ପାଖରେ ରଖିବେ। ପୂଜାସ୍ଥଳ ପରିବର୍ତ୍ତନ କରିବେ ନାହିଁ। ଛାତ ଉପରେ ଥିବା ବର୍ଷା ଜଳକୁ କଂସା ପାତ୍ରରେ ରଖିବେ। ଘରେ ଓ ଅଫିସରେ କଳା ରଙ୍ଗର ସୀସା ବା କାଚ ଲଗାଇବେ ଓ ପକେଟରେ ରଖିବେ। ଗୋଟିଏ ଦିନରେ ତିନୋଟି କୁକୁରକୁ ଖାଇବାକୁ ଦେବେ। କହିଥିବା କଥାକୁ ପୂରଣ କରିବେ। ଦୂର୍ଗା ସପ୍ତସତୀ ମନ୍ତ୍ର ପାଠ କରିବେ।

ସମସ୍ୟା ସମାଧାନ-

ଯଦି ଆପଣଙ୍କ କର୍ମ କ୍ଷେତ୍ରରେ ବାରମ୍ବାର ଅସୁବିଧା ଏବଂ ପରିବର୍ତ୍ତନ ଆସୁଥାଏ, ତେବେ ଗୁରୁବାର ଦିନ ହଳଦିଆ ଚନ୍ଦନର ତିଳକ ମୁଣ୍ଡରେ ଲଗାଇବେ। ଯଦି ଆପଣଙ୍କର ମନୋକାମନା ପୂର୍ତ୍ତି କରିବାକୁ ଚାହୁଁଥାନ୍ତି, ତେବେ ଗାଈ କ୍ଷୀରକୁ ଭଗବାନ ଶିବଙ୍କ ଉପରେ ଚଢାଇବେ। ଯଦି କୌଣସି କାର୍ଯ୍ୟରେ ସଫଳତା ଓ ସ୍ଥିରତା ମିଳୁନଥାଏ, ତେବେ ଗଳାରେ ତୁଳସୀମାଳା ଧାରଣ କରିବେ। ଭୋଜପତ୍ରରେ ଗୋରେଚନରେ ଡାଳିମ୍ବ ଗଛର କାଠିରେ କଲମ ତିଆରି କରି  ନିଜର ମନୋକାମନାକୁ ଲେଖି ପୂଜାସ୍ଥଳରେ ରଖିବେ। ଯେବେ ମନୋକାମନା ପୂର୍ଣ୍ଣ ହୋଇଯିବ, ତାକୁ ନେଇ ନଦୀଜଳରେ ଭସାଇ ଦେବେ। ଯଦି ଶିକ୍ଷା ଏବଂ ଅଶାନ୍ତିରୁ  ବଞ୍ଚିବାକୁ ହେଲେ ଆପଣ ହଳଦୀ ରଙ୍ଗର ମାଳକୁ ଗୁରୁବାରଦିନ ଖୁଣ୍ଟ ଉପରେ ରଖିବେ। ଯେତେବେଳେ ଅଶାନ୍ତି ସମାପ୍ତ ହୋଇଯିବ, ଏହି ମାଳକୁ ନେଇ ହଳଦିଆ ବୃକ୍ଷ ଉପରେ ରଖିବେ। ଯଦି ରୋଗପୀଡା ଭୋଗୁଥାନ୍ତି, ଏବଂ ଶତ୍ରୁପକ୍ଷ ପ୍ରବଳ ଭାବରେ ରହିଥାନ୍ତି, ତେବେ ଭୋଜପତ୍ର ଉପରେ ଲାଲ୍ ଚନ୍ଦନରେ  ତିଳକ ଆପଙ୍କର ଶତ୍ରୁର ନାମ ଲେଖି ଏହାକୁ ମହୁରେ ବୁଡାଇ ରଖିବେ। ସ୍ୱାସ୍ଥ୍ୟ ଭଲ ହେବା ପାଇଁ ମାଟି ପାତ୍ରରେ କିଛି ମହୁ ରଖି ଶ୍ମଶାନରେ ରଖିଦେବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!