ଏହି ଗୋଟିଏ ପତ୍ର ଦ୍ଵାରା 10 ମିନିଟ୍ ରେ ଆଣ୍ଠୁ, ଗଣ୍ଠି, ଅଣ୍ଟା ଓ ହାତ ଦରଜ ହୋଇଯିବ ଭଲ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୋଟିଏ ପତ୍ର ଦ୍ଵାରା ୧୦ମିନିଟ୍ ରେ ଆଣ୍ଠୁ, ଗଣ୍ଠି, ଅଣ୍ଟା ଓ ହାତ ଦରଜ ଭଲ ହୋଇଯିବ । ଏହା ଏକ ଘରୋଇ ଚିକିତ୍ସା ଅଟେ । ଏହା ବହୁତ ସହଜ ଉପାୟ । ଏହି ଉପାୟରେ ଆପଣଙ୍କର ଆଣ୍ଠୁ, ଗଣ୍ଠି, ଅଣ୍ଟା ଓ ହାତ ଦରଜ ଭଲ ହୋଇଯିବ । ଏହା ବ୍ୟତୀତ ଯଦି ଆପଣଙ୍କର ପଞ୍ଜା ଓ ପାଦର ଗୋଇଠି ଫାଟିଥାଏ ତେବେ ମଧ୍ୟ ଏହି ଉପାୟରେ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହାକୁ ଆମେ କିପରି ବ୍ୟବହାର କରିବା । ପ୍ରଥମେ ଅରଖ ଗଛର କିଛି ପତ୍ର ଆଣିବେ । ତାପରେ ଏକ ସତେଜ ଥିବା ଆଲୋବେରା ଆଣିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କର ଆଲୋବେରା ଗଛ ନାହିଁ ତେବେ ଏହା ବଜାରରେ ମଧ୍ୟ ବିକ୍ରି ହେଉଛି । ଏହି ଗଛରେ ବହୁତ ଔଷଧୀୟ ଗୁଣ ରହିଛି । ଧ୍ୟାନ ରଖିବେ ଏହି ଆଲୋବେରା ଯେପରି ଶୁଖିଯାଇ ନଥିବା । ଏହା ସତେଜ ହୋଇଥିବା ଦରକାର । କାରଣ ଏଥିରୁ ଅଧିକ ଫାଇଦା ମିଳିଥାଏ । ଏହାକୁ ସୁନ୍ଦରତା ପାଇଁ ଓ ଔଷଧରେ ବ୍ୟବହାର କରାଯାଏ । ବିଶେଷ କରି ଯେଉଁମାନଙ୍କର ବହୁତ ପୁରୁଣା ଜଏଣ୍ଟପେନ, ଅର୍ଥରାଇଟିସ୍, ଗଣ୍ଠି ଦରଜ ଓ ୟୁରିକ ଏସିଡ ଥାଏ ସେମାନେ ଏହି ଆଲୋବେରାକୁ ଯୁସ ବା ସରବତ କରି ପିଅନ୍ତି ।

ଆସନ୍ତୁ ଜାଣିବା କେମିତି ଏହି ଆଲୋବେରା ପେଷ୍ଟ ତିଆରି କରିବେ । ପ୍ରଥମେ ଆଲୋବେରାରୁ ଦୁଇ ଚାମଚ ଜେଲ ବାହାର କରିବେ । ସେଥିରେ ଅଧ ଚାମଚ ହଳଦୀ ମିଶାଇ ଭଲ ଭାବରେ ଗୋଳାଇ ମିଶାଇ ଦେବେ । ହଳଦୀରେ ଆଣ୍ଟିବଡି ଥାଏ, ଦରଜ କମାଇ ଦିଏ, ହାଡକୁ ମଜବୁତ କରିଥାଏ । ଧ୍ୟାନ ରଖିବେ ଆଲୋବେରା ଯେପରି ହଳଦୀ ସହିତ ପେଷ୍ଟ ହୋଇଯିବ । ବର୍ତ୍ତମାନ ଏଥିରେ କଷ୍ଟୋର ଅୟେଲ (Castor Oil )କୁ ଦୁଇ ଚାମଚ ତେଲ ସେହି ଆଲୋବେରାରେ ମିଶାଇ ଗୋଳାଇ ଦେବେ । ଏବେ ଏକ ଅରଖ ଗଛର ପତ୍ର ଆଣିବେ ।

