Immunity ବଢାଇବା ପାଇଁ ବେଷ୍ଟ ଅଟେ ଏହି ଜୁସ, ନିଶ୍ଚୟ ଥରେ ପିୟନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଖରାଦିନର ଇମ୍ୟୁନିଟି ବୁଷ୍ଟର୍ ପିଅନ୍ତୁ- ଖରାଦିନରେ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଥଣ୍ଡା ପାଣି, ଥଣ୍ଡା ସରବତ୍ ଓ ସବୁବେଳେ କୋଲ୍ଡଡ୍ରିଙ୍କ ପିଇଥାନ୍ତି । କିନ୍ତୁ ଅଧିକ କୋଲ୍ଡଡ୍ରିଙ୍କ ପିଇବା ସ୍ୱାସ୍ଥ୍ୟର କ୍ଷତି ହୋଇଥାଏ । ସେହିପରି ତରଭୁଜ ସରବତ୍ ପିଇଲେ ଶରୀରର ବହୁତ ଲାଭ ହୋଇଥାଏ । ଏଥିରେ ପୌଷ୍ଟିକ ଗୁଣ ରହିବା ସହିତ ରୋଗ ପ୍ରତିରୋଧକ କ୍ଷମତା ଅର୍ଥାତ୍  ଇମ୍ୟୁନିଟି ସିଷ୍ଟମକୁ ମଜବୁତ୍ କରିବାର ଗୁଣ ମଧ୍ୟ ପାଇଥାଉ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣ ସବୁଦିନ ତରଭୁଜ ସରବତ ଏକ ଗ୍ଳାସ ପିଇବେ ତେବେ ଆପଣଙ୍କର ପ୍ରତିରୋଧକ କ୍ଷମତା ଅର୍ଥାତ୍  ଇମ୍ୟୁନିଟି ସିଷ୍ଟମ ମଜବୁତ୍ ହେବା ସହିତ ମହାମାରୀ ରୋଗରୁ ରକ୍ଷା ପାଇବେ ଏବଂ ମୁଣ୍ଡ ମଧ୍ୟ ଶାନ୍ତ ରହିବ । ତେବେ ଆସନ୍ତୁ ଜାଣିବା ତରଭୁଜ ସରବତ୍ କିପରି ତିଆରି କରାଯାଏ ।

ତରଭୁଜ ସରବତ୍ ତିଆରି କରିବା ପାଇଁ ସାମଗ୍ରୀ-

ଏକ କପ୍ ତରଭୁଜ ରସ, ୧/୪ ମିଲ୍କ ପାଉଡର ବା ୨କପ୍ କ୍ଷୀର, ୧/୨ ଭାନିଲା ଏକ୍ସଟ୍ରାକ୍ଟ, ଆଇସକ୍ରିମ, କିଛି ବରଫ ଗୁଣ୍ଡ, ଚିନି ।

ତରଭୁଜ ସରବତ୍ ତିଆରି କରିବା ଉପାୟ-

ତରଭୁଜରୁ ମଞ୍ଜି ବାହାର କରିବେ । ଚାରି ଭାଗରୁ ଏକ ଭାଗ ମିଲ୍କ ପାଉଡର ନଚେତ୍ ୨କପ୍ କ୍ଷୀର, ଦୁଇ ଭାଗରୁ ଏକ ଭାଗ ଭାନିଲା ଏକ୍ସଟ୍ରାକ୍ଟ ଓ ଆଇସକ୍ରିମ ସବୁକୁ ମିଶାଇ ପେଶିବେ ବା ଗ୍ରାଇଣ୍ଡିଙ୍ଗ କରିବେ । ଯଦି କ୍ଷୀର ବ୍ୟବହାର କରିଛନ୍ତି ତେବେ ସ୍ଵାଦ ଅନୁଯାଇ ଚିନି ପକାଇବେ । ଏବେ ତାକୁ ଏକ ଗ୍ଳାସରେ ବାହାର କରି ତା ଉପରେ କିଛି ବରଫଗୁଣ୍ଡ ପକାଇବେ । ଏବେ ସରବତ ପ୍ରସ୍ତୁତ ହୋଇଗଲା ।

ଆଜି କାଲୀ ଯେଉଁ ମ-ହା-ମା-ରୀ ଚାଲିଛି ଓ ଯେତିକି ଲୋକ ଏହି ରୋଗରେ ପଡ଼ୁଛନ୍ତି, ସେଥିରୁ ବଞ୍ଚିବା ପାଇଁ ଆମ ଇମ୍ୟୁନିଟି ଠିକ ରହିବା ନିହାତି ଆବଶ୍ୟକ । କିଛି ବି କରି ଆପଣ ଘରେ ରହି ନିଜର ଇମ୍ୟୁନିଟି ବଢେଇ ପାରିବେ । ଖାଲି ଏହି ଜୁସ ନୁହେଁ ଆପଣ ଘରେ କଢ କରି ପିଇ ପାରିବେ, ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢେଇବାରେ ସାହାଜ୍ଯ ଅକରିବ । ଏବଂ ଏହି ସବୁ ରୋଗ ସହ ଲଢିବାରେ ମଧ୍ୟ ସାହାଯ୍ୟ କରିବ ।

ଯଦି ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୋଷ୍ଟ ଠିକ ଲାଗେ ତେବେ ଅନ୍ୟ ମାନଙ୍କ ସହ ନିଶ୍ଚୟ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!