ଘରେ ଯଦି କାଠରେ ପ୍ରସ୍ତୁତ ଜିନିଷ ରଖିଛନ୍ତି ତେବେ ଥରେ ଏହାକି ନିଶ୍ଚୟ ଦେଖନ୍ତୁ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

୧- ଘରେ ଯଦି କାଠରେ ପ୍ରସ୍ତୁତ କିଛି ଜିନିଷ ରଖିଛନ୍ତି ତେବେ ଏହାଦ୍ଵାରା ସୃଷ୍ଟି ହେଉଥିବା ବାସ୍ତୁଦୋଷ ବିଷୟରେ ଜାଣନ୍ତୁ । ବାସ୍ତୁ ଜ୍ୟୋତିଷ ଉପାୟ ମଣିଷ ଜୀବନରେ କେବଳ ଆଖ ପାଖର ବାତାବରଣ, ପରିବେଶର ପ୍ରଭାବ ପଡ଼େନାହିଁ । ବରଂ ମାଟିର ସେହି ଭୂଖଣ୍ଡ ଏବଂ ତାହା ଉପରେ ତିଆରି ହୋଇଥିବା ବାସଗୃହର ମଧ୍ୟ ପ୍ରଭାବ ପଡ଼ିଥାଏ । ପ୍ରାଚୀନ କାଳର ଋଷି ମନୀଷିମାନେ ଏହି ତଥ୍ୟ ସହିତ ଭଲଭାବେ ପରିଚିତ ଥିଲେ । ସେଥିପାଇଁ ସେମାନେ ଗୃହ ନିର୍ମାଣ କଳାକୁ ବାସ୍ତୁବିଜ୍ଞାନ ସହିତ ସଂଶ୍ଲିଷ୍ଟକରି ରଖିଥିଲେ ଏବଂ ଚାରିଉପବେଦ ମଧ୍ୟରୁ ‘ସ୍ତାପତ୍ୟବେଦ’ ନାମରେ ଏକ ସ୍ୱତନ୍ତ୍ର ବେଦ ରଚନା କରିଥିଲେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ସ୍ତାପତ୍ୟ ବେଦର ଆଧାର ଉପରେହିଁ ଆମର ଅନେକ ମନ୍ଦିର ଏବଂ ଅନେକ ଐତିହାସିକ ଭବନ ନିର୍ମିତ ହୋଇଥିଲା । ସେଗୁଡ଼ିକ ମଧ୍ୟରୁ ଅନେକ ଏବେ ମଧ୍ୟ ମୁକସାକ୍ଷୀ ସ୍ୱରୂପ ଦଣ୍ଡାୟମାନ । ଏହିସବୁ ନିର୍ମାଣ ମଧ୍ୟରେ ପ୍ରବେଶକଲେ ବ୍ୟକ୍ତିଅପରି ମିତ ସୁଖଶାନ୍ତି ଅନୁଭବ କରିଥାଏ । ଭାରତୀୟ ସଂସ୍କୃତିରେ ଭବନ ନିର୍ମାଣ କଳାକୁ ଏକ ଧାର୍ମିକ କାର୍ଯ୍ୟବୋଲି ମନେ କରାଯାଇ ଏହାକୁ ଜୀବନର ପୁରୁଷାର୍ଥ ଚତୁଷ୍ଟୟ ମଧ୍ୟରେ ଗଣନା କରାଯାଇଛି । ‘ବୃହତ୍ ପାରାଶରି ସମ୍ପୂର୍ଣ୍ଣ ବାସ୍ତୁବିଜ୍ଞାନ ରେ ଭବନ ନିର୍ମାଣ ଉଦେ୍ଦଶ୍ୟକୁ ସ୍ପଷ୍ଟ କରିବାକୁ ଯାଇ କୁହାଯାଇଛି ଯେ- ସ୍ତ୍ରୀ ପୁତ୍ରାଦିକ ଭୋଆରଣ୍ୟ ଜନନଂ ଧର୍ମାର୍ଥ କାମପୁରମ୍ ଜନ୍ତୁ ନାମୟନଂ ସୁଖାସ୍ୟ ମିଦଂ ଶୀତାମ୍ବୁ ଧର୍ମାହମ୍’ ସମସ୍ତଙ୍କ ଘରେ କାଠରେ ତିଆରି ଜିନିଷ ରଖିଥାନ୍ତି ।

