ଜାଣନ୍ତୁ ଏହି ମକର ସଂଙ୍କ୍ରାନ୍ତିରେ ନିଜ ରାଶି ଅନୁସାରେ କେଉଁ ଦାନ କରିଲେ ହେବ ଭାଗ୍ୟ ବୃଦ୍ଧି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନିଜ ରାଶି ଅନୁସାରେ ସୂର୍ଯ୍ୟଦେବଙ୍କୁ ଏହି ସବୁ ଜିନିଷ ଦ୍ଵାରା ଅର୍ଘ୍ୟ ଅର୍ପଣ କରନ୍ତୁ ଏବଂ ତାଙ୍କର କୃପା ଲାଭ କରନ୍ତୁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୪ ତାରିଖ ଅପରାହ୍ନରେ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରୁଥିବାରୁ ୨୦୧୮ ମସିହାରେ ଏହି ଦିନ ମକର ସଂକ୍ରାନ୍ତି ପାଳନ କରାଯିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ରାଶି ଅନୁଯାୟୀ ମକର ସଂକ୍ରାନ୍ତି ରେ କଣ ଦାନ କରିବେ ଓ ସେଥିରୁ କଣ ଶୁଭ ଫଳ ପାଇବେ। ମକର ସଂକ୍ରାନ୍ତି ଏମିତି ଏକ ପବିତ୍ର ପର୍ବ, ଯେଉଁ ଦିନକି ପବିତ୍ର ନଦୀରେ ସ୍ନାନ, ଧ୍ୟାନ ପୂଜା ପାଠ ଏବଂ ଶ୍ରଦ୍ଧାର ସହ ଦାନ କରିବା ଶୁଭ ଫଳ ଦାୟକ।

ମେଷ-

ଜଳରେ ହଳଦୀ ରଙ୍ଗର ଫୁଲ, ହଳଦୀ, ରାଶି ମିଶାଇ ଅର୍ଘ୍ୟ ଅର୍ପଣ କରନ୍ତୁ। ରାଶି ଓ ଗୁଡ ଦାନ କରନ୍ତୁ ଉଚ୍ଚ ପଦ ପ୍ରାପ୍ତି ହେବ।

ବୃଷ-

ପାଣିରେ ଚନ୍ଦନ, ଦୁଗ୍ଧ, ଧଳା ଫୁଲ ଓ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ବଡ଼ ପଦ ମିଳିବାର ଯୋଗ ମିଳିବ।

ମିଥୁନ-

ପାଣିରେ ଦୁବ ଓ ଫୁଲ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଗାଈକୁ ଘାସ ଖାଇବାକୁ ଦିଅନ୍ତୁ ଆୟିଶ୍ୱର୍ଯ୍ୟ ପ୍ରାପ୍ତି ହେବ।

କର୍କଟ-

ପାଣିରେ ଦୁଗ୍ଧ, ଚାଉଳ ଓ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତି। କଳହ ସଂଘର୍ଷ ଆଦିରୁ ମୁକ୍ତି ମିଳିବ।

ସିଂହ-

ପାଣିରେ ସିନ୍ଦୂର, ଫୁଲ ଓ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ରାଶି, ଗୁଡ ଏବଂ ସୁନା ଦାନ କରନ୍ତୁ। ଉପଲବ୍ଧି ମିଳିବ।

କନ୍ୟା-

ପାଣିରେ ରାଶି, ଦୁବ ଓ ଫୁଲ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ମୁଗଡାଲି ଦାନ କରନ୍ତୁ ଶୁଭ ଖବର ମିଳିବ।

ତୁଳା-

ପାଣିରେ ଚନ୍ଦନ, ଦୁଗ୍ଧ, ଚାଉଳ ଓ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତି। ବ୍ୟବସାୟରେ ଲାଭ ମିଳିବ।

ବିଛା-

ପାଣିରେ ସିନ୍ଦୂର, ଫୁଲ ଓ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଗୁଡ ଦାନ କରନ୍ତୁ, ବିଦେଶୀ କାର୍ଯ୍ୟରେ ଲାଭ ମିଳିବ।

ଧନୁ-

ପାଣିରେ ହଳଦୀ, କେଶର, ହଳଦୀ ରଙ୍ଗର ଫୁଲ ବା ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଶତ୍ରୁ ପରାସ୍ତ ହେବେ ଏବଂ ସଫଳତା ମିଳିବ।

ମକର-

ପାଣିରେ ନୀଳ ପୁଷ୍ପ ଏବଂ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଗରିବଙ୍କୁ ଦାନ ଓ ଭୋଜନ ଦିଅନ୍ତୁ। ଉଚ୍ଚ ଅଧିକାର ପ୍ରାପ୍ତି ହେବ।

କୁମ୍ଭ-

ପାଣିରେ ନୀଳ ପୁଷ୍ପ, ହରଡ ଡାଲି, ସୋରିଷ ତେଲ ଓ ରାଶି ମିଶେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ବିରୋଧୀ ପରାସ୍ତ ହେବେ।

ମୀନ-

ପାଣିରେ ହଳଦୀ, କେଶର ଓ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ସୋରିଷ ଏବଂ କେଶର ଦାନ ଦିଅନ୍ତୁ, ସମ୍ମାନ ଏବଂ ଯଶ ବଢିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!