ଏହି ମାସରେ ଧର୍ମ, ଯଜ୍ଞ ଓ ତପସ୍ୟା, ଜଳ ଦାନ ନିଶ୍ଚୟ କରନ୍ତୁ… ତା ପରେ ଦେଖନ୍ତୁ ଚମତ୍କାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ମାସ ମଧ୍ୟରେ ବୈଶାଖ ମାସକୁ ବିଶେଷ ଉତ୍ତମ ବୋଲି କୁହାଯାଇଛି । ବିଶାଖା ନକ୍ଷତ୍ର ସହିତ ଜଡିତ ଥିବାରୁ ଏହି ମାସକୁ ବୈଶାଖ ନାମ ଦିଆଯାଇଛି । ଏହି ମାସର ଦେବତା ଭଗବାନ ମଧୁସୂଦନ ଅଟନ୍ତି । ଏହି ମାସରେ ଭଗବାନ ବିଷ୍ଣୁ, ପର୍ଶୁରାମ ଓ ଦେବୀ ମାଙ୍କ ଉପାସନା କରାଯାଏ । ଏହି ମାସରେ ଧର୍ମ, ଯଜ୍ଞ ଓ ତପସ୍ୟା କରିବା ମହତ୍ଵ ମନାଯାଇଛି । ସେହିପରି ଜଳ ଦାନର ବିଶେଷ ମହତ୍ଵ ରହିଛି । ଏହି ମାସରେ ଗଙ୍ଗା ସପ୍ତମୀ, ମୋହିନୀ ଏକାଦଶୀ, ଅକ୍ଷୟ ତୃତୀୟା ପରି ମହତ୍ଵପୂର୍ଣ୍ଣ ପର୍ବ ପାଳନ କାରାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୈଶାଖ ମାସରେ ପବିତ୍ର ନଦୀରେ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧୋଇସାରି ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ନାମ ସ୍ମରଣ କରିଲେ ଅତୁଳନୀୟ ପୂଣ୍ୟ ପ୍ରାପ୍ତ ହୋଇଥାଏ । ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରନ୍ତୁ । ବିଷ୍ଣୁସହସ୍ରନାମ ପାଠ କରନ୍ତୁ । ଗଛ ଲତାରେ ପାଣିଦେଇ ସେବା କରନ୍ତୁ । ଏହି ମାସରେ ଦିନକୁ ୩ଥର ଖାଦ୍ୟ ଖାଆନ୍ତୁ । ରାସ୍ତା ଘାଟରେ ଜଳ ଦାନର ବ୍ୟବସ୍ଥା ସହ ପଶୁ ପକ୍ଷୀମାନଙ୍କ ପାଇଁ ଜଳର ବ୍ୟବସ୍ଥା କରନ୍ତୁ । ଏହି ମାସରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ ।

ପଦ୍ମଫୁଲ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତୁ । ଏହି ମାସରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ । ଶ୍ରୀ ବଦ୍ରିନାଥଧାମର କବାଟ ଅକ୍ଷୟ ତୃତୀୟା ଦିନ ଖୋଲାଯାଏ । ଏହି ମାସ ଶୁକ୍ଲପକ୍ଷ ନବମୀ ତିଥିରେ ମାତା ସୀତା ଧରିତ୍ରୀରେ ପ୍ରକଟ ହୋଇଥିଲେ । ମାନ୍ୟତା ଅନୁସାରେ ତ୍ରେତୟା ଯୁଗର ଆରମ୍ଭ ଏହି ବୈଶାଖ ମାସରେ ହୋଇଥିଲା । ବୈଶାଖ ମାସ, ଶୁକ୍ଲପକ୍ଷ, ତୃତୀୟା ତିଥିରେ ଭଗବାନ ଜଗନ୍ନାଥଙ୍କର ରଥନିର୍ମାଣ କାର୍ଯ୍ୟ ଆୟୋଜିତ କରାଯାଇଥିଲା ।

ଏହିଦିନ ମଧ୍ୟ ପ୍ରାଣୀ ମାନଙ୍କ ଆହାର ନିମନ୍ତେ ବୀଜବପନ କରାଯାଇଥାଏ । ବୈଶାଖ ମାସ, ପୂର୍ଣ୍ଣିମା ତିଥିରେ ଭଗବାନ ବ୍ରହ୍ମା ଶ୍ଵେତ ତଥା କୃଷ୍ଣ ତିଳ ନିର୍ମାଣ କରିଥିଲେ । ଏହି ଦିନ ଏହି ଦୁଇପ୍ରକାର ତିଳ ସହିତ ଜଳରେ ସ୍ନାନ କରନ୍ତୁ, ଅଗ୍ନିରେ ଆହୁତି ଦିଅନ୍ତୁ । ଏହି ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମୋହିନୀ ଏକାଦଶୀର ବ୍ରତ ପାଳନ କରାଯାଏ । ଏହି ବ୍ରତ ପାଳନ କଲେ ବିଷ୍ଣୁ ଲୋକରେ ସ୍ଥାନ ପ୍ରାପ୍ତ ହୁଏ । ବୈଶାଖ ମାସରେ ତୀର୍ଥରେ ସ୍ନାନ କରିବା, ପିତୃପୁରୁଷଙ୍କର ତର୍ପଣ କରିବା ବିଶେଷ ମହତ୍ଵ ଅଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!