ଏହି ପତ୍ର ଆଣିବା ବେଳେ ସାବଧାନରେ ଆଣିବେ, କାରଣ ଏହି ଗଛରେ ବିଷାକ୍ତ କ୍ଷୀର ରହିଥାଏ । ଏହା ଯେପରି ଆଖିରେ ନ ପଡିବ । ଏହି ପତ୍ରରେ ମଧ୍ୟ ଆଣ୍ଠୁ ଗଣ୍ଠି ଦରଜ ଦୂର ହୋଇଯାଏ ଓ ଆରମ ମିଳିଥାଏ । ଏହି ପତ୍ରରେ ଆୟୁର୍ବେଦିକ ଗୁଣ ରହିଥାଏ । ଏହି ପତ୍ରକୁ ଆଣି କଷ୍ଟୋର ଅୟେଲ (Castor Oil )କୁ ସେହି ପତ୍ରରେ ଆଗ ପଛ କରି ତେଲ ଲଗାଇବେ ଓ ପତ୍ରକୁ କମ ନିଆଁରେ ଏପଟ ସେପର କରି ସେକିବେ । ବର୍ତ୍ତମାନ ଆଲୋବେରା ହଳଦୀ ପେଷ୍ଟକୁ ମଧ୍ୟ କମ ନିଆଁରେ ଗରମ କରିବେ ।

ଏବେ ଏହି ଗରମ ପେଷ୍ଟକୁ ଯେଉଁ ଆଣ୍ଠୁ ବା ଗଣ୍ଠି ଉପରେ ଧୀରେ ଧୀରେ ମାଲିସ କରିବେ । ମାଲିସ କରିବା ପରେ ସେହି ଗରମ ଅରଖ ପାତ୍ରକୁ ତାଉପରେ ରଖି ବାନ୍ଧି ଦେବେ । ଏଥିରୁ ତୁରନ୍ତ ଆରମ ମିଳିଥାଏ । ସେହିପରି ଯେଉଁମାନଙ୍କର ପୁରୁଣା ଜଏଣ୍ଟପେନ, ଅର୍ଥରାଇଟିସ୍, ଗଣ୍ଠି ଦରଜ ଓ ୟୁରିକ ଏସିଡ ରହିଛି ସେମାନେ ଏହି ଆଲୋବେରାକୁ ଯୁସ ବା ସରବତ କରି ପିଇବେ । ଏହି ଯୁସ ପାଇଁ ଦୁଇ ଚାମଚ ଆଲୋବେରା ଜେଲ କାଢି ସେଥିରେ ଅଳ୍ପ ହଳଦୀ, ଅଳ୍ପ ଲୁଣ ଦେଇ ଏକ ଗ୍ଳାସ ପାଣିରେ ମିଶାଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ।

ଏହାକୁ ସକାଳେ ଖାଲି ପେଟରେ ପିଇବେ । ଆପଣ ସେଥିରେ ଏକଫାଳ ଲେମ୍ବୁ ରସ ଓ ଏକ ଚାମଚ ମହୁ ମଧ୍ୟ ପକାଇ ପିଇ ପାରିବେ । ଯଦି ଆପଣଙ୍କର ଡାଇବେଟିଜ ଥାଏ ତେବେ ଏଥିରେ ମହୁ ପକାନ୍ତୁ ନାହିଁ । ଏହି ଯୁସ ପ୍ରତିଦିନ ପିଇଲେ ଜଏଣ୍ଟପେନ, ଅର୍ଥରାଇଟିସ୍, ଗଣ୍ଠି ଦରଜ ଓ ୟୁରିକ ଏସିଡରୁ ମୁକ୍ତି ମିଳିବ । ବିଶେଷ କରି ନିଜର ଖାଇବା ପିଇବାରେ ଧ୍ୟାନ ଦିଅନ୍ତୁ । ଯେଉଁ ଖାଦ୍ୟରେ ପାଣିଭାଗ ଥାଏ ସେହି ଖାଦ୍ୟ ଅଧିକ ମାତ୍ରାରେ କାନ୍ତୁ ।

ଯେପରିକି ଫଳ ଓ ସାଲଡ ଆଦି ଖାଆନ୍ତୁ । ଲଞ୍ଚ ଖାଇବା ବେଳେ ମଧ୍ୟ ସାଲଡ ନିଶ୍ଚୟ ଖାଆନ୍ତୁ । ସକାଳେ ମଧ୍ୟ ଯେ କୌଣସି ଫଳ ଖାଆନ୍ତୁ । ଥଣ୍ଡା ଜିନିଷ ଠାରୁ ଦୂରେଇ ରୁହନ୍ତୁ ଓ ଖଟା ଜିନିଷ ଖାଆନ୍ତୁ ନାହିଁ । ଖଟା ଦହି ମଧ୍ୟ ଖାଆନ୍ତୁ ନାହିଁ । କିନ୍ତୁ କମଳା ଲେମ୍ବୁ ଯୁସ ପିଇପାରିବେ । ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଯୋଗ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶରେ ଔଷଧ ମଧ୍ୟ ଖାଆନ୍ତୁ । ତେବେ ଆପଣ ଏହି ଉପାୟକୁ ନିଶ୍ଚୟ ବ୍ୟବହାର କରନ୍ତୁ । କଷ୍ଟରୁ ମୁକ୍ତି ପାଆନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!