ଭଗବାନଙ୍କୁ ଭୋଗ କାହିଁକି ଲଗାଯାଏ ? Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶାସ୍ତ୍ରରେ କୁହାଯାଇଛି ଯେ ନିଜେ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ପ୍ରଥମେ ଭୋଗ ଲଗାଇବା ଉଚିତ୍ । ଏହା କେବଳ ଧାର୍ମିକ ମାନ୍ୟତା ନୁହେଁ ଏହା ବୈଜ୍ଞାନିକ ଆଧାରରେ ମଧ୍ୟ ଅଛି । ଯଦି ଆପଣ କ୍ରୋଧ ବା ଚଞ୍ଚଳତା ଭାବରେ ଖାଦ୍ୟ ଖାଉଛନ୍ତି ତେବେ ତାର ପ୍ରଭାବ ନକରାତ୍ମକ ହୋଇଥାଏ । ଅନେକ ଲୋକମାନଙ୍କ ଘରେ ଖାଇବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ଭୋଗ ପରମ୍ପରା ଅଛି । ଶାସ୍ତ୍ରରେ ଏହି କଥାକୁ ଧ୍ୟାନ, ଦୋଷ ଓ ଅନ୍ନର କୁପ୍ରଭାବ ଦୂର କରିବା ପାଇଁ ଅନେକ ଉପାୟ ମଧ୍ୟ ରହିଛି । ଭାବ ଶୁଦ୍ଧି ପାଇଁ ମଧ୍ୟ ଜରୁରୀ ଅଟେ । ଏହାର ଉଦାହରଣରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ବହୁତ ସରଳ ଭାବରେ ବୁଝାଇ କହିଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦିନେ ଧାର୍ମିକ କାର୍ଯ୍ୟରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଜଣେ ବ୍ୟକ୍ତି ପ୍ରଶ୍ନ କରିଲେ ଯେ ଆମ୍ଭେ ଭଗବାଙ୍କୁ ଭୋଗ କାହିଁକି ଲଗାଇଥାଉ ? ଆମେ ଯେଉଁ ଭୋଗ ଲଗାଉ ତାହା କଣ ଭଗବାନ ଖାଉଛନ୍ତି ବା ପିଉଛନ୍ତି? କଣ ଲଗାଇଥିବା ଭୋଗର ରୂପ ରଙ୍ଗ ବା ସ୍ଵାଦରେ କିଛି ପରିବର୍ତ୍ତନ ହେଉଛି? ଯଦି ଏହା ହେଉ ନାହିଁ ତେବେ ଆମେ କାହିଁକି ଭୋଗ ଲଗାଉଛୁ । କଣ ଏହା ଅନ୍ଧବିଶ୍ଵାସ ନୁହେଁ ? ଯଦି ଏହା ଅନ୍ଧବିଶ୍ଵାସ ତେବେ ଆମେ ଭୋଗ ଲଗେଇବାକୁ ଦେଖେଇ ହେଉଛୁ କାହିଁକି ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସେହି ବ୍ୟକ୍ତିର ପ୍ରଶ୍ନକୁ ଭଲ ମନରେ ଶୁଣିଲେ ଓ ବହୁତ ଶାନ୍ତ ଚିତ୍ତରେ ସେହି ବ୍ୟକ୍ତିକୁ ଉତ୍ତର ଦେଲେ । ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଲେ ଯେବେ ଆମେ ଭଗବାନକୁ ଭୋଗ କରିଥାଉ ତେବେ ସେଥିରୁ କଣ ଗ୍ରହଣ କରୁଛନ୍ତି । ସେ କହିଲେ ଯଦି ଆପଣ ଲଡୁ ନେଇ ଭଗବାନଙ୍କୁ ଭୋଗ କରିବା ପାଇଁ ମନ୍ଦିରକୁ ଯାଉଛନ୍ତି ତେବେ ସେହି ସମୟରେ ଯଦି ଜଣେ କେହି ଆସି ଆପଣଙ୍କୁ ପଚାରିବେ ଯେ ଏହା କଣ, ତେବେ ଆପଣ କହିବେ ଯେ ଏହା ଲଡୁ ଅଟେ ।

ପୁଣି ସେହି ବ୍ୟକ୍ତି କହିବେ ଯେ ଲଡୁ କାହାର ? ସେତେବେଳ ଆପଣ କହିବେ ଯେ ଏହା ମୋର । ପୁଣି ଆପଣ ସେହି ଲଡୁକୁ ଭଗବାନଙ୍କ ପାଖରେ ସମର୍ପଣ କରିବେ ଓ ସେହି ଲଡୁକୁ ନେଇ ଘରକୁ ଫେରିବା ବେଳେ ପୁଣି କେହି ଜଣେ ପଚାରିବେ ଏହା କଣ ? ସେତେବେଳେ ଆପଣ କହିବେ ଯେ ଏହା ଭଗବାନଙ୍କ ପ୍ରସାଦ ଅଟେ । ଏବେ ବୁଝିବାକୁ ହେବ ଯେ ଏହା ସେହି ଲଡୁ ଅଟେ । ତାହାର ରୂପ, ରଙ୍ଗ ଓ ସ୍ଵାଦର ପରିମାଣରେ କିଛି ପରିବର୍ତ୍ତନ ହୋଇନାହିଁ, ତେବେ ଭଗବାନ ସେଥିରୁ କଣ ଗ୍ରହଣ କଲେ ଯେ ତାହାର ନାମ ବଦଳି ଗଲା ।

ବାସ୍ତବରେ ଭଗବାନ ମନୁଷ୍ୟର ମନକାରକୁ ବଦଳାଇ ଦେଲେ । ଏହା ମୋର ଅଟେ ର ଯେଉଁ ଭାବ ରହିଥିଲା ତାହା ଅହଂକାର ଭାବ ଥିଲା । ଭଗବାନଙ୍କ ପାଖରେ ସମର୍ପିତ ହେବା ପରେ ସେହି ଭାବ ବଦଳି ଗଲା । ଭଗବାନଙ୍କ ପାଖରେ ଭୋଗ କରିଲେ ଲୋକମାନଙ୍କର ସ୍ଵଭାବ ବଦଳିଥାଏ ଓ ଶୀଳବାନ ହୋଇଥାଏ । ଅହଂକାର ସହିତ ସ୍ଵଚ୍ଛ ଓ ନିର୍ମଳଚିତ୍ତ ମନରେ ଜାତ ହୁଏ । ଏହା ସହିତ ତ୍ୟାଗ ଓ ଦାନର ଭାବନା ମଧ୍ୟ ଜାତ ହୁଏ ।

ଆପଣ ସେହି ଲଡୁକୁ ନିଜେ ଖାଉଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି, ଯାହାକି ସେହି ଲଡୁକୁ ପ୍ରସାଦ କୁହାଯାଏ । ତେବେ ଆପଣ ଖୋଜି ବୁଲି ଅଧିକ ଲୋକଙ୍କୁ ସେହି ଭୋଗକୁ ଖାଇବାକୁ ଦେବା ପାଇଁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଏହାକୁ ଅନ୍ଧବିଶ୍ଵାସ କଦାପି କୁହାଯିବ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!