ବ୍ୟବସାୟ କ୍ଷେତ୍ର ଆଜି କିପରି ରହିବ? ଆଜି କେମିତି ରହିବ ଆପଣଙ୍କ ଦିନ : ୯ ଜାନୁୟାରୀ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୯ ଜାନୁୟାରୀ ୨୦୧୮

ମେଷ-

ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ନୂତନ ଗୃହନିର୍ମାଣ ପାଇଁ ପ୍ରସ୍ତୁତି କରିପାରନ୍ତି। ସେନାନାୟକ ବା ପୁଲିସ ହାକିମ, ଅଥବା ପ୍ରଶାସକମାନଙ୍କର ଉନ୍ନତିହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ-

ବିଦେଶୀ ବା ଦୂରବନ୍ଧୁ ଖୁବ୍ ସାହାଯ୍ୟ କରିବେ। ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। କର୍ମକ୍ଷେତ୍ରରେ ପଦୋନ୍ନତି, ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ । କୌଣସି ବାଧା ବନ୍ଧନ ନମାନି  ଆଗେଇ ଯିବାର ସୁଯୋଗ ପାଇବେ।   

 ମିଥୁନ-

କୌଣସିଥିରେ ଅଭିମାନ ନଥାଇ ସମୟ ବେଶ ସୁଖରେ କାଟିବେ। ସନ୍ତାନମାନେ ସୁନାମ ଅର୍ଜନ କରିବେ । ନୀତିସମ୍ପନ୍ନ ପଢାପଢିରେ ମନ  ଲାଗି ରହିବ ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ରାଜନୈତିକ କ୍ଷେତ୍ରରେ ପଦ ପଦବୀ ଲାଭହେବ। ଘଣ୍ଟିକା ପାକସ୍ଥଳୀ, ମୂତ୍ରାଶୟ ଓ ଆମାଶୟ ରୋଗ ଦେଖାଦେଇ ପାରେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କର୍କଟ-

ନିଜ ସ୍ଵାର୍ଥକୁ ସର୍ବସ୍ଵ ମଣି ଅନ୍ୟମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାହାଯ୍ୟକରିବେ। ଭ୍ରାତୃ ବିବାଦର ଆଶଙ୍କା ରହିଛି। ଚୋରୀ, ପ୍ରତାରଣା ଯୋଗୁ କ୍ଷତିଗ୍ରସ୍ତ ହେବେ । ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ସିଂହ-

କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। କିନ୍ତୁ ଏକାକିତ୍ଵ ବୋଧର କୁହୁଳା ଅବଶୋଷରୁ ମୁକ୍ତ ହେବା ଅତୀବ କଠିନ। ପିତ୍ତପ୍ରକୂପିତ ଉଦର ରୋଗର ଉପସର୍ଗ ସାଙ୍ଗକୁ ସାମୟିକ ରକ୍ତଚାପ ଓ ଶିରୋପୀଡା ମିଳିତ ପ୍ରଭାବ ବିସ୍ତାରି ହନ୍ତସନ୍ତ ହେବେ । ପ୍ରତିକାର:- ଅସହାୟବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା-

ବ୍ୟବସାୟରେ ନିଜ ସ୍ଥିତିର ପରିବର୍ତ୍ତନ ଘଟିବ ଓ ଉନ୍ନତି ହେବ । ଦୈବୀଶକ୍ତି ବଳରେ ବିପଦରୁ ରକ୍ଷା ପାଇପାରିବେ। ବହୁ କ୍ଷେତ୍ରରେ ଅପ୍ରିୟ ସତ୍ୟତା ଭାଗ୍ୟର ବିଡମ୍ବନା ହେବ। ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗ ଅସନ୍ତୋଷର କାରଣ ହେବ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ତୁଳା-

