ଅଗ୍ନି କୋଣରେ ଦ୍ଵାରଥିବା ବାସଗୃହ – ଅଗ୍ନି କୋଣରେ ମୁଖ୍ୟ ଦ୍ଵାର ଶୁଭ ନା ଅଶୁଭ ? ଜାଣନ୍ତୁ କଣ ପଡେ ପ୍ରଭାବ କଣ କରିବେ ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଅଗ୍ନିକୋଣରେ ଦ୍ଵାରଥିବା ବାସଗୃହ – ଅଗ୍ନିକୋଣରେ ସଡ଼କ ଥିଲେ ଗୃହ ଆଗ୍ନେୟାଭିମୁଖି କରିଥାନ୍ତି । ଏଭଳି ବାସ୍ତୁରେ ଗୃହ ନିର୍ମାଣ କରିବା ବେଳେ ବାସ୍ତୁ ନିୟମ ପାଳନ କରିବା ସହିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବେ । ସବୁ ଦିଗକୁ ଲକ୍ଷ କରି ଦ୍ଵାର ନିର୍ମାଣ କରିଥିଲେ ସମସ୍ତ ବିପଦକୁ ଟାଳିଦେଇ ହବ । ଉତ୍ତରଦ୍ଵାର ଅତ୍ୟନ୍ତ ଶୁଭ ହୋଇଥିଲେ ମଧ୍ୟ ଯଦି ଦ୍ଵାରବେଧ ରହୁଥାଏ କିମ୍ବା ଭୁଲ ଭାଗରେ ଦ୍ଵାର ନିର୍ମାଣ କରିଥାନ୍ତି ତେବେ ବିପଦର ସମ୍ମୁଖୀନ ହେବାକୁ ପଡିବ । ଦ୍ଵାରବେଧ କଣ ଭୁଲ୍ ଭାଗ କାହାକୁ କହନ୍ତି ସେବିଷୟରେ ଜାଣିବା ଓ କଣ ବାସ୍ତୁ ଜ୍ଯୋତିଷ ଉପଚାର କଲେ ଭୁଲ୍ ତୃଟିକୁ ସୁଧାରୀ ପାରିବା ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦ୍ଵାର ବେଧ- ଯଦି ଦ୍ଵାର ସାମ୍ନାରେ ତ୍ରିଛକିରାସ୍ତା, ବଡବୃକ୍ଷ, କୂଅ ପୋଖରୀ, ଉଚ୍ଚାଖମ୍ବ, ଦେବା ଦେବୀ ମନ୍ଦିର ଥିଲେ ଦ୍ଵାରର ବେଧ ହୋଇଥାଏ ଏହା ଅଶୁଭ ହେବ । କିନ୍ତୁ ଘରର ଉଚ୍ଚତା ଯେତେଫୁଟ ଥିବ ସେତିକି ଫୁଟ ଦୂରତାରେ ଉକ୍ତ ପଦାର୍ଥ ଦ୍ଵାର ସାମ୍ନାରେ ଥିଲେ ବେଧ ଦୋଷ ଲାଗେ ନାହିଁ । ବେଧଫଳ- ତ୍ରିଛକି କିମ୍ବା ଚାରିଛକି ରାସ୍ତାରେ ବେଧ ହେଲେ ଗୃହ ସ୍ଵାମୀଙ୍କ ଉନ୍ନତିରେ ବାଧାଆସେ । ବୃକ୍ଷ ବେଧରେ ସନ୍ତାନ କଷ୍ଟ, ଦ୍ଵାର ପାଖରେ ନର୍ଦମା ବା ଆବର୍ଜନା ରହିଲେ ରୋଗଶୋକ, କୂଅ ସାମ୍ନାରେ ରହିଲେ ଅଚିହ୍ନା