କିନ୍ତୁ କାଠରେ ତିଆରି କେଉଁ ଜିନିଷ ଘରେ ରଖିବା ଉଚିତ ଓ କେଉଁ ଜିନିଷ ନ ରଖିବା ଉଚିତ୍, ତାହା ମଧ୍ୟ ବାସ୍ତୁ ଅନୁସାରେ ଧ୍ୟାନ ଦେବା ବା ଜାଣିବା ଜରୁରୀ ଅଟେ । କାରଣ କାଠ ଜିନିଷରେ ମଧ୍ୟ ବାସ୍ତୁଦୋଷ ସୃଷ୍ଟି ହେବାର ସମ୍ଭାବନା ଥାଏ । ଆସନ୍ତୁ ଜାଣିବା କାଠରେ ତିଆରି ଜିନିଷରେ କି ପ୍ରକାର ବାସ୍ତୁ ଦୋଷ ସୃଷ୍ଟି ହେଉଛି । ୧- ଗୋଲାପ ଗଛର କାଠ- ଘରେ ଗୋଲାପ ଗଛର କାଠ ରଖିଲେ ଶୁଭ ହୋଇଥାଏ । ଅନେକ ଲୋକମାନେ ଏହି କାଠରେ ମୂର୍ତ୍ତି ତିଆରି କରି ମଧ୍ୟ ରଖନ୍ତି । କିନ୍ତୁ ଧ୍ୟାନ ରଖିବାକୁ ହେବ ଯେ ଗୋଲାପ ଗଛର କାଠରେ ଭଗବାନ ଶ୍ରୀ ଗଣେଶ, ଶ୍ରୀ ହନୁମାନ ଓ ଶ୍ରୀକୃଷ୍ଣ ରାଧାଙ୍କର ମୂର୍ତ୍ତି ହିଁ ରଖିବା ଉଚିତ୍ । ମୂର୍ତ୍ତି ଛୋଟ ହେବା ଓ ଯେ କୌଣସି ଗୋଟିଏ ମୂର୍ତ୍ତି ରଖିବା ଆବଶ୍ୟକ ।

ଏହି ମୂର୍ତ୍ତିକୁ ପୂଜା ପାଇଁ ନୁହେଁ ଏହା ଘରର ଶୋଭା ବଢାଇବାକୁ ରଖାଯାଏ । ୨- କଦମ୍ବ ଗଛର କାଠ- ଘର ସଜେଇବା ପାଇଁ ଯେ କୌଣସି ଜିନିଷ କଦମ୍ବ ଗଛର କାଠରେ ତିଆରି କରି ରଖିପାରିବେ । ଯେପରିକି ହାତୀ, ହଂସ, ବୁଦ୍ଧଦେବଙ୍କ ମୃତ୍ତି, ଟାଙ୍ଗୀବା ପାଇଁ ଡାଳ ପତ୍ର, ଟୋକେଇ, ଘୋଡା, ପାନବାକ୍ସ, ଫୁଲଦାନୀ ଆଦି ଏହି କାଠରେ ତିଆରି କରି ରଖିପାରିବେ । ଉଲ୍ଲେଖ ଅଛିଯେ ଯଦି ଘରେ ରୂପାରେ ତିଆରି ହାତୀ ରଖିଛନ୍ତି ତେବେ ଏହି କାଠରେ ଜିନିଷ ନ ରଖିବା ଉଚିତ୍ । ୩- ଶାଗୁଆନ ଓ ଶିଶୁ କାଠ- ବାବୁଲ, ଷ୍ଟିଲ୍, ପ୍ଲାଇଉଡର ସୋଫାସେଟ୍ ମଧ୍ୟ ଘରେ ରଖିଥାନ୍ତି । ବିଶେଷ କରି ସୋଫା, ପଲଙ୍କ ବା ଖଟ ଶାଗୁଆନ ଓ ଶିଶୁ କାଠରେ ଭଲ ହୁଏ । ସେହିପରି ଡାଇନିଙ୍ଗ ସେଟ୍, ସାଇନ ବୋର୍ଡ, ଆଲମୀରା, ବାକ୍ସ, ଛୋଟ ଛୋଟ ଡବା, ଟ୍ରେ, ପେନ ଷ୍ଟାଣ୍ଡ ଆଦି ସବୁ ଜିନିଷ ଶିଶୁ କାଠରେ ଭଲ ହୋଇଥାଏ ।