ପରିବାର ଓ ସେବାୟତମାନଙ୍କ ଉପରେ କର୍ତ୍ତୃତ୍ଵ ବିସ୍ତାର କରି ହେବ ନାହିଁ । କର୍ମ ବ୍ୟବସାୟ କ୍ଷେତ୍ରରେ ଗୁରୁଜନଙ୍କ  ସ୍ନେହ-ସହାନୁଭୁତି ହାସଲରେ ଅସମର୍ଥ ହେବେ। ଯୁବତୀମାନେ ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ପାଇଯିବେ । ପ୍ରତିକାର:- ଅସହାୟବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ ।

ବିଛା-

ଧୀର ସ୍ଵଭାବ, ସ୍ଥିରଚିତ୍ତ ଓ ଦୃଢ ବିଚାର ବଳରେ ବିଶେଷ ଭାଗ୍ୟୋନ୍ନୋତି ଘଟାଇ ପାରିବେ । ଘର ଅପେକ୍ଷା  କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ। କାନ୍ଧ  ଓ ହାତରେ ସାମାନ୍ୟ ଧରଣର ପୀଡା କଷ୍ଟ ଅନୁଭବ କରିବେ। ମହିଳାମାନେ ଖାଦ୍ୟ ଭିତରେ ସୁରସ ଖାଦ୍ୟ, ଚୂଡା ଭଜା, ଅଦା, ଟମାଟୋ, ଗାଜର, ପାଳଙ୍ଗ ଶାଗ, କଲରା, କାଗେଜିଲେମ୍ବୁ ଅଧିକ ଖାଇବା ଉଚିତ।

 ଧନୁ-

ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ। କାରବାରର ସୀମା ବଢାଇ ହେବ । କର୍ମକ୍ଷେତ୍ରରେ ମାଲିକ ସପକ୍ଷ ସଂଗଠନର ନେତୃତ୍ଵ ନେଇ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । ଅନୁଢାମାନଙ୍କର ବିବାହ ଘଟିବା ସହ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତା ହେବେ ।

ମକର-

ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ । ଅନ୍ୟମାନଙ୍କପ୍ରତି ଉଦ୍ଦିଷ୍ଟ କର୍ତ୍ତବ୍ୟ-କର୍ମକୁ ପାସୋରି କେବଳ ନିଜକୁ ଦେଖିବେ । ଲକ୍ଷ୍ୟହାସଲ ହିଁ ମୂଳ ଆଭିମୁଖ୍ୟ ହେବ। ଧନାର୍ଜନ, ଆଘାତ ପ୍ରାପ୍ତି ବା ରକ୍ତ ଦୋଷରୁ ଅଥବା ଗୁପ୍ତ ରୋଗପାଇଁ ସାମୟିକ କଷ୍ଟ ଭୋଗିବେ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

କୁମ୍ଭ-

ବିଶେଷ ଅସୁସ୍ଥି ଜନିତ ବାଧା କିମ୍ବା ବୈଷୟିକ ସମସ୍ୟା ଘଟି ହନ୍ତସନ୍ତ ହେବାର ନ।ହିଁ । ଏକବୁଝା ପ୍ରକୃତି ନିମନ୍ତେ ଆପଣା ଲୋକଙ୍କୁ ଉପେକ୍ଷା କରି ନିଜେ ଅବାଞ୍ଛିତ ହୋଇ ପଡିବେ। ଉଦ୍ୟମ ଓ ଦୃଢମନରେ  ପରୋପକାର କରିବେ ପରିବର୍ତ୍ତନଶୀଳ ଭାଗ୍ୟ ନେଇ ଜୀବନ ଶୈଳୀ ଗଢିବେ । ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ମୀନ-

ବ୍ୟବସାୟୀକ ସମସ୍ୟାକୁ ନେଇ ଭ୍ରମଣ କରିବାକୁ ପଡିବ। ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ବାନହେବେ।ଛାତ୍ର ଛାତ୍ରୀ ମାନେ ବହୁ ଦିଗରୁ ଉପକୃତ  ହେବେ । ବାହ୍ୟ ପ୍ରତିପତ୍ତି ଉଣା ହେବ ନାହି। ପାରିବାରିକ ଜୀବନ ସୁଖରେ କାଟିବେ। ପ୍ରତିକାର:- ଷଣ୍ଢଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!