କୁଣ୍ଡଳୀରେ କୁମ୍ଭ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କୁମ୍ଭ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା । ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । କୁମ୍ଭ ରାଶିରେ ମଙ୍ଗଳ ରହିଲେ ଜାତକ:- ବୁଦ୍ଧିମାନ, ପ୍ରତିଷ୍ଠିତ, ଶତୃଙ୍କୁ ନାଶ କରନ୍ତି, ଅଚାନକ ଧନଲାଭ ହେବ, ମାମୁଁଘର ସୁଖ ପ୍ରାପ୍ତି, ବ୍ୟସନୀ, ଭୂମି, ବାହନ, ଗୃହାଦି ଲାଭ ହୋଇଥାଏ ।

କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ସ୍ୱଜନ ବିରୋଧୀ, ସନ୍ତାନଠାରୁ ଦୁଃଖ, କୁଟୁମ୍ବ ବିରୋଧୀ, ଅପବ୍ୟୟୀ, ଅନାଚାରୀ, ଦୁଷ୍ଟ, ମିଥ୍ୟାଭାଷୀ, ଆପଣାଲୋକଙ୍କ ସହାୟତାରୁ ବଞ୍ଚିତ ହୋଇଥାଆନ୍ତି । ଦାମ୍ପତ୍ୟସୁଖରୁ ବଞ୍ଚିତ ହୋଇ କଷ୍ଟ ଭୋଗ କରନ୍ତି । ପରାଧିନ ଓ ବଥବ୍ରଣ ଆଦି ଯୋଗୁ ଅସ୍ତ୍ରୋପଚାର ଯୋଗେ ଦୁଃଖ ପାଇଥାଆନ୍ତି ।

ଜୀବନର ୨, ୧୧, ୨୦, ୩୮, ୪୭, ୫୬ ଓ ୬୫ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ୧- ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକବର୍ଷ ଜନ୍ମଦିନରେ ଲୁହା, ରାଶି, ସପ୍ତଧାନ୍ୟ, ସୋରିଷତେଲ, ଛିଟବସ୍ତ୍ର, ଧଳାଫୁଲ, ନଡିଆ, କମ୍ବଳ, ଛୁରୀ ବା କଟୁରି ଦାନ କରିବା ଉଚିତ୍ । ୨- ମାତାଙ୍କୁ ହତାଦର କରନ୍ତୁ ନାହିଁ ଅନ୍ୟଥା ନିଜକୁ କଷ୍ଟ ଭୋଗ କରିବାକୁ ହେବ ।

୩- କେବେବି କ୍ଷୀର ଭୂମିରେ ଢ଼ାଳନ୍ତୁ ନାହିଁ । ୪- ପୈତୃକ ସମ୍ପତ୍ତିକୁ କେବେ ମଧ୍ୟ ବିକ୍ରୟ କରିବେ ନାହିଁ । ୫- ମଙ୍ଗଳଙ୍କ ସମ୍ବନ୍ଧିତ ବସ୍ତୁ ଘରେ ସ୍ଥାପିତ କରନ୍ତୁ । ୬- ରବି ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଦାନ କରନ୍ତୁ । ୭- ସନ୍ତାନ ସୁଖ ପ୍ରାପ୍ତି ହେଲା ପରେ ଆର୍ଥିକ ସ୍ଥିତି ମଜବୁତ୍‌ ହେବା ସହ ସମସ୍ତ ସୁଖ ପ୍ରାପ୍ତି ହେବ । ୮- ପ୍ରତିଦିନ ଅଶୋସ୍ଥ ବୃକ୍ଷ ମୂଳରେ ପାଣିଢାଳି ପ୍ରଦକ୍ଷିଣ କରନ୍ତୁ । (ମଙ୍ଗଳଙ୍କ ଦ୍ରବ୍ୟ- ପ୍ରବାଳରତ୍ନ, ସୁନା, ତମ୍ବା, ମସୁର ଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ ଫୁଲ, କେଶର, କସ୍ତୁରୀଆଦି । ରବିଙ୍କ ଦ୍ରବ୍ୟ- ମାଣିକ୍ୟ ରତ୍ନ, ସୁନା, ତମ୍ବା, ଗହମ, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ ଫୁଲ, ଲାଲ୍ ଗାଈ, ଲାଲ୍ ଚନ୍ଦନ, କେଶର ଆଦି)


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!