ପୂଜା କରିବା ସ୍ଥାନରେ ମଧ୍ୟ ଶାଗୁଆନ ଓ ଶିଶୁ କାଠର ତିଆରି ଆସ୍ଥାନ କରିଲେ ବହୁତ ଭଲ ହୁଏ । ଯଦି ଘରର ସିଢି ବା ଚଟାଣ କାଠରେ କରିବାକୁ ଇଛା କରୁଛନ୍ତି ତେବେ ଏହି ଶାଗୁଆନ ଓ ଶିଶୁ କାଠରେ କରିବା ଉଚିତ୍ । ୪-ଚନ୍ଦନ କାଠ- ପୂଜା ପାଇଁ ଏହା ଖଣ୍ଡେ ଦରକାର ହୁଏ । ପ୍ରତିଦିନ ଚନ୍ଦନ ଘୋରିଲେ ଘରେ ବାସ୍ନା ହୁଏ । ମୁଣ୍ଡରେ ତିଳକ ବା ଟୀକା ଲଗାଇଲେ ଶାନ୍ତି ମିଳିଥାଏ । ଯେଉଁ ସ୍ଥାନରେ ସବୁଦିନ ଚନ୍ଦନ ଘଷାଯାଏ ଓ ଗରୁଡ ଘଣ୍ଟିର ଶବ୍ଦ ଶୁଣାଯାଏ ସେଠାର ବାତାବରଣ ସବୁବେଳେ ଶୁଦ୍ଧ ଓ ପବିତ୍ର ରହିଥାଏ । ଧ୍ୟାନ ରଖିବାକୁ ହେବ ଯେ ଚନ୍ଦନ କାଠର ଯେ କୌଣସି ଫର୍ନୀଚର ଘରେ ନ ରଖିବା ଉଚିତ୍, କାରଣ ଚନ୍ଦନ ଏକ ପବିତ୍ର କାଠ ଓ ଶୁଭ ମଧ୍ୟ ହୋଇଥାଏ ।

୫- ବାଉଁଶ କାଠ- ଘରେ ବାଉଁଶରେ ତିଆରି ଫୁଲଦାନୀ ବା ଗଛ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହା ବ୍ୟତୀତ ବାଉଁଶରେ ତିଆରି ବଇଁଶି ମଧ୍ୟ ଘରେ ରଖିପାରିବେ । ଏହି ବଇଁଶି ଭଗବାନ ଶ୍ରୀକୃଷ୍ଣଙ୍କର ଅତିପ୍ରିୟ ଅଟେ । ଯେଉଁ ଘରେ ବାଉଁଶରେ ତିଆରି ବଇଁଶି ରହିଥାଏ, ସେହି ଘରେ ପରସ୍ପର ମଧ୍ୟରେ ଶ୍ନେହ ପ୍ରେମ ବୃଦ୍ଧି ହୁଏ ଓ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ । ଏହି ବଇଁଶିକୁ ଉନ୍ନତି ଓ ପ୍ରଗତି ର ସୂଚକ ବୋଲି କୁହାଯାଇଛି । ଏହା ଘରର ବାସ୍ତୁଦୋଷ ମଧ୍ୟ ଦୂର କରିଥାଏ । ବାଉଁଶରେ ତିଆରି ବଇଁଶିର ଅହମିୟତା ବହୁତ ଅଧିକ ଅଟେ । ଘରର ମୁଖ୍ୟ କବାଟ ପାଖରେ ଦୁଇଟି ବଇଁଶିକୁ ଯୋଡି (+ ଚିହ୍ନ ଭଳି) ଲଗାଇଲେ ଘରର କଷ୍ଟ ଦୂର ହୋଇଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!