ଜାଣନ୍ତୁ ଏହି ମକର ସଂକ୍ରାନ୍ତିର ଏମିତି ରହିବ ସ୍ୱରୂପ, ପଢନ୍ତୁ ପୁଣ୍ୟକାଳ ମୂହୁର୍ତ୍ତ ସମ୍ବନ୍ଧରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେମିତି ରହିବ ଏହି ମକର ସଂକ୍ରାନ୍ତିର ସ୍ୱରୂପ

ସଂକ୍ରାନ୍ତି ସ୍ୱରୂପ-

ଉତ୍ତରାୟଣ ମକର ସଂକ୍ରାନ୍ତିର ନାମ ଘୋରା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସଂକ୍ରାନ୍ତି ପୁରୁଷ ମହିଷ ବାହାନରେ ନୀଳ ବସ୍ତ୍ର ପରିଧାନ କରି ହରିଦ୍ରା ଲେପନ ହୋଇ ଅରଖ  ଫୁଲ ମାଳା ଗଳାରେ ଲମ୍ବାଇ ଖଣ୍ଡା ଧାରଣ କରି ଦଧି ପାନ ପୂର୍ବକ ପୂର୍ବ ଦିଗକୁ ମୁଖ କରି ନୈଋତେ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଯାତ୍ରା କରିବେ। ଯାହା ଫଳରେ
ବ୍ରାହ୍ମଣ, ବଣିକ, ଆଇନ୍ ଜୀବି, ଚିକିତ୍ସକ ଓ ଅପରାଧି ମାନଙ୍କୁ ବିପଦର ସମ୍ମୁଖୀନ ହେବାକୁ ହେବ।

ପୁଣ୍ୟକାଳ ମୂହୁର୍ତ୍ତ-

ଏହି ସଂକ୍ରାନ୍ତିରେ ସକାଳ ୭:୪୦ ମିନିଟ୍ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୂର୍ଣ୍ୟକାଳ ଭୋଗହେଉଥିବାରୁ ଏହି ସମୟରେ ଗୁଡ, ଲୁଣ, ଅରୁଆଚାଉଳ ଓ ଦୁବ ଦାନ ଦେଲେ ମହା ପୁଣ୍ୟ ହେବ।

ଗୃହରେ ହୋମ କରି ବ୍ରାହ୍ମଣ ଭୋଜନ କରାଇଲେ ଗ୍ରହ ରିଷ୍ଟ ଖଣ୍ଡନ ହେବ। ସାପୁଆ କେଳାଙ୍କୁ ଭୋଜନ ଦକ୍ଷିଣା ଦେଇ ସର୍ପକୁ କ୍ଷୀର ପିଆଇଲେ ସମସ୍ତ ପ୍ରକାର ରୀଷ୍ଟ କଷ୍ଟ ଦୂର ହୋଇଯିବ। 

ବିଶେଷତଃ କୃତ୍ତିକା, ରୋହିଣୀ, ମୃଗଶିରା, ଉତ୍ତରାଫାଲଗୁନି, ବିଶାଖା, ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ମାନଙ୍କର ସଂକ୍ରାନ୍ତି ଚଳନ ରେ ଅଶୁଭ ହେଉଥିବାରୁ ଦୁଦୁରା ମଞ୍ଜି ମିଶେଇ ସର୍ବୌଷଧି ଜଳରେ ସ୍ନାନ କରି

” ଓଁ ନମୋ ଭଗବତେ ବାସୁଦେବାୟ ନମଃ” ମନ୍ତ୍ରକୁ ତୁଳସୀ ମାଳିରେ ୧୦୮ ଥର ଜପ କଲେ ମାସଟି ଅତ୍ୟନ୍ତ ଶୁଭରେ କାଟିପାରିବେ।

ଏହି ସଂକ୍ରାନ୍ତିରେ ନୂଆ ଧାନର ଅରୁଆ ଚାଉଳ, ଗୁଡ, ସାକର, ଦହି ଛେନା, ନଡ଼ିଆ, କଦଳୀ, କ୍ଷୀର, ଗୋଲମରିଚ, ଅଦା, ଭାସ୍କର, ଜୁଆଣି ଏ ସମସ୍ତ ଦ୍ରବ୍ୟ ପରିମାଣ ମୁତାବକ ଏକତ୍ରିତ କରି ବାଇଗଣ ପତ୍ରରେ ବାଢ଼ି ସୂର୍ଯ୍ୟ କିରଣରେ ଅଧଘଣ୍ଟାଏ ପର୍ଯ୍ୟନ୍ତ ରଖି ଖାଇଲେ ସମସ୍ତ ପ୍ରକାର ରୋଗ ନାଶ ହେବ।

ଅରୁଆ ଚାଉଳ ଜଣ ପିଛା ୫୦ ଗ୍ରାମ, ଗୁଡ ୧୦ ଗ୍ରାମ୍, ସାକର ୧୦ ଗ୍ରାମ, ଦହିଛେନା ୨୫ ଗ୍ରାମ, କୋରା ନଡ଼ିଆ ୧୦ ଗ୍ରାମ, କଦଳୀ ୫୦ ଗ୍ରାମ, ଗୋଲମରିଚ ୩ ଟା, ଅଦା ୧ ଗ୍ରାମ, ଜୁଆଣି ୧ ଗ୍ରାମ, ଭାସ୍କର ୧/୨ ଗ୍ରାମ ଓ କଞ୍ଚା କ୍ଷୀର ୧୦୦ ଗ୍ରାମ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!