ଆଜି କେମିତି ରହିବ ଆପଣଙ୍କ ଦିନ : ୮ ମାର୍ଚ୍ଚ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୮ ମାର୍ଚ୍ଚ ୨୦୧୮

ମେଷ:-

ଲକ୍ଷ ପ୍ରାପ୍ତି ପୂର୍ଣ୍ଣ ରୂପରେ ସମର୍ପିତ ରହିବେ। ଘର ପରିବାରରେ ବହୁତ ବ୍ୟସ୍ତ ରହିବେ। କାମ-କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ଲକ୍ଷ ପ୍ରାପ୍ତି ପାଇଁ ଅଗ୍ରସର ମଧ୍ୟ ହେବେ। ଆର୍ଥିକ ସ୍ଥିତିରେ ଧୀରେ-ଧୀରେ ସୁଧାର ଆସିବ। ନିଜର କଷ୍ଟ ଓ ପରିଶ୍ରମର ପ୍ରତିଫଳ ବା ପୁରସ୍କାର ମିଳିବ। ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ପ୍ରେମ-ପ୍ରସଙ୍ଗକୁ ସାମାଜିକ ମାନ୍ୟତା ମିଳିଯିବ। ପତି-ପତ୍ନୀଙ୍କ ମଧ୍ୟରେ କଳହ ସମାପ୍ତ ହେବ। କୌଣସି ଗନ୍ୟମାନ୍ୟ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପରାକ୍ରମ ବଢିବ। ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ସାମଞ୍ଜସ୍ୟ ଥିକ୍ ରହିବ। ଦେବଙ୍କ କୃପା ରହିବ। ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ମିଥୁନ:-

ନିଜର ତର୍କସଙ୍ଗତ ଢଙ୍ଗରେ ସମସ୍ତ ସମସ୍ୟା ସମାଧାନ କରିପାରିବେ। ଲଟେରି, ଶେୟାର୍ ବଜାରରେ ଅଧିକ ଲାଭ ମିଳିବ। ମାନସିକ ଶାନ୍ତି ମିଳିବ, ବହୁତ ଦିନର ଚିନ୍ତା ଓ କଷ୍ଟ ଦୂର ହେବ। ଯେଉଁ କାମ ଆରମ୍ଭ କରିବେ ବାଧା-ବିଘ୍ନ ଦୂରହୋଇ ତାହା ସଂପୂର୍ଣ୍ଣ ହେବ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କର୍କଟ:-

ସନ୍ତାନଙ୍କ ଦ୍ଵାରା କିଛି ଶୁଭ ସମାଚାର ଓ ସଂକେତ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ବହୁତ ଦିନରୁ ପଡିରହିଥିବା କାମ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହଯୋଗରେ  ସମ୍ପନ୍ନ ହେବ। ବ୍ୟାପାର ଓ ବ୍ୟବସାୟରେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ପ୍ରତିକାର- ଆରାଧ୍ୟା ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ପିଲାଙ୍କୁ ବଣ୍ଟନ୍ତୁ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ସିଂହ:-

ବ୍ୟାୟମ ଓ ଖାଇବା-ପିଇବାରେ ବିଶେଷ ଧ୍ୟାନ ରଖିବାକୁ ହେବ। ବହୁତ ଦିନର ପୁରୁଣା ପରିଚିତ ବ୍ୟକ୍ତି, ବନ୍ଧୁ ବା ମିତ୍ର ବ୍ୟକ୍ତିଙ୍କ ସହିତ ଭେଟ ହେବ। ବ୍ୟାପାର କାମ-କାର୍ଯ୍ୟ ପାଇଁ ବାହାରକୁ ଯିବାକୁ ପଡିପାରେ। କଷ୍ଟ ଓ ପରିଶ୍ରମ କରି ସମସ୍ତ କାମକୁ ସମ୍ଭାଳି ନେବେ। ପ୍ରତିକାର- ଚଣାଡାଲି ଓ ଗୁଡ ହଳଦିଆ କପଡାରେ ବାନ୍ଧି ମନ୍ଦିରରେ ଦାନ କରନ୍ତୁ।  

କନ୍ୟା:-

ବିବାହ ବା ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ।  ଗୁରୁ-ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମନ ବହୁତ ଖୁସି ହେବ। ଚାକିରିରେ ସ୍ଥାନାନ୍ତର ପାଇଁ ଚେଷ୍ଟାରେ ସଫଳ ହେବେ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।   

ତୁଳା:-

ବହୁତ ବଡ କାମର ଦାୟିତ୍ଵ ହାତକୁ ନେବେ। ନିଜର କର୍ମକ୍ଷେତ୍ରରେ ଜଡିତ  କର୍ମଚାରୀଙ୍କ ନୂଆ ପ୍ରସ୍ତାବ ଓ ନୂଆ ଅନୁବନ୍ଧନ ପ୍ରାପ୍ତ ହେବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ-ମୁଲାକାତ ହେବ, ଭବିଷ୍ୟତରେ ତାହାର ସକରାତ୍ମକ ପରିଣାମ ସାମ୍ନାକୁ ଆସିବ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ବିଛା:-

ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରାଜକୀୟ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ପୂରଣ ହେବ। ଅଧିକାରୀ ନିଜର କାମ-କାର୍ଯ୍ୟରେ ପ୍ରସନ୍ନ ରହିବେ। ଅକସ୍ମାତ ଧନଲାଭ ହେବାରୁ ମନ ବହୁତ ହର୍ଷିତ ରହିବ। ଯେ କୌଣସି ନୂତନ କର୍ମ ଆଜି ଆରମ୍ଭ କରିପାରିବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।   

ଧନୁ:-

ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ। ଗଠନମୂଳକ କାର୍ଯ୍ୟ  ଓ ସାମୁହିକ ଗତିବିଧିରେ ସଫଳତା ହାସିଲ କରିବେ। ପୈତୃକ ସମ୍ପତ୍ତି ମାମଲାରେ ବିଜୟଶ୍ରୀ ମିଳିବ। ଘର ପରିବାରରେ ଧ୍ୟାନ ଦେବେ। ଭାଇଙ୍କ ସହିତ ବିବାଦର ସମସ୍ୟା ଦୂର ହେବ। ପ୍ରତିକାର- ଗହମ, ଗୁଡ ବାଳକମାନଙ୍କୁ ଦାନ କରନ୍ତୁ।

ମକର:-

ଭୂମି, ଭବନ ଆଦି ସ୍ଥାୟୀ ସମ୍ପତ୍ତି କ୍ରୟ କରିପାରିବେ। ଘର ପରିବାରରେ ସ୍ନେହ ଶ୍ରଦ୍ଧାର ବାତାବରଣ ଲାଗି ରହିବ। ମିତ୍ର ଓ ସହଯୋଗୀମାନେ ସାହାର୍ଯ୍ୟ କରିବେ। ଯଶ କୀର୍ତ୍ତିରେ ଉନ୍ନତି ହେବ। କୌଣସି ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ଲୋଡି ପାରନ୍ତି। ପ୍ରତିକାର- ସୋରିଷତେଲର ପରଟା କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

କୁମ୍ଭ:-

ଅନେକ ଦିଗରୁ ଖୁସି ଓ ସଫଳତା ପ୍ରାପ୍ତ ହେବା ଫଳରେ ନିଜକୁ ବହୁତ ପ୍ରସନ୍ନଚିତ୍ତ ଅନୁଭବ କରିବେ। ମଧ୍ୟସ୍ଥତା ସମ୍ବନ୍ଧିୟ କାମରେ କମିଶନ୍ ମିଳିପାରେ। ପାରିବାରିକ କ୍ଷେତ୍ରରେ ମଧୁରତା ଆସିବ। କାହାକୁ ଦେଇଥିବା ଟଙ୍କା ମିଳିଯିବ। ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ମୀନ:-

ଧର୍ମ, କର୍ମ, ପୂଜା, ପାଠ, ଯୋଗ ଓ ଜ୍ୟୋତିଷଙ୍କ ପ୍ରତି ରୁଚି ବଢିବ ଓ ଏହା ସମ୍ବନ୍ଧିତ ସାହିତ୍ୟକୁ ମଧ୍ୟ ପଢିବେ। ସ୍ଵାସ୍ଥ୍ୟରେ ସୁଧାର ହେବ। ନୂଆ-ନୂଆ ଉପାୟ ଓ ବିକଳ୍ପକୁ ଖୋଜିବେ। ରାଜନୀତି କ୍ଷେତ୍ରରେ ପ୍ରଶଂସା ମିଳିବ, କିନ୍ତୁ ସଜାଗ ରହିବାକୁ ହେବ କାରଣ ମାନହାନି ହେବାର ସୂଚନା ମିଳେ। ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!