ରୋଗ ହୁଏ, ଦେବତାଙ୍କ ମୂର୍ତ୍ତି ବା ମନ୍ଦିର ରହିଲେ ରୋଗ, ରୁଣ, ସତୃଙ୍କ ଦ୍ଵାରା ପୀଡା, ଖମ୍ବ ରହିଲେ ମାନସିକ ଦୁଶ୍ଚିନ୍ତା ଲାଗିରୁହେ ଓ ଶିକ୍ଷାକେନ୍ଦ୍ର, ଦୋକାନ ଆଦି ସାମ୍ନାରେ ରହିଲେ ବାଦବିବାଦ, ମାଲିମୋକଦ୍ଦମା ଲାଗି ରହିଥାଏ । ଅଗ୍ନିକୋଣ ଦ୍ଵାର = ୧-ସତ୍ୟ- ସାଧାରଣ ସୁଖ । ୨-ଭୃଶ- କଷ୍ଟ । ୩-ଆକାଶ- ଚୋର ଭୟ ।

୪-ବାୟୁ-ଭୟ । ୫-ଗନ୍ଧର୍ବ- ମଧ୍ୟମ । ୬-ଭୃଙ୍ଗରାଜ- ମଧ୍ୟମ । ୭-ମୃଗ- ମଧ୍ୟମ । ୮- ପିତୃ- ମାଧ୍ୟମ । ଶାସ୍ତ୍ରରେ ଅଛି –ଦକ୍ଷିଣ ଦରଜା ରଜା, ଉତ୍ତର ତାହାର ପ୍ରଜା, ପୂରୁବେ ପାଇବ ମଜ୍ଜା, ପଶ୍ଚିମେ ଭୋଗିବ ସଜ୍ଜା । ଅଗ୍ନିକୋଣରେ ଦ୍ଵାର କରିବାକୁ ପଡୁଥିବା ଗୃହର ମୁଖ୍ୟ ପ୍ରବେଶ ଦ୍ୱାରକୁ, ପୂର୍ବଦିଗରୁ ଦକ୍ଷିଣଦିଗ ପର୍ଯ୍ୟନ୍ତ ଫିତା ପକାଇ ମାପି ଯେତେ ଫୁଟ ହେବ ତାହାକୁ ଆଠ ଭାଗ କଲା ପରେ ପ୍ରଥମ, ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଭାଗରେ ବାସ ଗୃହର ମୁଖ୍ୟ ଦ୍ୱାର କଲେ ସାଧାରଣ ଶୁଭ ଫଳ ମିଳିଥାଏ । ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ରୋଗରେ ଘାଣ୍ଟି ହେବେ, ଧନହାନୀ ଘଟିବ ଓ ଗୃହର ଶାନ୍ତି ନଷ୍ଟ ହେବ ।

ବାରମ୍ବାର ଘରୁ ଚୋରିହେବ, ଦୁଃଖ ଶୋକରେ ଦିନ କଟେ । ଗୃହ ବିକ୍ରି ହୋଇଯାଏ, ଉଜୁଡ଼ିଯାଏ କିମ୍ବା ଅନ୍ୟର ସମ୍ପତ୍ତି ହୋଇଯାଏ । ବିଭିନ୍ନ ବାଧା ପହଞ୍ଚିବ । ଶୁଭକାରକ ତଥ୍ୟ:- ୧ । ଅଗ୍ନିକୋଣ ବାୟବ୍ୟ ଏବଂ ଐଶାନ୍ୟଠାରୁ ଉଚ୍ଚ ଏବଂ ନୈଋତ ଠାରୁ ନୀଚା ରହିବ । ନିର୍ମାଣ ବେଳେ ଏଥିପ୍ରତି ଦୃଷ୍ଟିଦେବ । ୨ । ଅଗ୍ନିକୋଣ ପୂରା ବନ୍ଦ କରିଲେ ବିକାଶ ବନ୍ଦ ହୋଇଯାଏ । ଦୁର୍ଘଟଣାର ସମ୍ଭାବନାଂ ଦେଖାଯାଏ । ୩ । ଅଗ୍ନିକୋଣରେ ଅଗ୍ନି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କଲେ ସୁଖ ଓ ସ୍ୱାସ୍ଥ୍ୟ ପ୍ରାପ୍ତି ହୁଏ । ୪ । ଉତ୍ତର ପଶ୍ଚିମ ଆଡ଼କୁ ସେପ୍ଟିକ୍ ଟ୍ୟାଙ୍କ୍ ତିଆରି କରିବା ଶୁଭପ୍ରଦ । ଅଶୁଭକାରକ ତଥ୍ୟ:-୧ । ଆଗ୍ନେୟ କ୍ଷେତ୍ର ନୈଋତ ଓ ଐଶାନ୍ୟ କ୍ଷେତ୍ରଠାରୁ ନୀଚା ରଖିବ ନାହିଁ ।

ଏଭଳି କଲେ ଦୁର୍ଘଟଣା, ଶତ୍ରୁତା ଏବଂ ମାନସିକ ବିକାର ଦେଖାଦେବ । ୨ । ଆଗ୍ନେୟ କ୍ଷେତ୍ରରେ କୂଅ ଆଦି ଜଳ ସମ୍ପର୍କିତ ନିର୍ମାଣ କିମ୍ବା ସିଡି, ଗାଧୁଆଘର, ପାଇଖାନା, ବେଶିନଆଦି ରଖିବେ ନାହିଁ । ଏଭଳି କଲେ ଘରେ କଳହ, ଜୀବନସାଥି ଓ ସନ୍ତାନରେ କଷ୍ଟ ପହଞ୍ଚେ । ବିକାଶରେ ବାଧାପ୍ରାପ୍ତ ହୁଏ । ୩ । ପଶ୍ଚିମ ଓ ନୈଋତ ଦିଗରେ ଝରକା, ଶିଡିଦ୍ଵାର କରିବେ ନାହିଁ । ଏଭଳି କଲେ ଚୋରି ଏବଂ ଧନ-ହାନୀର ଭୟ ରହିବ ।

ଏହାର ବ୍ୟତିକ୍ରମରେ ଗୃହ ନିର୍ମାଣ କରିଥିଲେ ସମ୍ପୂର୍ଣ୍ଣ ବାସ୍ତୁ ଯନ୍ତ୍ର ଗୃହରେ ସ୍ଥାପନ କରି ପ୍ରତ୍ୟେକ ଦିନ ମାଟି ଦୀପରେ ତେଜଣା ପାଇଁ ଲୁହାକଣ୍ଟାଟିଏ ପକାଇ ପଚାଶଗ୍ରାମ୍ ଶୋରିଷତେଲ ଦେଇ ଆଙ୍ଗୁଠିମୋଟର ବଳୀତା ପକାଇ ଦୀପ ଜାଳିବେ ଦିନକୁ ଥରେ ଓ ବାସ୍ତୁ କ୍ୟାସେଟ୍ ବଜାଇଲେ ଗୃହର ସମସ୍ତ ଦୋଷ ଖଣ୍ଡନ ହେବ । ଏହି ଯନ୍ତ୍ର ପାଖରେ ୧ଠଠ ଦିନ ପର୍ଯ୍ୟନ୍ତ ଦୀପ ଜାଳିଲା ପରେ ଯନ୍ତ୍ର କାର୍ଯ୍ୟକାରୀ ହେବ ଏବଂ ୧୦୦ଦିନ ପରେ ପ୍ରତ୍ୟେକ ମାସର ଆମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ଅଷ୍ଟମୀ ଓ ଚତୁର୍ଥୀ ତିଥିରେ ସାମାନ୍ୟ ତେଲ ଦେଇ ଦୀପ ଜାଳିବାକୁ ପଡିବ । ଅଶୌଚ ସମୟରେ ଦୀପ ଦେବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!